logo

ଠାକୁରଗଡ଼ ଠାରେ ବିଜେପି ପକ୍ଷରୁ ହର ହର ତ୍ରିରଙ୍ଗା ପଦଯାତ୍ରା ଅଭିଯାନ l

ଅନୁଗୋଳ (କରୁଣାକର ନାୟକ) ୧୩/୮ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବିଧାନ ସଭା କ୍ଷେତ୍ର ର ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଠାକୁରଗଡ଼ ଠାରେ ବିଜେପି ଦଳ ପକ୍ଷରୁ ହର ହର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଠାକୁରଗଡ଼ ମଣ୍ଡଳ ସଭାପତି ସୁଜିତ୍ କୁମାର ଦେହୁରୀ ଙ୍କ ନେତୃତ୍ୱ ରେ ସହ ସହ ସଂଖ୍ୟାରେ ପୁରୁଷ ମହିଳା ସହିତ ମଟର ସାଇକେଲ ରାଲି ରେ ଠାକୁରଗଡ଼ ନକିଚି ଛକ ଠାରୁ ବାହାରି ଗଣେଶ ବଜାର ଠାରେ ପହଞ୍ଚି ଏକ ସଭା ଆୟୋଜନ ହୋଇ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି l ଏଥିରେ ପୂର୍ବତନ ବିଧାୟକ ରମେଶ ସାଏ, ପୂର୍ବତନ ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ ଓ ଯୁବନେତା ସମାଜସେବୀ ତଥା ବିଜେପି ଜିଲ୍ଲା ଉପ ସଭାପତି ଅର୍ଜୁନ କୁମାର୍ ସାହୁ ଯୋଗ ଦେଇ ଡବଲ ଇଞ୍ଜିନ ସରକାର ଙ୍କ ଉନ୍ନତି ମୂଳକ ଯୋଜନା ଉପରେ କିଛି କିଛି ବକ୍ତବ୍ୟ ପ୍ରଦାନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ଷୋଳପଦା ଅଞ୍ଚଳ ର ପ୍ରତ୍ୟେକ ପଞ୍ଚାୟତ ଯଥା ଆମ୍ବସରମୁଣ୍ଡା , ଠାକୁରଗଡ଼ , କୃତିବାସପୁର, ସାନହୁଲା , କିରୁମୁଟାପ, ପେଡିପଥର, ପାଇକସାହି, ଟାପଢୋଲ , କନ୍ତପଡ଼ା, ମୁରାମଇ, ପଞ୍ଚାୟତ ମାନଙ୍କରୁ ସହ ସହ ସଂଖ୍ୟାରେ ପରୁଷ ମହିଳା ଯୋଗ ଦେଇ ଅଂଶ ଗ୍ରହଣ କରିଥିଲେ l ସେହିପରି ଆଠମଲ୍ଲିକ, କିଶୋରନଗର, ଉରୁକୁଲା ଠାରେ ତ୍ରିରଙ୍ଗା ପତାକା ଶୋଭା ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l

155
3130 views