logo

ୱାର୍ଲଡ ଚାରିଟି ୱେଲଫେୟାର ଫାଉଣ୍ଡେସନ ର ପୁରସ୍କାର ବିତରଣ ଉତ୍ସବ l

ଅନୁଗୋଳ (କରୁଣାକର ନାୟକ)୧୩/୮:- ୱାର୍ଲଡ ଚାରିଟି ୱେଲଫେୟାର ଫାଉଣ୍ଡେସନ ପକ୍ଷରୁ ବୁଧବାର ରାଉରକେଲା ଉଦିତନଗର ସ୍ଥିତ ସିଟି ସେଣ୍ଟର ପାଠାଗାର ଠାରେ ଏକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବ ରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବ୍ୟକ୍ତିତ୍ୱମାନଙ୍କୁ ସମ୍ମାନ ସୂଚକ ଡ଼କ୍ଟରେଟ ଆୱାର୍ଡ ପ୍ରଦାନ କରାଯାଇଛି l ଅତିଥିଭାବେ ନିଖିଳ ଓଡ଼ିଶା ଆଇନଜୀବୀ ସଂଘ କାର୍ଯ୍ୟକାରୀ ସଭାପତି ତଥା ଆଠମଲ୍ଲିକ ଓକିଲସଂଘ ସଭାପତି ସୁଶାନ୍ତ କୁମାର ମହାପାତ୍ର ଓ ମାନବାଧିକାର କମିଶନ ଅନୁଗୋଳ ଜିଲ୍ଲା ସଭାପତି ଶତ୍ରୁଘ୍ନ ସାହୁ ଯୋଗଦେଇ ଡ଼କ୍ଟରେଟ ପୁରସ୍କାର ପ୍ରଦାନ କରିଥିଲେ l ଅନ୍ୟ ଅତିଥିମାନଙ୍କ ଭାବେ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ମଧ୍ୟ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ l ସଂଗଠନ ର ନିର୍ଦେଶକ ଅମର ନାୟକ ଓ ସଂଯୋଜିକା ବନିତା ମିଶ୍ର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l

116
2697 views