logo

ସାପ କାମୁଡ଼ାରେ ଚାରି ଜଣ ମୃତ୍ୟୁ।

ଗଞ୍ଜାମ ଡେସ୍କ: ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଦୁର୍ଗମ ବୁରାତାଲ ପଞ୍ଚାୟତ ବିଲୁଗାଁରେ ଅଘଟଣ । ରାତିରେ ଶୋଇଥିବା ବେଳେ ବିଷାକ୍ତ ସାପ କାମୁଡିବାରୁ ମାଇଁ, ଭାଣିଜୀଙ୍କ ମୃତ୍ୟୁ ହୋଇଛି । ଉଭୟଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ ନେବା ବେଳେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକ ମାଇଁ ଦମୟନ୍ତୀ ଶବର ଓ ଭାଣିଜୀ ଲିମି କାର୍ଜି । ବୁଧବାର ରାତିରେ ଦୁଇ ଜଣ ଶୋଇଥିବା ବେଳେ ସାପଟି କାମୁଡି ଦେଇଥିଲା ।
ଅନ୍ୟପଟେ କେନ୍ଦୁଝର ଜିଲା ଘଷିପୁରା ବ୍ଲକ ରାଧିକାଦେଇପୁରରେ ରାତିରେ ଶୋଇଥିବା ବେଳେ ସାପ କାମୁଡିବାରୁ ମାଆ ଓ ପୁଅର ମୃତ୍ୟୁ ହୋଇଛି । ମୃତ ପୁଅର ବୟସ ୮ରୁ ୧୦ବର୍ଷ ହେବ ବୋଲି ସୂଚନା ମିଳିଛି ।

2
121 views