logo

ଭୁଷଣ୍ଡପୁର ଷ୍ଟେସନ ରେ ହିରାଖଣ୍ଡ ଏକ୍ସପ୍ରେସ କୁ ସ୍ୱାଗତ

- ଦିର୍ଘ ତିନି ବର୍ଷର ଦାବି ପୁରଣ ହେବା ସମ୍ପର୍କୀତ ବିଜ୍ଞପ୍ତି ପ୍ରକାଶ ପାଇଥିଲା ଏବଂ ୧୫-୮-୨୦୨୫ ମିନିଟ ରେ ଉକ୍ତ ଟ୍ରେନର ରହଣି ପlଇଁ ତିଥି ନିର୍ଦ୍ଧାରଣ ହୋଇଥିଲା। ଏହି ଅବସରରେ ଶୁକ୍ରବାର ଭୁଷଣ୍ଡପୁର ରେଳ ଷ୍ଟେସନରେ ଶତାଧିକ ରେଳ ଯାତ୍ରି ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ରେ ଜଗଦଲପୁର - ଭୁବନେଶ୍ବର ହିରାଖଣ୍ଡ ଏକ୍ସପ୍ରେସ (୧୮୪୪୮)କୁ ସ୍ଵାଗତ କରିଥିଲେ।ସାନ ରାଉତପଡା ସରପଞ୍ଚ କିଶୋର କୁମାର ରାଉତରାୟ ଙ୍କ ନେତୃତ୍ବରେ ରେ ବିଜେପି ଦ ସମବାୟ ପ୍ରକୋଷ୍ଠ ରେ- ର ସଂଯୋଜକ ଶ୍ରୀ ଶ୍ରୀ ରଞ୍ଜନ ମଙ୍ଗରାଜ ପତାକା ଦେଖାଇ ଉକ୍ତ ଟ୍ରେନର ରହଣି ଓ ଗନ୍ତବ୍ୟ କୁ ସ୍ଵାଗତ କରିଥିଲେ। ଏଠାରେ ଆୟୋଜିତ ସଭାରେ ଭୁଷଣ୍ଡପୁର ସରପଞ୍ଚ ଶ୍ରୀ ସୈାରଭ ଦାସ ମହାପାତ୍ର ,ନୁଆଗଡ ସରପଞ୍ଚ ରଘୁନାଥ ମାଝୀ, ସମିତି ସତ୍ୟା ଗିତାଞ୍ଜଳି ପାଟଶାଣୀ , ଉଜ୍ବଳା ଗୋପିନାଥପୁର ର ସମିତି ସଭ୍ୟ ସୁର୍ଯ୍ୟମଣି ସାହୁ , ପୁର୍ବତନ ସମିତିସଭ୍ୟ ତାରାପ୍ରସାଦ ପଟ୍ଟନାୟକ ,ଅମଲ ଚକ୍ରବର୍ତ୍ତୀ,ସେକ ସନାଉଲ୍ଲା ଫୁଜୁଲ ଖାଁ , ଗୋପାଳ ଜେନା, ଅଶୋକ ପାତ୍ର, ବୈକୁଣ୍ଠ ନାଥ ବେହେରା, ପୁର୍ଣ୍ଣଚନ୍ଦ୍ର କଳସ, ପୁର୍ବତନ ସରପଞ୍ଚ ଗିରିଶ ଚଦ୍ବ ମହାରଣା, ତ୍ରିନାଥ ବଳବନ୍ତରାୟ, ଦୁର୍ଯ୍ୟୋଧନ ରାଉତରାୟ ପ୍ରମୁଖ ଯୋଗଦେଇ ଷ୍ଟେସନ ରେ ରିଜରଭେଷନ ଟିକେଟ କାଉଣ୍ଟର ଏବଂ ରାଜ୍ୟ ରାଣୀ ଓ ତିରୁପତି ଏକ୍ସପ୍ରେସ ରହଣି ପାଇଁ ଦାବି କରାଯାଇଥିଲା।ଯୁଵ ସମାଜସେବୀ ଜୟକୃଷ୍ଣ ଦାଶ ଓ ପ୍ରଶାନ୍ତ କୁମାର ସ୍ବାଇଁ ଙ୍କ ସଂଯୋଜନା ରେ କାର୍ଯ୍ୟକ୍ରମ କୁ ପରିଚାଳନା କରାଯାଇଥିଲା।

48
2381 views