*୭୯ତମ ସ୍ବାଧୀନତା ଦିବସ ପାଳିତ*
ଦାମନଯୋଡି: ସାରା ଦେଶରେ ୭୯ତମ ସ୍ବାଧୀନତା ଦିବସ ମହା ଆଡ଼ମ୍ବରରେ ପାଳନ କରାଯାଇଥିବା ବେଳେ ଶିଳ୍ପାଞ୍ଚଳ ଦାମନଯୋଡିରେ ମଧ୍ଯ ନାଲକୋ ସମେତ ବିଭିନ୍ନ ସଂଗଠନ ପକ୍ଷରୁ ପାଳନ କରାଯାଇଥିଲା । ଦାମନଯୋଡିରେ ନେତାଜୀ ଷ୍ଟାଡିୟମ୍ ଠାରେ ମୁଖ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ନାଲକୋ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଇଂ ନିରଞ୍ଜନ ସାମଲ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ପ୍ୟାରେଡ୍ ଅଭିବାଦନ ଗ୍ରହଣ କରିଥିଲେ । ଶିଳ୍ପ ସୁରକ୍ଷା ବାହିନୀ ଅଗ୍ନିଶମ ବିଭାଗ ଇନ୍ସପେକ୍ଟର କ୍ରିଷ୍ଣ କୁମାର ପ୍ୟାରେଡ୍ କମାଣ୍ଡର ଥିବା ବେଳେ ମୋଟ୍ ୧୨ ଟି ଦଳ ଏଥିରେ ଅଂଶଗ୍ରହଣ କରିଥିଲେ । ଚଳିତ ୨୦୨୫-୨୬ ଆର୍ଥିକ ବର୍ଷରେ ଜୁଲାଇ ମାସ ଶେଷ ସୁଦ୍ଧା ନାଲକୋର ଲାଭାଂଶ ଓ ପାରିପାର୍ଶ୍ବିକ ଅଞ୍ଚଳରେ ହୋଇଥିବା ବିଭିନ୍ନ କାର୍ଯ୍ୟର ସବିଶେଷ ବିବରଣୀ ଶ୍ରୀ ସାମଲ ନିଜ ବକ୍ତବ୍ୟରେ ପ୍ରଦାନ କରିଥିଲେ । ନାଲକୋ ବ୍ୟତୀତ ଶିଳ୍ପ ସୁରକ୍ଷା ବାହିନୀ, ଥାନା, ବିଭିନ୍ନ ସଂଗଠନ, ବିଦ୍ୟାଳୟ, ବଜାର କମିଟି ସମେତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ୭୯ତମ ସ୍ଵାଧୀନତା ଦିବସ ପାଳିତ ହୋଇଥିଲା ।