logo

*ନାଲକୋ କ୍ଲବ୍ କମିଟି ପକ୍ଷରୁ ଚିତ୍ରକଳା ପ୍ରଦର୍ଶନ*

ଦାମନଯୋଡି: ୭୯ତମ ସ୍ଵାଧୀନତା ଦିବସ ପାଳନ ଅବସରରେ ନାଲକୋ ଟାଉନସିପ ସ୍ଥିତ କ୍ଳବ୍ ପରିସରରେ ନବନିର୍ବାଚିତ କ୍ଲବ୍ କମିଟି ପକ୍ଷରୁ ଅପରାହ୍ନରେ ଚିତ୍ରକଳା ପ୍ରଦର୍ଶିତ ହୋଇଯାଇଛି । କ୍ଳବ୍ ସଭାପତି ତଥା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଇଂ ନିରଞ୍ଜନ ସାମଲ କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ । ନାଲକୋ କର୍ମଚାରୀ ଓ ଛାତ୍ରଛାତ୍ରୀ ଆଦି ମୋଟ୍ ୩୬ ଜଣ ପ୍ରସ୍ତୁତ କରିଥିବା ଚିତ୍ରକଳା ସବୁକୁ ପ୍ରଦର୍ଶନୀରେ ସାମିଲ୍ କରାଯାଇଥିଲା । ଶ୍ରୀ ସାମଲ ଙ୍କ ସମେତ ଉପ ସଭାପତି ସୁଗତୋ ଆନନ୍ଦ ବସୁ, ବିଭିନ୍ନ ବିଭାଗର ମୁଖ୍ୟ ମହାପ୍ରବନ୍ଧକ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ଚିତ୍ରକଳା ଗୁଡ଼ିକୁ ଦେଖି ଭୂୟସୀ ପ୍ରଶଂସା କରିଥିଲେ । ପ୍ରତିଭା ଅନ୍ୱେଷଣ ଓ ପ୍ରତିଭାର ବିକାଶ ଦିଗରେ ଏଇଭଳି କାର୍ଯ୍ୟକ୍ରମ ଅୟୋଜନ ଦ୍ଵାରା କଳାକାର ମାନଙ୍କ ମନରେ ଉତ୍ସାହ ବଢାଇବା ସହ ପ୍ରେରଣା ପ୍ରଦାନ କରିବ ବୋଲି ଶ୍ରୀ ସାମଲ ନିଜ ବକ୍ତବ୍ୟରେ କହିଥିଲେ । କମିଟିର ସାଧାରଣ ସମ୍ପାଦକ ସତ୍ୟରଞ୍ଜନ ସାହୁ ଓ ଯୁଗ୍ମ ସମ୍ପାଦକ ସୌମ୍ୟ ପ୍ରକାଶ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସମସ୍ତ କମିଟି ସଦସ୍ୟ ସହଯୋଗ କରିଥିଲେ ।

51
1494 views