logo

ଦାମନଯୋଡିରେ ୭୯ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ, ନାଲକୋ,ଦାମନଯୋଡି,କୋରାପୁଟ, ଓଡିଶା,ତା୧୫/୮/୨୫(ଶୁକ୍ରବାର)

ଦାମନଯୋଡିରେ 79ତମ ସ୍ୱାଧୀନତା ଦିବସ ପାଳନ
ଦାମନଯୋଡି,15/08: ଦାମନଯୋଡିର ନେତାଜୀ ଷ୍ଟାଡିୟମରେ ନାଲକୋ ଖଣି ଓ ପରିଶୋଧନ ପ୍ରକଳ୍ପ ଦାମନଯୋଡି ଦ୍ୱାରା 79ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି l ଏହି ଉତ୍ସବରେ ଖଣି ଓ ପରିଶୋଧନ ପ୍ରକଳ୍ପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଇଂ ନିରଞ୍ଜନ ସାମଲ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ ଏବଂ ସମବେତ ଜନତାଙ୍କୁ ଉଦବୋଧନ ଦେଇଥିଲେ l ସ୍ୱାଧୀନତା ଦିବସ ପରେଡରେ 12 ଟି ଦଳ ଅଂଶଗ୍ରହଣ କରିଥିଲେ l ତନ୍ମଧ୍ୟରୁ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ, ଦାମନଯୋଡି ଶାଖାର ତିନୋଟି, କରଣ ସିଂ ସିକୁରିଟି ଏଜେନସିର ଗୋଟିଏ, ଦିଲ୍ଲୀ ପବ୍ଲିକ ସ୍କୁଲ, ଦାମନଯୋଡିର ଚାରୋଟି ଏବଂ ସରସ୍ବତୀ ବିଦ୍ୟା ମନ୍ଦିର, ଦାମନଯୋଡିର ଚାରୋଟି ଦଳ ଅଂଶଗ୍ରହଣ କରିଥିଲେ l କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀର ଇନିସ୍ପେକଟର କ୍ରିସନ କୁମାର ପରେଡ କମାଣ୍ଡର ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ l ପରେଡ କମାଣ୍ଡର ଏବଂ ପ୍ରତ୍ୟେକ ଦଳର ଶ୍ରେଷ୍ଠ କ୍ୟାଡେଟଙ୍କୁ ମୁଖ୍ୟ ଅତିଥି ଟ୍ରଫି ପ୍ରଦାନ କରି ସମ୍ମାନିତ କରିଥିଲେ l ମୁଖ୍ୟ ଅତିଥିଙ୍କ ସହ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀର ସିନିଅର କମାଣ୍ଡାଣ୍ଟ ସତ୍ୟଦେବ ଆର୍ଯ୍ୟ ଗୋଟିଏ ଖୋଲା ଗାଡ଼ିରେ ପରେଡ ପରିଦର୍ଶନ କରିଥିଲେ l ଦିଲ୍ଲୀ ପବ୍ଲିକ ସ୍କୁଲ, ଦାମନଯୋଡିର ଛାତ୍ରଛାତ୍ରୀମାନେ ଜାତୀୟ ସଂଗୀତ ଗାନ କରିଥିଲେ l ନାଲକୋର ଇପିଓ ଇଡି ପ୍ରୋଜେକଟ ଭି ଏସ ଏସ ଆନନ୍ଦ, ମୁଖ୍ୟ ମହାପ୍ରବନ୍ଧକ ସଞ୍ଜୟ ଗୁପ୍ତା, ପୁରୁଷୋତ୍ତମ ମହନ୍ତ, ସ୍ୱରୁପାନନ୍ଦ ମିଶ୍ର, ଆଶିଷ ସେନାପତି, ସଞ୍ଜୟ କୁମାର ପଟ୍ଟନାୟକ, ସୁଗାତୋ ଆନନ୍ଦୋ ବସୁ, ନଳିନୀ କାନ୍ତ ଜେନା, ଅନିଲ କୁମାର ସିଂ, ବିଛନ୍ଦ ଚରଣ ଦାଶ, ଅଜିତ କୁମାର ସେଠୀ ସମ୍ମାନିତ ଅତିଥି ରୂପେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ନାଲକୋ ସୁରକ୍ଷା ପରାମର୍ଶଦାତା ଅବସରପ୍ରାପ୍ତ ବ୍ରିଗେଡ଼ିଅର ପି ଏମ ରଥ, ଦିଲ୍ଲୀ ପବ୍ଲିକ ସ୍କୁଲ, ଦାମନଯୋଡି ଅଧ୍ୟକ୍ଷା ସୁଜାତା ପାଣି ଏବଂ ସରସ୍ବତୀ ବିଦ୍ୟା ମନ୍ଦିର, ଦାମନଯୋଡିର ଅଧ୍ୟକ୍ଷ ଶୁଭ୍ରାଂଶୁ ଶେଖର ବାହିନୀପତି ନିମନ୍ତ୍ରିତ ଅତିଥି ରୂପେ ଯୋଗଦେଇଥିଲେ l କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀର ଛଅ ଜଣ ଏବଂ କରଣ ସିଂ ସିକୁରିଟି ଏଜେନସିର ତିନି ଜଣ କର୍ତ୍ତବ୍ୟନିଷ୍ଠ ତଥା ସମର୍ପିତ କର୍ମଚାରୀଙ୍କୁ ମୁଖ୍ୟ ଅତିଥି ଏହି ଅବସରରେ ସମ୍ମାନିତ କରିଥିଲେ l ଦିଲ୍ଲୀ ପବ୍ଲିକ ସ୍କୁଲ, ସରସ୍ବତୀ ବିଦ୍ୟା ମନ୍ଦିର, ଏବଂ ଦାମନଯୋଡିର ପାରିପାର୍ଶ୍ଵିକ ନଅଟି ବିଦ୍ୟାଳୟର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ସମ୍ମାନିତ କରିଥିଲେ l ନାଲକୋ ଖଣି ଏବଂ ଆଲୁମିନା ପରିଶୋଧନର ବହୁ ସୃଜନଶୀଳ କର୍ମଚାରୀମାନଙ୍କୁ ଏହି ଅବସରରେ ଶ୍ରେଷ୍ଠ କର୍ମଚାରୀ ଏବଂ ସର୍ଜନା ପୁରସ୍କାରରେ ସମ୍ମାନିତ କରାଯାଇଥିଲା l ସମାଜ ସେବା ପାଇଁ ଅନାମ ଚରଣ ନାୟକ ଏବଂ ଦେବେନ୍ଦ୍ର ରାଜୁଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ l କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ ଦ୍ୱାରା ଡଗ ଡେମୋ ଶୋ, ରେଫ୍ଲେକ୍ସ ଶୂଟିଙ୍ଗ ଡେମୋ ପ୍ରଦର୍ଶନ କରାଯାଇଥିଲା l ନାଲକୋର ନିର୍ମଳ କୁମାର ରାଉତ ସ୍ୱାଧୀନତା ଦିବସ ଉତ୍ସବକୁ ସଂଯୋଜନା କରିଥିଲେ l ନାଲକୋ ଅଧିକାରୀ କୁନ୍ତଳ ଆନନ୍ଦ ଏବଂ ୱେଲଫେୟାର କମିଟିର ଅଧିକାରୀ ଅରୁଣ କୁମାର ମହାନ୍ତିଙ୍କ ତତ୍ୱାବଧାନରେ ୱେଲଫେୟାର କମିଟିର ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l

74
2156 views