logo

ଇଣ୍ଡିପେଣ୍ଡେନ୍ସ କପ ଫୁଟବଲ;ଗୌଡ଼ଗୁଡ଼ା ଚମ୍ପିୟାନ

ଦାମନଯୋଡ଼ି,୧୬/୦୮:୨୬ତମ ନାଲକୋ ଇଣ୍ଡିପେଣ୍ଡେନ୍ସ କପ ଫୁଟବଲ ପ୍ରତିଯୋଗିତା ଅଗଷ୍ଟ ୧୫ ତାରିଖରେ ଉଦଯାପିତ ହୋଇଯାଇଛି।ନାଲକୋ ସ୍ପୋର୍ଟସ ସେଲ ଓ ନାଲକୋ କମ୍ୟୁନିଟି ସେଣ୍ଟର ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ ଅବିଭକ୍ତ କୋରାପୁଟ ଜିଲ୍ଲାରୁ ମୋଟ ୧୫୪ଟି ଦଳ ଭାଗ ନେଇଥିଲେ।ନାଲକୋ ଟାଉନସିପ ସେକ୍ଟର ୨ ସ୍ଥିତ ଡ.ବି.ଆର.ଆମ୍ବେଦକର ଷ୍ଟାଡିୟମ ଓ ଚମ୍ପାପଦର ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ଷ୍ଟାଡିୟମ ଏବଂ ସେକ୍ଟର 3 ସ୍ଥିତ ନେତାଜୀ ଷ୍ଟାଡିୟମରେ ଖେଳ ଅନୁଷ୍ଠିତ ହୋଇଥିଲା।୧୫ତାରିଖ ସ୍ଵାଧୀନତା ଦିବସ ଦିନ ଅପରାହ୍ନରେ ସେକ୍ଟର ୩ ନେତାଜୀ ଷ୍ଟାଡିୟମରେ ସେମି ଫାଇନାଲ, ଫାଇନାଲ ମ୍ୟାଚ ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା।ଫାଇନାଲ ମ୍ୟାଚରେ ପାୱାର କ୍ଲବ,ଗୌଡ଼ଗୁଡା ଦଳ କେଦାରନାଥ ୟୁଥ କ୍ଲବ,ଗାଦୀପାବଲିକୁ ଟାଇବ୍ରେକର ରେ ହରାଇ ଚମ୍ପିୟନ ଆଖ୍ୟା ଅର୍ଜନ କରିଥିଲେ।ପାୱାର କ୍ଲବ,ଗୌଡ଼ଗୁଡାକୁ ଚମ୍ପିୟନ ଟ୍ରଫି ସହ ୨୨ହଜାର ଟଙ୍କାର ଅର୍ଥରାଶି ପୁରସ୍କାର ଏଵଂ କେଦାରନାଥ ୟୁଥ କ୍ଲବ, ଗାଦୀପାବଲିକୁ ରନର୍ସ ଅପ ଟ୍ରଫି ସହ ୧୭ହଜାର ଟଙ୍କା ଅର୍ଥରାଶି ପୁରସ୍କାର,୩ୟ ସ୍ଥାନରେ ଥିବା ଦଳ ଏମ.ବି.ଏଫ.ସି, ଲୁଙ୍ଗୁରିକୁ ଟ୍ରଫି ଏବଂ ୯ହଜାର ଟଙ୍କା ଅର୍ଥରାଶି ପୁରସ୍କାର,ଚତୁର୍ଥ ସ୍ଥାନରେ ଥିବା ଦଳ ଏମ.ବି.ୱାଇ.ସି,ବେହେରାଗୁଡ଼ା କୁ ଟ୍ରଫି ଏବଂ ୬ହଜାର ଟଙ୍କା ଅର୍ଥରାଶି ପୁରସ୍କାର ପ୍ରଦାନ କରାଯାଇଥିଲା।ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ସ୍କୋରର ଭାବେ କେଦାରନାଥ ୟୁଥ କ୍ଲବ,ଗାଦୀପାବଲିର ମୂରଲୀ,ଶ୍ରେଷ୍ଠ ଗୋଲ କିପର ଭାବେ ପାୱାର କ୍ଲବ,ଗୌଡ଼ଗୁଡାର ନଳ ଗୌଡ଼ ଏବଂ ଶ୍ରେଷ୍ଠ ଖେଳାଳୀ ଭାବେ ପାୱାର କ୍ଲବ,ଗୌଡ଼ଗୁଡାର କମଲୁ ଗୌଡ଼ଙ୍କୁ ଟ୍ରଫି ଏବଂ ୨ହଜାର ଟଙ୍କା ଲେଖାଏଁ ଅର୍ଥରାଶି ପୁରସ୍କାର ପ୍ରଦାନ କରାଯାଇଥିଲା।ନାଲକୋ ଦାମନଯୋଡ଼ିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଇଂ ନିରଞ୍ଜନ ସାମଲ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ।ସ୍ୱତନ୍ତ୍ର ଅତିଥି ରୂପେ ପଟାଙ୍ଗୀ ବିଧାନସଭା କ୍ଷେତ୍ରର ପୂର୍ବତନ ବିଧାୟକ ପୀତମ ପାଢ଼ୀ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ।ନାଲକୋର ଇପିଓ ଇଡି ପ୍ରୋଜେକ୍ଟ ଭି.ଏସ.ଏସ ଆନନ୍ଦ,ମୁଖ୍ୟ ମହାପ୍ରବନ୍ଧକ ସଞ୍ଜୟ ଗୁପ୍ତା, ଆଶୀଷ ସେନାପତି,ସଞ୍ଜୟ କୁମାର ପଟ୍ଟନାୟକ,ସୁଗାତୋ ଆନନ୍ଦୋ ବସୁ ସମ୍ମାନିତ ଅତିଥି ରୂପେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ମୁଖ୍ୟ ରେଫରୀ ଡ.ରମେଶ ଚନ୍ଦ୍ର ସ୍ବାଇଁଙ୍କ ସହିତ ରେଫରୀ ଚଞ୍ଚଳ ମାଝୀ,ଛବି କୁମାର ନାୟକ,ସଂଜୁ ନାୟକ,ଉଦ୍ଧବ ବାଗ,ମନୋରଞ୍ଜନ ମାଝୀ,ସାହିଲ ଦୀପ,ବିଶେଶ୍ୱର ପ୍ରଧାନ,ପ୍ରଦୀପ ହାଁସଦା,ଅବିନାଶ କୁଲଦୀପ,ଦୈତାରି କୁଲଦୀପ ପ୍ରମୁଖ ଖେଳ ପରିଚାଳନା କରିଥିଲେ। ନିର୍ମଳ କୁମାର ରାଉତ ପୁରସ୍କାର ବିତରଣ ଉତ୍ସବକୁ ସଂଯୋଜନା କରିଥିବା ବେଳେ ନାଲକୋ ସ୍ପୋର୍ଟସ ସେଲ ଅଧିକାରୀ ଅରୁଣ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।ଦୀପ୍ତି ପ୍ରକାଶ ପଣ୍ଡା,ବାଟଲା ରାଓ, ପ୍ରଭାତ କୁମାର ସାହୁ ପ୍ରମୁଖ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ।ଷ୍ଟାଡିୟମରେ ଭରପୁର ଦର୍ଶକ ଉପସ୍ଥିତ ରହି ଖେଳ ଦେଖିଥିଲେ।

22
1730 views