logo

ପୁରୁଷୋତ୍ତମପୁର ସହରରେ ପ୍ରଥମ ଥର ବ୍ଲକ ସ୍ତରୀୟ ୭୯ ତମ ସ୍ୱାଧୀନତା ଦିବସ ସମାରୋହ ଧୁମ ଧାମ ରେ ପାଳନ !



ଗଞ୍ଜାମ ଜିଲ୍ଲା(୧୫/୮/୨୦୨୫)ପୁରୁଷୋତ୍ତମପୁର-ଦେଶ ସ୍ୱାଧୀନ ହେବାର ୭୮ ବର୍ଷ ପରେ ଯେତେବେଳେ ୭୯ ବର୍ଷ ପୂର୍ତ୍ତି ହୋଇଛି ସେତେବେଳେ ପୁରୁଷୋତ୍ତମପୁର ସହରରେ ସ୍ଥାନୀୟ ତହସିଲଦାର ବିନୋଦ କୁମାର ବେହେରାଙ୍କ ପ୍ରଚେଷ୍ଟା ଏବଂ କିଛି ସାମ୍ବାଦିକଙ୍କ ସହଯୋଗରେ ପ୍ରଥମ ଥର କରି ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ସ୍ଥାନୀୟ ନରସିଂହ ଦାଶ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି | ଏହାର କିଛି ଦିନ ପୂର୍ବରୁ ବ୍ଲକ ସ୍ତରୀୟ ୬ ଶ୍ରେଣୀ ଠାରୁ ଯୁକ୍ତ ତିନି (+୩) ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ୪ ଗୋଟି ବିଭାଗରେ ବକୃତା,ଦେଶାତ୍ମବୋଧ ସଂଗୀତ ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା ସ୍ଥାନୀୟ ହିନ୍ଦୀ ଭବନ ଠାରେ ଅନୁଷ୍ଠିତ ହୋଇଥିଲା ଏବଂ ପ୍ରତ୍ୟକ ବିଭାଗର ପ୍ରଥମ,ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥିମାନଙ୍କ ଦ୍ୱାରା ମାନପତ୍ର ଓ ସିଲ ପ୍ରଦାନ କରାଯାଇଥିଲା |ପ୍ରଥମେ ସକାଳ ୬ ଘଣ୍ଟା ସମୟରେ ଶ୍ରୀ ଶ୍ରୀ ମା କନକା ଅଟୋ ମୋବାଇଲ ଏସୋସିଏସନ ଦ୍ଵାରା ୨୦୦ ଅଟୋ ନଗର ପରିକ୍ରମା କରି ଜାତୀୟ ସଂଗୀତ ସହ ପ୍ରଭାତ ଫେରୀ କରାଯାଇଥିଲା | ବ୍ଲକ ସ୍ତରର ଅଧିକାଂଶ ବିଦ୍ୟାଳୟର ଛାତ୍ର ଛାତ୍ରୀ, ଶିକ୍ଷକ ଏବଂ ଶିକ୍ଷୟତ୍ରୀ ଙ୍କ ସହିତ ସ୍କ୍ୱାଡଟ ଏବଂ ଗାଇଡ଼ ମାନଙ୍କ ଦ୍ୱାରା ଏକ ବିଶାଳ ରାଲିରେ ସହର ପରିକ୍ରମା କରି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟା ପ୍ରଦାନ ପୂର୍ବକ ହାଇସ୍କୁଲ ମଧ୍ୟରେ ଥିବା ପଞ୍ଚ ମହାପୁରୁଷଙ୍କୁ ଅତିଥିମାନଙ୍କ ଦ୍ୱାରା ପୁଷ୍ପ ମାଲ୍ୟ ପ୍ରଦାନ କରାଯାଇଥିଲା | ତାହାପରେ ସ୍ୱାଧୀନତା ଦିବସ ପାଳନ କମିଟିର ସଭାପତି ତଥା ତହସିଲଦାର ବିନୋଦ କୁମାର ବେହେରାଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା | ସମବେତ ଜାତୀୟ ସଂଗୀତ ଗାନ ପରେ ଉପସ୍ଥିତ ଅତିଥିମାନଙ୍କ ଦ୍ୱାରା ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା | ଅନୁଷ୍ଠାନର ଆବାହକ ପ୍ରଫୁଲ୍ଲ କୁମାର ରଥଙ୍କ ଦ୍ୱାରା ଅତିଥି ମାନଙ୍କୁ ମଞ୍ଚାସୀନ ଏବଂ ଅତିଥି ପରିଚୟ ପ୍ରଦାନ କରା ଯାଇଥିଲା | ଏହି ସମୟରେ ସ୍କୁଲର ପିଲା ମାନେ ପ୍ୟାରେଡ଼ ସହିତ ଭାରତ ମାତାଙ୍କ ସହିତ ମହାପୁରୁଷ ମାନଙ୍କ ସ୍ଲୋଗାନ ଦେଇଥିଲେ |ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବ୍ଲକ ବିଡିଓ ଶରତ କୁମାର ପାତ୍ର, ତହସିଲଦାର ବିନୋଦ କୁମାର ବେହେରାଙ୍କ ସହ ସମ୍ନାନୀତ ଅତିଥି ଭାବେ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା, ବ୍ଲକ ଅଧ୍ୟକ୍ଷା ପିଙ୍କି ବେହେରା ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୋବିନ୍ଦ ଦଣ୍ଡ ସେନା ଯୋଗ ଦେଇଥିଲେ ସମ୍ପାଦକ ଏ ରାଜୁ ଗୋପାଳ ରାଓ,ସହ ସମ୍ପାଦକ ଅରୁଣ କୁମାର ଗୌଡ଼,ସି ଡ଼ି ପି ଓ ଲଳିତା ମଲ୍ଲିକ ଓ ଉପ ସଭାପତି ବୃନ୍ଦାବନ ଡାକୁଆ ଉପସ୍ଥିତ ରହି ପ୍ରଥମଥର ହୋଇଥିବା ଏହି କାର୍ଯ୍ୟର କର୍ମକର୍ତ୍ତା ଓ ସହଯୋଗୀ ମାନଙ୍କୁ ଭୁୟଂଶୀ ପ୍ରଶଂସା କରିବା ସହ ସହରର ସମସ୍ତ ବୁଦ୍ଧିଜୀବୀ,ଆଇନଜୀବୀ,ସାମ୍ବାଦିକ,ବ୍ୟବ ସାୟୀ ଓ ଯୁବଗୋଷ୍ଠୀ ସହଯୋଗ କରିଥିବା ବେଳେ | ସହରର ଏହିଭଳି ଅନେକ ଉନ୍ନତି ମୂଳକ କାମ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ | ଶେଷରେ ଭଏସ ଅଫ ମିଡିଆ ର ବ୍ଲକ ସଭାପତି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରସନ୍ନ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ | ଏହାପରେ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପରିବେଷିତ ନୃତ୍ୟ ଓ ସଂଗୀତ ଉପସ୍ଥିତ ଦର୍ଶକଙ୍କୁ ଆତ୍ମବିଭୋର କରିଦେଇଥିଲା |ଏହି କାର୍ଯ୍ୟକ୍ରମରେ ସହରର ସମସ୍ତ ବ୍ୟାଙ୍କ ମ୍ୟାନେଜେର, ସମସ୍ତ ସରକାରୀ ଅଫିସ ଅଧିକାରୀ,ବ୍ୟବସାୟୀ ଏବଂ ସନ ସାଇନ ସ୍କୁଲର ଅଧକ୍ଷ ସୁନୀଲ କୁମାର ମହାନ୍ତି, ସରସ୍ବତୀ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ନିରଞ୍ଜନ ଡାକୁଆ,ନରସିଂହ ଦାଶ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଯୁଧିଷ୍ଠିର ସାହୁ, ତାରାତାରିଣୀ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ପ୍ରଶାନ୍ତ କୁମାର ପଟ୍ଟନାୟକ ସହଯୋଗ କରିଥିଲେ |ଏଥିରେ ଘୋଷକ ଭାବେ ହେମନ୍ତ କୁମାର ବେହେରା, ଗଜାନନ ନାହାକ ଓ ତାରିଣୀ ଚରଣ ଦାଶ ସହିତ ଆଦି ବ୍ୟକ୍ତି ବିଶେଷ ମାନେ କାର୍ଯ୍ୟ କୁ ଆଗେଇ ନେଇଥିଲା ବେଳେ ଲଚ୍ଛମନ ନାୟକ, ବାବୁଲା ସାହୁ, ସୁଶାନ୍ତ କୁମାର ପାଢ଼ୀ ଶ୍ରୀ ହରି ସାହୁ ମଧ୍ୟ ଏହି ସମାରୋହ କୁ ପୂର୍ଣ୍ଣ ସହଯୋଗ କରିଥିଲେ |ଏଭଳି ପ୍ରଥମ ଥର ପାଇଁ ବ୍ଲକ ସ୍ତରୀୟ ଐତିହାସିକ କାର୍ଯ୍ୟ କରିଥିବାରୁ ସହରବାସୀ ତହସିଲଦାର ବିନୋଦ କୁମାର ବେହେରାଙ୍କୁ କୃତଜ୍ଞତା ଜଣାଇଛନ୍ତି |ଏହି ସମାରୋହ କୁ ସ୍ଥାନୀୟ ପ୍ରଶାସନ ର ସମସ୍ତ ଅଫିସ ସହ ଯୋଗ କରିଥିବା ବେଳେ ବିଜ୍ଞପିତ ଅଞ୍ଚଳ ପରିଷଦ,ଅଗ୍ନିଶମ ବିଭାଗ ଏବଂ ପୋଲିସ ବିଭାଗ ମଧ୍ୟ ସହଯୋଗ ର ହାତ ବଢ଼ାଇଥିଲେ | ସହରରେ ପ୍ରଥମ ଥର ଏହି ସମାରୋହ ହୋଇଥିବାରୁ ସହର ବାସୀ ବହୁତ ଖୁସି ହେବା ସହିତ ସ୍ୱାଧୀନତା ଦିବସ ପାଳନ କମିଟି କୁ ଉଚ୍ଚ ପ୍ରଶଂସା କରିଥିଲେ |

53
1720 views