logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କଣ୍ଡରାପଶି ଶିଶୁମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ

କେନ୍ଦୁଝର(ଧ୍ୟାନକୃଷ୍ଣ ନାୟକ):- ସଦର ବ୍ଲକ୍ ଅନ୍ତର୍ଗତ କଣ୍ଡରାପଶିସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ମହା ସମାରୋହରେ ପାଳିତ ହୋଇଛି। ଉକ୍ତ ଉତ୍ସବରେ ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟା ନଳିନୀ ମହାନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ନଈଗାଁ ଗ୍ରାମର ପ୍ରଫୁଲ କୁମାର ନାୟକ ଏବଂ ଦୈତାରୀ ମହାନ୍ତ ଯୋଗ ଦେଇଥିଲେ। ସେହିପରି ମୁଖ୍ୟବକ୍ତା ଭାବେ ଝୁମ୍ପୁରା ଗାୟତ୍ରୀ ପରିବାରର ସୁବଳ କୁମାର ସାହୁ ଯୋଗ ଦେଇ ପ୍ରଦ୍ବୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ମୁଖ୍ୟବକ୍ତା ଶ୍ରୀ ସାହୁ ଉପସ୍ଥିତ ଶିଶୁ ଭାଇଭଉଣୀଙ୍କୁ ଜନ୍ମାଷ୍ଟମୀର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ଶିଶୁମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଯୁଗଳ କିଶୋର ବାରିକ୍ ମଞ୍ଚାସୀନ ଅତିଥିଙ୍କ ପରିଚୟ ପ୍ରଦାନ ପୂର୍ବକ ମଞ୍ଚ ପରିଚାଳନା କରିଥିଲେ। ଶିଶୁମନ୍ଦିର ପରିଚାଳନା ସମିତିର ସଭାପତି ଗୋବିନ୍ଦ ଚନ୍ଦ୍ର ନାୟକ, ସମ୍ପାଦକ ସୁବର୍ଣ୍ଣ ମହାନ୍ତ, କୋଷାଧ୍ୟକ୍ଷ ମହେନ୍ଦ୍ର କୁମାର ମହାନ୍ତ, ସଦସ୍ୟ ଲମ୍ବୋଦର ନାୟକ, ପ୍ରଫୁଲ ନାୟକ(ରେଙ୍ଗାଳବେଡା) ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜନାରେ ପ୍ରମୁଖ ଭୂମିକା ତୁଳାଇଥିଲେ। ଏହି ପରିପ୍ରେକ୍ଷୀରେ କୁନିକୁନି ଶିଶୁ ଭାଇଭଉଣୀମାନେ ରାଧାକୃଷ୍ଣ ବେଶରେ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ମନ୍ତ୍ରମୁଗ୍ଧ କରିଥିଲେ। ବିଭିନ୍ନ ବିଦ୍ୟାଳୟ ତଥା ଅଙ୍ଗନବାଡିର ଛାତ୍ରଛାତ୍ରୀମାନେ ବିଭିନ୍ନ ଭୂମିକାରେ ସଜ୍ଜିତ ହୋଇ ନୃତ୍ୟ ପରିବେଷଣ କରି ବେଶ ପ୍ରଶଂସିତ ହୋଇଥିଲେ। ଉକ୍ତ ଉତ୍ସବର ପ୍ରମୁଖ ଦାୟୀତ୍ୱ ତୁଲାଇଥିଲେ ଗୁରୁମା ତପସ୍ୱିନୀ ନାୟକ,ଗୁରୁମା ନଳିନୀ ନାୟକ ଏବଂ ଏଥିରେ ତାଙ୍କୁ ସହାୟତା କରିଥିଲେ ଗୁରୁମା ମମି ନାୟକ, ଗୁରୁମା ବୈଜୟନ୍ତୀ ନାୟକ ପ୍ରମୁଖ। ଏହି ଅବସରରେ ପଞ୍ଚାୟତର କିଛି ଅସହାୟ ବୃଦ୍ଧାଙ୍କୁ ଅତିଥିମାନଙ୍କ ଦ୍ୱାରା ବସ୍ତ୍ର ପ୍ରଦାନ ମଧ୍ୟ କରାଯାଇଥିଲା। ଶେଷରେ ସଭାପତି ଗୋବିନ୍ଦ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

227
9744 views

Comment