logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ (AOGBO) ଏବଂ ଉତ୍କଳ ଗ୍ରାମୀଣ ବ୍ୟାଙ୍କ (UGBOA) ମିଳିତ ସାଧାରଣ ସଭା ଭୁବନେଶ୍ବର ଠାରେ ଅନୁଷ୍ଠିତ।

ଭୁବନେଶ୍ବର/୨୪/୦୮/୨୫: ଗତ ଅଗଷ୍ଟ ୨୪ତାରିଖ ରେ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ (AOGBO) ଏବଂ ଉତ୍କଳ ଗ୍ରାମୀଣ ବ୍ୟାଙ୍କ (UGBOA) ମିଳିତ ସାଧାରଣ ସଭା ଭୁବନେଶ୍ବର ର ରମାଦେବୀ ମହିଳା ମହାବିଦ୍ୟାଳୟର ଅଡିଟୋରିୟମ ଠାରେ ଅନୁଷ୍ଠିତହୋଇଯାଇଅଛି। ଉକ୍ତ ସଭା ରେ ସମ୍ମାନୀୟ ଅତିଥି ଭାବେ AIRRBEA ର ଏବଂ NFRRBO ଶ୍ରେଣୀର ର ସଂଗଠିନିକ ସମ୍ପାଦକ କମ୍ରେଡ୍ ମୟଙ୍କ ବୈଦ୍ୟ ଓ ସାଧାରଣ ସମ୍ପାଦକ କମ୍ରେଡ୍ କୀର୍ତ୍ତିରାଜ ହିଡକଲ ଉପସ୍ଥିତ ଥିଲେ। ଏହା ସହ ଓଡିଶା ଗ୍ରାମୀଣ ବ୍ୟାଙ୍କ ର ତିନି ପ୍ରମୁଖ ମହାପ୍ରବନ୍ଧକ ଶ୍ରୀ ଯୁକ୍ତ ବିଜୟ କେତନ ସାହୁ, ଶ୍ରୀ ଯୁକ୍ତ ବାଲମୁକୁନ୍ଦ୍ ପ୍ରସାଦ ଏବଂ ବାସୁଦେବ ରାଉତରାୟ ପ୍ରମୁଖ ଯୋଗ ଦେଇ ନିଜ ନିଜ ର ବକ୍ତବ୍ୟ ରଖିଥିଲେ। ସଭାକୁ ପରିଚାଳନା କରିଥିଲେ ସଂଘ ର ସଭାପତି ଦୁଇ ଜଣ ଶ୍ରୀ ଯୁକ୍ତ ଅସିତ୍ ଖଣ୍ଡାଇ ଓ ଗୋପୋବନ୍ଧୁ ମଲ୍ଲିକ।
ଉଭୟ ସଙ୍ଘ ର ସାଧାରଣ ସମ୍ପାଦକ ଶ୍ରୀ ଯୁକ୍ତ ପଦ୍ମଲୋଚନ ସାହୁ ଓ ସାଗର ଗୁରୁ ନିଜ ର ତଥ୍ୟ କୁ ଉପସ୍ଥାପନା କରିଥିଲେ। ଦୁଇ ସଙ୍ଗଠନ ମିଳିତ ଭାବେ ସମସ୍ତ ଙ୍କ ସହମତି ରେ ନୂତନ ଭାବେ ସଙ୍ଗଠନ ର ନାମ Association Of Odisha Grameen Bank Officers (AOGBO) ରଖା ଯାଇଥିଲା।
ସମ୍ମାନୀୟ ଅତିଥି ଭାବେରମାଦେବୀ ମହିଳା ମହାିଦ୍ୟାଳୟର ଶ୍ରୀଯୁକ୍ତ ପ୍ରଫେସର୍ ଚଣ୍ଡୀ ଚରଣ ରଥ ଯୋଗ ଦେଇ ବ୍ୟାଙ୍କିଙ୍ଗ ସେବା କାର୍ଯ୍ୟ ଗ୍ରାମାଞ୍ଚଳ ପାଇ କିପରି ସହଜ ଓ ଭଲ ସେବା ଦେଇ ଅସ୍ତା ଭାଜନ ହୋଇ ପାରିବ ସେ ଉପରେ ନିଜ ମତ ବ୍ୟକ୍ତ କରିଥିଲେ।
ଓଡିଶା ଗ୍ରାମୀଣ ବ୍ୟାଙ୍କ ର ନୂତନ ଦାୟିତ୍ବ ଭାବେ ସଭାପତି ରୂପେ ଶ୍ରୀଯୁକ୍ତ ମାନଭଞ୍ଜନ ମିଶ୍ର ଓ ସମ୍ପାଦକ ରୁପେ ଶ୍ରୀ ଯୁକ୍ତ ପୀତବାସ ଜେନା ଙ୍କୁ ସର୍ଵ ସମ୍ମତି କ୍ରମେ ଚୟନ କରାଯାଇ ଥିଲା। ଏହାସହ ଅନ୍ୟ ୧୦୬ଜଣ ଙ୍କୁ ସଦସ୍ୟ ରୁପେ ଚୟନ କରା ଯାଇଥିଲା।
ଏହି ସଭା ରେ ଗ୍ରାମୀଣ ବ୍ୟାଙ୍କ ର ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ଏବଂ ଅନ୍ୟାନ୍ୟ ପ୍ରମୁଖ ଅଧିକାରୀ ଗଣ ଉପସ୍ଥିତ ରହି ବ୍ୟାଙ୍କ ବିଷୟ ରେ ନିଜ ମତ କୁ ରଖି ଥିଲେ।
ଶେଷ ରେ ପଦ୍ମଲୋଚନ ସାହୁ ସମସ୍ତ ଉପସ୍ଥିତ ଥିବା ମନ୍ୟଗଣ ବ୍ୟକ୍ତି ଙ୍କୁ ଧନ୍ୟବାଦ୍ ଦେଇ ସଭା କୁ ସମାପନ ଘୋଷଣା କରିଥିଲେ।

74
7443 views

Comment