logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବିନା ଲିଜ୍‌ରେ ଚାଲିଛି ବାଲି ଚୋରା ଚାଲାଣ ପ୍ରଶାସନ ଚୁପ

ଆସିକାରେ ଜୀବନରେଖା

କୁହାଯାଇଥୁବା ଦୁଇ ନଦୀ ଋଷିକୂଲ୍ୟା ଓ ବଡ଼ନଦୀ ରହିଛି । ଏହି ଦୁଇ ନଦୀକୁ ଭିଭିକରି ଆସିକା ତହସିଲରେ ଋଷିକୂଲ୍ୟା ନଦୀର ମଙ୍ଗଳପୁର ଓ ବଡ଼ନଦୀର ବିଜୁପଟ୍ଟନାୟକ ଛକ ସ୍ଥିତ ନରସିଂହପଲ୍ଲୀ ଓ ବଦନଦୀର ଗହଙ୍ଗୁ, ଧନିଯା, ବାଙ୍ଗରଡ଼ା, ଜଗଦଳ ପୁରକୁ ଛାଡିଦେଲେ ଅନ୍ୟ କେଉଁଠି ମଧ୍ୟ ଲିଜ ରହିନାହିଁ । ଗତ କିଛି ବର୍ଷ ହେବ ନ‌ଦୀଗୁଡ଼ିକର ରକ୍ଷଣାବେକ୍ଷଣ ଓ ଏହି ଲିକ ପ୍ରକ୍ରିୟାକୁ ଓଡିଶା ସରକାର ଖଣି ବିଭାଗକୁ ହସ୍ତାନ୍ତର କରିଛନ୍ତି | କିନ୍ତୁ ଉଭୟ ତହସିଲ, ସ୍ଥାନୀୟ ପୋଲିସ ଓ ଖଣି ବିଭାଗ ଏହାର ତଦାରଖ ଓ ପରିଚାଳନା ଦାୟିତ୍ଵ ରହିଥୁଲା ବେଳେ ଏହାର ସମ୍ପୂର୍ଣ୍ଣ ଦାୟିତ୍ ଖଣି ବିଭାଗର ରହିଛି । ଆସିକା ତହସିଲ ଇଲାକାରେ କୋଟି କୋଟି ଟଙ୍କାର ନଦୀ ବାଲି, ପଥର ଜୁଆରୀ, ଗ୍ରାନାଇଟ ପାହାଡ଼ ରହିଥିଲା ବେଳେ ଏହିଭଳି ଗୋଟିଏ ଗୁରୁତ୍ବପୂର୍ଣ୍ଣ ତହସିଲରେ ଏହି ଖଣି ବିଭାଗୀୟ ଅଧୂକାରୀଙ୍କ କୌଣସି କାର୍ଯ୍ୟାଳୟ ଆସିକାରେ ନାହିଁ । ଏହି ଅଧିକାରୀମାନଙ୍କକାହାର ଆସିକା ଅଞ୍ଚଳରେ ଦେଖା ମିଳୁନାହିଁ । ଚାଲି ଚୋରା ଚାଲାଣକୁ ରୋକିବା ଦାୟିତ୍ବ ପୋଲିସ, ଖଣିବିଭାଗ, ତହସିଲ ରହିଥିଲା ବେଳେ ସ୍ଥାନୀୟ ଭଦ୍ର ଲୋକ, ଗ୍ରାମବାସୀ, ବୁଦ୍ଧିଜୀବା ବାରମ୍ବର ଅଭିଯୋଗ କରିବା ପରେ ବିଭାଗୀୟ ଅଧୂକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଧର୍ମକୁ ଆଖି ଠାର ଭଳି ନିଜ କାର୍ଯ୍ୟତୁଲାଇଛନ୍ତି । କେବେ ମଧ୍ୟ ନିଜ ଆଡୁ ଚଢ଼ାଉ ହେଉନଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି । ସରକାର ଆସିକା ତହସିଲରୁ କୋଟି କୋଟି ଟଙ୍କା ରାଜସ୍ୱ ହରାଉଛନ୍ତି। ବର୍ତମାନ ବାଲି ମାଫିଆମାନେ ଆସିକା ସୁବର୍ଣ୍ଣେଶ୍ୱର ମନ୍ଦିର ନିକଟରେ ଥିବା ଋଷିକୂଲ୍ୟା ନଦୀ ହୁଡ଼ାକୁ କାଟି ଦିନ ବିପ୍ରହରରେ ନଦୀ ମଧ୍ୟରେ ଦୁଇ ଦୁଇଟି ଜେସିବି ମେସିନ ଦ୍ବାରା ଦୈନିକ ଶହ ଶହ ବାଲି ହାଇୱା ଦ୍ୱାରା ବାଲି ଚୋରା ଚାଲାଣ ହୋଇ ଜିଲ୍ଲା ତଥା ଜିଲ୍ଲା ବାହାରକୁ ଯାଉଥିବା ଦେଖୁବାକୁ ମିଳୁଛି। ବର୍ତ୍ତମାନ ବର୍ଷା ଋତୁ ଚାଲିଥିଲା ବେଳେ ମାଫିଆମାନଙ୍କ ଦ୍ୱାରା କଟା ଯାଇଥିବା ନଦୀ ହୁଡ଼ା ଦେଇ ଆସିଳା ମଧ୍ୟକୁ ବନ୍ୟା ଜଳ ପଶିବା ସମ୍ଭାବନା ଅଧ‌ିକ ରହୁଛି। ପ୍ରକାଶ ଥାଉକି ସ୍ଥାନୀୟ ଲୋକଙ୍କଠାରୁ ଅଭିଯୋଗ ପାଇ ଅଗଷ୍ଟ ୮ ତାରିଖ ସନ୍ଧ୍ୟା ୫ଟାସମୟରେ ଧରାକୋଟ ତହସିଲଦାର ଧରାକୋଟ ଖଣି ଅଧୁକାରୀ ଆସିଳା ସୁବର୍ଷେଶ୍ୱର ମନ୍ଦିର ନିକଟରେ ଥିବା ଋଷିକୂଲ୍ୟା ନଦୀରେ ଚଢ଼ାଉ କରି ପ୍ରାୟ ୧୭ଟି ବାଲି ବୋଝେଇ ହାଇବା ଥିବାର ଦେଖ‌ିବାକୁ ପାଇଥିଲେ । ଆସିକା ତହସିଲ ଓ ପୋଲିସକୁ ଖବର ଦେବା ପରେ ଆସିକା ପୋଲିସ ଘଟଣା ସ୍ଥଳରୁ ଗୋଟିଏ ହାଇଓକୁ ଜବତ କରି ନିଜ କାମ ସାରି ଦେଇଥୁଲା । ପୁଣି ଘଟଣା ଘଟିବା ପର ଦିନଠାରୁ ପ୍ରଶାସନକୁ ହାତବାରିସି କରି ବାଲିମାଫିଆ ମାନେ ବୈଧଡ଼କ ଭାବେ ଆସିକା ସୁବର୍ଣ୍ଣେଶ୍ୱର, କରଞ୍ଜେଇ ପଲ୍ଲୀ, ବେଣାପାଟ ଆଦି ସ୍ଥାନରୁ ଦୈନିକ ଦିନ ଦ୍ଵିପ୍ରହରରେ ଶହ ଶବ୍ଦ ଟ୍ରିପ ବାଲି ଚୋରା ଚାଲାଣ କରୁଥିବାର ନଜିର ରହିଛି। ନିକଟରେ ଆସିକାଠାରେ ହୋଇଥିବା ଜିଲ୍ଲାପାଳ ଓ ଆରକ୍ଷୀ ଅଧୁକାରୀଙ୍କ ଜନଶୁଣାଣି ସମୟରେ ଏହି ବାଲି ଚୋରା ଚାଲାଣ ବିଷୟରେ ଅଭିଯୋଗ ହୋଇଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳିନଥୁଳା ଜନସାଧାରଣ ଆଲୋଚନା କରୁଛନ୍ତି ।

121
735 views

Comment