logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଚୋରା ମଦ ଓ ଏକ ଐତିହାସିକ ମିଛ ।।

***"ଚୋରା ମଦ" ଓ ଏକ ଐତିହାସିକ ମିଛ***

୧) ମଦ ଯେହେତୁ ରାଜ୍ୟର ବିଷୟ(ଭାରତୀୟ ସମ୍ବିଧାନ ଅନୁଯାୟୀ), ତେଣୁ ରାଜ୍ୟ ସରକାର ହିଁ ମଦ ବନ୍ଦ କରିପାରିବେ।

୨) ମଦ ପିଇ ଲୋକେ ମରନ୍ତି, ରୋଗାକ୍ରାନ୍ତ ହୁଅନ୍ତି, ଯାବତୀୟ ଅପରାଧ ଘଟାନ୍ତି ଇତ୍ୟାଦି। ଏହି ମାମଲାରେ ଚୋରା କି ଟିକସ ଦିଆ ମଦରେ କୌଣସି ପାର୍ଥକ୍ୟ ନାହିଁ। ଆଉ ଅତୀତରେ ଓ ବର୍ତ୍ତମାନ ଅନେକ ସ୍ଥାନରେ ପ୍ରମାଣିତ ହୋଇଛି ଯେ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନୀ ବା ତାଙ୍କୁ ଲାଇସେନ୍ସ ଦେଉଥିବା ବ୍ୟବସ୍ଥା ହିଁ ଚୋରା ମଦ ପାଇଁ ଦାୟୀ।

୩) ସରକାରଙ୍କୁ ମଦ ବହୁତ୍ ରାଜସ୍ବ ମିଳିବା କଥାଟି ମିଥ୍ୟା। ଓଲଟା ସରକାର ଆଉ ସମାଜକୁ ମଦ ଲାଗି ଅନେକ କ୍ଷତି ହୁଏ, ଯାହା ଜଷ୍ଟିସ ଟେକ୍ ଚାନ୍ଦ କମିଶନଙ୍କ ରିପୋର୍ଟ୍ ରୁ ଜଣାଯାଏ।

୪) ଲୋକେ ଆନ୍ଦୋଳନ କରି ମଦ ଦୋକାନ ଖୋଲିବାକୁ ସରକାରଙ୍କୁ ଅନୁରୋଧ କରି ନାହାନ୍ତି, ଓଲଟା ସରକାର ଗଳି ଗଳି ରେ ମଦ ଦୋକାନ ଖୋଲି ମଦୁଆଙ୍କ ସଂଖ୍ୟାରେ ବୃଦ୍ଧି ଘଟାଇଛନ୍ତି। ମୋ ଗାଁରେ ମୋ ପିଲାବେଳେ ୨-୩ ଜଣ ମଦୁଆ ଥିଲେ। ମୋ ଗାଁ ଛକରେ ମଦ ଦୋକାନ ଖୋଲିଲା ପରେ ବର୍ତ୍ତମାନ ପ୍ରତି ଘରେ ମଦୁଆ ! ତେଣୁ ମଦ ସମସ୍ୟା ଲାଗି ସରକାରଙ୍କ ମଦ ପ୍ରସାରଣ ନିତୀ ହିଁ ପ୍ରମୁଖ ରୂପେ ଦାୟୀ।

ମଦ ପିଉଥିବା ମଣିଷଟି ଅନ୍ୟ ସାଧାରଣ ମଣିଷ ଠାରୁ ମଦର ଭୟଙ୍କାରିତା ସମ୍ପର୍କରେ ବେଶି ସଚେତନ, କିନ୍ତୁ ନିଶା ତ୍ୟାଗ କରିବାରେ ଅସମର୍ଥ, ଯେଉଁଥିଲାଗି ସାରା ସମାଜ ବର୍ତ୍ତମାନ ପୀଡ଼ିତ।

MMYB : ମଦମୁକ୍ତି ଯୁବବାହିନୀ

74
4061 views

Comment