logo

ଶିକ୍ଷକ ଅଭାବ ପାଇଁ ବିଦ୍ୟାଳୟ ରେ ତାଲା।


ହାଟଡିହି  ସାତୋ ଟି କ୍ଲାସ ପାଇଁ ଚାରି ଜଣ ଶିକ୍ଷକ। ଏପରି ଅବସ୍ଥା ଦେଖିବାକୁ ମିଳିଥିଲା ହାଟଡିହି ବ୍ଲକ ଢେଙ୍କା ପଞ୍ଚାୟତ ବାରିଗାଁ ଗାଁ ପ୍ରାଥମିକ ବିଦ୍ୟାଳୟ ରେ। ସୂଚନା ଅନୁଯାୟୀ ସାତଟି ଶ୍ରେଣୀ ରେ ପ୍ରାୟ ୧୦୦ରୁ ଅଧିକ ଛାତ୍ର ଛାତ୍ରୀ ପଢୁଥିବା ବେଳେ ମାତ୍ର ଚାରି ଜଣ ଶିକ୍ଷକ ରହିଥିଲେ। ସେଥିରେ କଷ୍ଟେ ମଷ୍ଟେ ସ୍କୁଲ ଚାଲିଥିଲା ହେଲେ ଏବେ ଜଣେ ଶିକ୍ଷକ ବଦଳି ହୋଇଯାଇଥିବା ବେଳେ ସ୍ଥିତି ବିଗିଡି ଯାଇଛି। ଯାହାର ପ୍ରତିବାଦ ସ୍ୱରୂପ ପିଲା ମାନେ ଆଜି ପୋଖରୀ କୁଳ ରେ ବସି ପ୍ରତିବାଦ କରିବା ସହ ଅଭିଭାବକ ମାନେ ବିଦ୍ୟାଳୟ ରେ ତାଲା ପକାଇ ଦେଇଥିଲେ।  ଏହି ଅଭିଯୋଗ ଗ୍ରାମବାସୀ ମାନେ ଏକତ୍ରିତ ହୋଇ ବିଦ୍ୟାଳୟ ବନ୍ଧ କରିଥିଲେ। ଏମାନଙ୍କ ମଧ୍ୟରେ ହିମାଂଶୁ ଦାସ, ଅର୍ଜୁନ ନାୟକ,  ଦୀପକ ବେହେରା, ତାରା କାନ୍ତ ସାହୁ, ଭାରତ ବିଶ୍ଵାଳ, ରାଜେଶ ସାହୁ, ଫିନା ଦାସ ପ୍ରମୁଖ ଦାବି କରିଥିଲେ।

1
863 views