logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ସମ୍ବାଦ’ ଓ ‘ଆମ ଓଡ଼ିଶା’ ପକ୍ଷରୁ ବ୍ଲକ ସ୍ତରୀୟ ଚିତ୍ରାଙ୍କନ,ହସ୍ତାକ୍ଷର ଏବଂ ଭାଷାଜ୍ଞାନ – ପ୍ରବନ୍ଧ ବାର୍ଷିକ ପ୍ରତିଯୋଗିତା

ପାଟଣା: ‘ସମ୍ବାଦ’ ଓ ‘ଆମ ଓଡ଼ିଶା’ ପକ୍ଷରୁ ପାଟଣା ବ୍ଲକ ମୁଖ୍ୟାଳୟରେ ଥିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସମ୍ବାଦ ପ୍ରତିନିଧି ମହେଶ୍ୱର ପୁଷ୍ଟି ଙ୍କ ସଂଯୋଜନା ରେ ବ୍ଲକ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଛାତ୍ରଛାତ୍ରୀଙ୍କ ମନରେ ପ୍ରବଳ ଉତ୍ସାହ ହେଉଥିବା ଦେଖିବାକୁ ମିଳିଥିଲା । ପ୍ରତିଯୋଗିତାରେ ଭାଗ ନେବା ପାଇଁ ସକାଳ ୯ଟାରେ ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ। ସକାଳ ୯ଟା ୩୦ରେ ‘ଚିତ୍ରାଙ୍କନ’ ବିଷୟ ବସ୍ତୁ ପରୀକ୍ଷା କେନ୍ଦ୍ରରେ ଘୋଷଣା କରାଯାଇଥିଲା। ଏହି ପ୍ରତିଯୋଗିତାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଚିତ୍ରାଙ୍କନ, ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ହସ୍ତାକ୍ଷର ଏବ˚ ଅଷ୍ଟମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଭାଷାଜ୍ଞାନ – ପ୍ରବନ୍ଧ ପରୀକ୍ଷା ହୋଇଥିଲା । ପାଟଣା ବ୍ଲକ ର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ମାନେ ଭାଗ ନେଇଥିଲେ। ପ୍ରତିଯୋଗୀଙ୍କୁ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନ ଓ ଉତ୍ତର ପେପର ଯୋଗାଇ ଦିଆଯାଇଥିଲା। ଚିତ୍ରାଙ୍କନ ପ୍ରତିଯୋଗୀଙ୍କୁ ଡ୍ରଇଙ୍ଗ୍‌ ସିଟ୍‌ ଯୋଗାଇ ଦିଆଯାଇଥିଲା। ଏହି ପ୍ରତିଯୋଗିତାରେ ଉତୀର୍ଣ୍ଣ ହୋଇଥିବା ବିଜେତାଙ୍କୁ ପ୍ରତିଯୋଗିତା ଶେଷ ହେବା ପରେ ହିଁ ବିଚାରକମାନଙ୍କ ଦ୍ବାରା ଖାତାର ମୂଲ୍ୟାୟନ କରି କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲ। ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବ୍ଲକ ଅଧ୍ୟକ୍ଷା ବୀଣାପାଣି ନାଏକ, ମୁଖ୍ୟ ବକ୍ତା ଭାବେ ପାଟଣା କ୍ଲଷ୍ଟର ସିଆରସିସି
ଜ୍ୟୋତିର୍ମୟ ତ୍ରିପାଠୀ, ସଂମାନିତ ଅତିଥି ଭାବେ ଶିଶୁ ମନ୍ଦିର ପରିଚାଳନା କମିଟିର ସମ୍ପାଦକ ଦୟାନିଧି ମହାନ୍ତ , ପ୍ରଧାନ ଆଚାର୍ଯ୍ୟ ଗଣେଶ୍ୱର କର ପ୍ରମୁଖ ଯୋଗ ଦେଇଥିଲେ।

69
1941 views

Comment