logo

ସେବା କୁ ବ୍ରତ କରିଛନ୍ତି ସୁରେଶ୍ଵରୀ।

ହାଟଡିହି  ପିଲାଟି ଦିନରୁ ପରିବାର ଦୁଃଖ କଷ୍ଟ ରେ ବଢ଼ିଥିବା ସୁରେଶ୍ଵରୀ ଙ୍କ ପିଲା  ବେଳ ବେଶ୍ ଦୁଃଖ କଷ୍ଟ  ବିତୁଥିଲେ ସେବା କୁ ନିଜର ଜୀବନ ଏକ ଅଙ୍ଗ କରି ଆରମ୍ଭ କରି ଛନ୍ତି ବ୍ରତ। ଏହି ବ୍ରତ କୁ ନିଜେ ଏକା ଏକା ଦୀର୍ଘ ଦିନ ସେବା କରିବା ପରେ ଏକ ସଂଗଠନ  ମାଧ୍ୟମ ରେ ୨୦୨୦ ମସିହା ଫେବୃଆରୀ ମାସ ୨ ତାରିଖ ଦିନ ଜୟଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଆରମ୍ଭ ହୋଇଥିଲା, ସେତେବେଳେ ମାତ୍ର ୭ଜଣ ସଦସ୍ୟ ଙ୍କୁ ନେଇ ଗଠିତ ହୋଇଥିବା ଟ୍ରଷ୍ଟ ରେ ଏବେ ପର୍ଯ୍ୟନ୍ତ ୨୫୦ରୂ ଅଧିକ ସଦସ୍ୟ ରହି ଯୋଗାଇ ଆସୁ ଛନ୍ତି ସେବା, ଟ୍ରଷ୍ଟ ତରଫରୁ ଅନେକ ସେବା ସହଯୋଗ କରାଯାଇଥିବା ବେଳେ ବିଶେଷ କରି କରୋନା ସମୟରେ ରାଜ୍ୟର ୧୧୬ଗ୍ରାମରେ ରାସନ ବଣ୍ଟନ,୫୦୦୦ ରୂ ଉର୍ଧ୍ଵ ଛାତ୍ରଛାତ୍ରୀ ଙ୍କୁ ପାଠ୍ୟ ଉପକରଣ ସହିତ ବ୍ୟାଗ ବଣ୍ଟନ, ୨୫ ଟି ଚକ୍ଷୁ ଚିକିତ୍ସା ଶିବିର, ୨ଟି ମାଗଣା ସ୍ୱାସ୍ଥ୍ୟ ସେବା ସହ ଅସହାୟ ଦିବ୍ୟାଙ୍ଗ କୁ ଆତ୍ମ ନିର୍ଭର କରାଇବା ପାଇଁ ରାସନ ଦୋକାନ କରାଇବା ଦେବା ସହ ଆର୍ଥିକ ଅସୁବିଧା ରେ ଥିବା ରୋଗୀଙ୍କୁ ଚିକିତ୍ସା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଥାନ୍ତି। ଏହାଛଡ଼ା ଶୁଦ୍ଧିକ୍ରିୟା ନିମନ୍ତେ ଅସମର୍ଥ ଥିବା ୧୪ ଟି ପରିବାରକୁ ସହାୟତା ପ୍ରଦାନ,ଶୀତଦିନେ ପ୍ରାୟ ୧୫୦୦୦ ରୂ ଉର୍ଧ୍ଵ ପରିବାରକୁ କମ୍ବଳ ବଣ୍ଟନ ସହିତ ୧୦୦୦୦ପରିବାରକୁ ମଶାରୀ ବଣ୍ଟନ କରିଛନ୍ତି।, ଏହା ସହିତ ବିଗତ ବର୍ଷ ରେ  ଲଗାତାର ଶ୍ରୀକ୍ଷେତ୍ର ପୁରୀରେ ରଥଯାତ୍ରା ଉପଲକ୍ଷେ ଭକ୍ତ ଙ୍କୁ ରାନ୍ଧ ଖାଦ୍ୟ ବଣ୍ଟନ ସହିତ ଘଟଗାଁ ରେ ପ୍ରତି ବର୍ଷ  ରନ୍ଧାଖାଦ୍ୟ ବଣ୍ଟନ କରି  ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ତାହା ରାଜ୍ୟ ତଥା ଦେଶ ବିଦେଶରୁ ପ୍ରାୟ ଅନେକ ସମୟରେ ବିଭିନ୍ନ ସମସ୍ୟା କୁ ସମାଧାନ କରିବା କୁ ଯାଇ ପୁରସ୍କୃତ ହୋଇଛନ୍ତି। ନିକଟ ରେ  ଦୁର୍ନୀତି ଫାଉଣ୍ଡେସନ ପକ୍ଷରୁ ରାଜ୍ୟ ଦାୟିତ୍ୱ ତୁଲାଇ ଓଡ଼ିଶା ନାମ କୁ ଅନ୍ୟ ରାଜ୍ୟ ରେ ଦାୟିତ୍ୱ ନେଇ ପ୍ରଶଂସା ପାତ୍ର ହୋଇଛନ୍ତି ସୁରେଶ୍ଵରୀ।

31
257 views