ଚାଷ ଜମିରେ ମହିଳା ଙ୍କ ମୃତ ଦେହ ଉଦ୍ଧାର
ସମ୍ବଲପୁର(ଦୀପକ ସିଂ)13/09/2025
ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା କଦଳିଗଡ଼ ପଂଞ୍ଚାୟତ ପାଖ ତନ୍ତଗାଡ଼ ଗ୍ରାମରେ ଚାଷ ଜମିରେ ମୃତ ମହିଳା ଉଦ୍ଧାର, ମୃତକ ଜଣକ ହେଲେ ଇନ୍ଦୁମତୀ ସାହୁ (50)ଏହି ଘଟଣା ଜଣେ ଜନ୍ମ କଲା ପୁଅ ତାର ମା କୁ ତଣ୍ଟିଚିପି ହତ୍ୟା କରିଥିବା ଜଣାଯାଇଛି, ସୂଚନା ଯୋଗ୍ୟ ଯେ ମା ପୁଅ ଉଭୟେ ଗୁରୁବାର ଚାଷଜମିକୁ ଘାସ ବାଛି ଯାଇଥିବା ବେଳେ କୌଣସି କାରଣରୁ ସେଠାରେ ପାରିବାରିକ କଥାକୁ ନେଇ ଝଗଡା ହୋଇଥିଲା, ଫଳରେ ବିଲରେ ପୁଅ ମା କୁ ତଣ୍ଟି ଚିପି ହତ୍ୟା କରିଥିବା ସନ୍ଦେହ କରାଯାଇଛି ଏହି ଘଟଣାରେ ପୋଲିସ ପୁଅ ଲିପୁନ ସାହୁ (25)କୁ ଅଟକ ରଖିଛି, ପୋଲିସ ର ଏସଡ଼ିପିଓ ପ୍ରଶାନ୍ତ କୁମାର ମେହେର ତଦନ୍ତ ପରେ ସବୁକିଛି ଜଣା ପଡିବବୋଲି ପ୍ରକାଶ କରିଛନ୍ତି..