logo

ଥୁଆମୂଳ ରାମପୁର: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁରରେ ଶାନ୍ତି ଶୃଙ୍ଖଳାର ସହିତ ସମ୍ପନ୍ନ ହୋଇଯାଇଛି ପ୍ରସିଦ୍ଧ ଝାମୁଯାତ୍ରା ଉତ୍ସବ।

ଥୁଆମୂଳ ରାମପୁର: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁରରେ ଶାନ୍ତି ଶୃଙ୍ଖଳାର ସହିତ ସମ୍ପନ୍ନ ହୋଇଯାଇଛି ପ୍ରସିଦ୍ଧ ଝାମୁଯାତ୍ରା ଉତ୍ସବ। କଳାହାଣ୍ଡିର ଗଡ଼ଜାତ ଅଞ୍ଚଳ ଥୁଆମୂଳ ରାମପୁର ଠାରେ ଚଳିତ ବର୍ଷ ମଧ୍ୟ ଝାମୁଯାତ୍ରା ସହ ଶେଷ ହୋଇଛି ଅଗ୍ନି ଭୈରବ ଦେବଙ୍କ ନବଦିନାତ୍ମକ ବାଲିଯାତ୍ରା ଉତ୍ସବ। ଭାଦ୍ରବ ମାସ ଶୁକ୍ଳ ତ୍ରୟୋଦଶୀ ତିଥିରେ ନିକଟସ୍ଥ ନଦୀର ବାଲି ଆଣାଯାଇ ଶସ୍ଯ ବିଜ ରୋପଣ କରାଯାଇଥିଲା।ଯିବା ପରେ ଗାଦିଆ ବସା ପର୍ବ ଅନୁଷ୍ଠିତ ହୋଇଥିଲା।ଶିବ ଏବଂ ଶକ୍ତି ସ୍ଵରୂପା ଅଗ୍ନି ଭୈରବ ଏବଂ ମାଁ ମାଣିକେଶ୍ଵରୀଙ୍କ କାଳିସୀ ଲାଗି ହେଲା ପରେ ନିଜର ସ୍ଥିତି ଜଣାଇବା
ପାଇଁ କଣ୍ଟା ଗାଦିରେ ବସିଥାନ୍ତି। ଶୁକ୍ରବାର ପଞ୍ଚମୀ ତିଥିରେ ବିଧିବିଧାନ ପୂର୍ବକ ଭୋରରୁ କାଠଗୁଡିକୁ ଅଗ୍ନି ସଂଯୋଗ ପାଇଁ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ଏହାପରେ ଅପରାହ୍ନରେ ଭୈରବ ଦେବଙ୍କ କାଳିସୀ ଲାଗି ହେଲାପରେ ସହର ପରିକ୍ରମା ସାରି ଗାଁ ମାଣିକେଶ୍ଵରୀଙ୍କ କାଳିସୀ ଲାଗି ହୋଇଥିଲା ।ପରେ ଦୁହେଁ କଣ୍ଟା ଗାଦିଆରେ ବସି କଣ୍ଟା ଦୋଳିରେ ଝୁଲିଥିଲେ। ପରେ ଅଗ୍ନି ଭୈରବଙ୍କ
କାଳିସୀ ଲାଗି ନିଆଁରେ ଚାଲିଥିଲେ। ଅଗ୍ନି ଭୈରବ ପୂଜକ
ଯୁବକଲାଲ ପରିଚ୍ଛା ଏବଂ ମା ମାଣିକେଶ୍ଵରୀଙ୍କ ପୁଜକ ଶରତ ପୁଝାରୀ ଉଭୟଙ୍କୁ ଭୈରବ ଦେବଙ୍କ କାଳିସି ହେଲା ପରେ ଗାଦିଆ ବସା ଏବଂ ପରେ ଅଗ୍ନି ଭୈରବ ଙ୍କ ସହର ପରିକ୍ରମା ସହ ଅଗ୍ନି ପରୀକ୍ଷା ପର୍ବ ଅନୁଷ୍ଠିତ ହୋଇଥିଲା।ମୁଖ୍ୟ ପୂଜକ ତାପସ ରାୟଗୁରୁ, ଗୌରଚନ୍ଦ୍ର ମୁଣ୍ଡଛିନା, ଅଶୋକ ମୁଣ୍ଡ, ଡମ୍ବରୁଧର ପୁଝାରି ପ୍ରମୁଖ ମନ୍ଦିରର କର୍ତ୍ତା ନିଜନିଜ ଦାୟିତ୍ୱ ତୁଲାଇଥିଲେ। ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମରେ ଝାମୁଯାତ୍ରା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ସଂଧ୍ୟାରେ ସ୍ଥାନୀୟ କଳାକାରଙ୍କୁ ନେଇ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଏହାପରେ ରାତ୍ର ୧୦ ଘଣ୍ଟା ସମୟରେ କଳାହାଣ୍ଡିର ଲୋକବାଦ୍ୟ ଘୁମୁରାର ପ୍ରତିଯୋଗିତା
ହୋଇଥିଲା। କଳାହାଣ୍ଡିର ବିଭିନ୍ନ ଅଞ୍ଚଳରେ ପ୍ରସିଦ୍ଧି ଲାଭ କରିଥିବା ୭ ଗୋଟି ଘୁମୁରା ଦଳ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାରେ କଦଳୀମୁଣ୍ଡାର ଘୁମୁରା ଦଳପ୍ରଥମ ହୋଇଥ‌ିବା ବେଳେ ମାନପତ୍ର ସହ ୧୬୫୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି। ସେହିପରି ଦ୍ୱିତୀୟ ସ୍ଥାନରେ ବାନେର ଘୁମୁରା ଦଳକୁ ୧୩୫୦୦ ଟଙ୍କା ଏବଂ ପ୍ରତିଯୋଗିତାରେ ତୃତୀୟ ସ୍ଥାନ ହାସଲ କରିଥିବା ଘଣ୍ଟିଗୁଡା ଦଳକୁ ୧୧୫୦୦ ଟଙ୍କା ପ୍ରଦାନକରାଯାଇଛି। ଅଂଶଗ୍ରହଣ କରିଥିବା ଅନ୍ୟ ଦଳ ଗୁଡିକୁ ୭୦୦୦ ଟଙ୍କା ଲେଖାଏଁ ସାନ୍ତନା ମୂଳକ ପୁରଷ୍କାର ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟଅତିଥ୍ ଭାବେ ଲାଞ୍ଜିଗଡ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ପ୍ରଦୀପ କୁମାର ଦିଶାରୀ ଯୋଗ ଦେଇ ମଞ୍ଚ ଉଦଘାଟନ କରିଥିଲେ।
ପ୍ରତିଯୋଗିତାର ପୁରଷ୍କାର ବିତରଣ ଉତ୍ସବରେ ବିଧାୟକ ପ୍ରତିନିଧି ମାଣିକ୍ୟ ଚନ୍ଦ୍ର ନାଏକ ଏବଂ ବିଜେପି ନେତା ବିଷ୍ଣୁ ନାଏକ କୃତି ଦଳ ମାନଙ୍କୁ ପୁରଷ୍କୃତ କରିଥିଲେ।ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ବିଜୟା ମାଝୀ, ବିଜେଡି ସଭାପତି କପିଳାସ ନାଏକ, ବିଜେପିର ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ପୁର୍ବତନ ବିଧାୟକ ପ୍ରାର୍ଥୀ ତଥା ବରିଷ୍ଠ ନେତା ରମେଶ ମାଝୀ,ବରିଷ୍ଠ ବିଜେପି ନେତା ପବିତ୍ର ନାଏକ,ଏବଂ କଂଗ୍ରେସର ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ସଭାପତି ଜଗାକାଳିଆ ନାଏକ,ପରମେଶ୍ବର ନାଏକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କରିଥିଲେ ପ୍ରିୟବ୍ରତ ପଣ୍ଡା ଏବଂ ଶଶୀଧର ନାଏକ |ମାଁ ମାଣିକେଶ୍ଵରୀ ପୂଜା କମିଟିର ସଭାପତି ଉର୍ଦ୍ଧବ ପାତ୍ର, ଉପସଭାପତି ମୁକୁନ୍ଦ ଧଙ୍ଗଡ଼ାମାଝୀ, ସମ୍ପାଦକ ଜୀବନାନନ୍ଦ ନାଏକ(ଘେନୁ), ସହ ସମ୍ପାଦକ
ହିତେଶ୍ ନାଏକ, କୋଷାଧ୍ୟକ୍ଷ ବରୁଣ ବାଗଙ୍କ ସମେତକମିଟିର ସମସ୍ତ ସଦସ୍ୟ ପୁର୍ଣ ଯୋଗଦାନ କରିଥିଲେ।ସ୍ଥାନୀୟ ପୁଲିସ ପ୍ରଶାସନ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇ ଫୋର୍ସ ମୁତୟନ କରାଯାଇଥିଲା।

20
454 views