logo

ପୁରୁଷୋତ୍ତମପୁର ତାରାତାରିଣୀ ମହାବିଦ୍ୟାଳୟରେ ଯୁବ ରେଡ୍ କ୍ରସ୍ ପ୍ରାଥମିକ ଚିକିତ୍ସା ଦିବସ ଅନୁଷ୍ଠିତ।


ପୁରୁଷୋତ୍ତମପୁର,୧୩/୦୯/୨୫: ସ୍ଥାନୀୟ ତାରାତାରିଣୀ ମହାବିଦ୍ୟାଳୟ ରେ ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ସେପ୍ଟେମ୍ବର ମାସ ଦ୍ୱିତୀୟ ଶନିବାର ଦିନ ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ ଯୁବ ରେଡ୍ କ୍ରସ୍ ସଂଯୋଜକ ତଥା ଅଧ୍ୟାପକ ଶ୍ରୀ ନାଇଡୁ ମୋହନ ଙ୍କ ତତ୍ତ୍ଵାବଧାନରେ ପାଳିତ ହୋଇଯାଇଛି। ଚଳିତ ବର୍ଷର ଶୀର୍ଷକ " First Aid and Climate Change " ଆଲୋଚନା କରାଯାଇଥିଲା ବେଳେ ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ସୁରେନ୍ଦ୍ର ନାଥ ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ,ସମ୍ମାନିତ ଅତିଥି ଭାବେ ପ୍ରଶାସନିକ ଅଧିକାରୀ ଶ୍ରୀମତୀ ସନ୍ଧ୍ୟାରାଣୀ ପାତ୍ର ଯୋଗଦେଇ ପ୍ରାଥମିକ ଚିକିତ୍ସା ବିଷୟରେ ଆଲୋକପାତ କରିଥିଲେ। ଏଥିରେ ଶ୍ରୀ ମୋହନ ଦୈନଦିନ ଜୀବନରେ ପ୍ରାଥମିକ ଉପଚାର କୌଶଳ ପ୍ରତ୍ୟେକ ବ୍ୟକ୍ତି ବିଶେଷ ଜାଣିବା ଉଚିତ୍ ମତବ୍ୟକ୍ତ କରିଥିଲେ ଏବଂ ବିଭିନ୍ନ ଦୁର୍ଘଟଣାରେ କିପରି ପ୍ରାଥମିକ ଉପଶମ କରିପାରିବା ସେ ଦିଗରେ ବିଭିନ୍ନ କୌଶଳ ବିଦ୍ୟା ପ୍ରଦର୍ଶନ କରିଥିଲେ । ସ୍ୱେଚ୍ଛାସେବୀ ମାନଙ୍କୁ ଦୁର୍ଘଟଣା ପରିଚାଳନା,ରିକୋଭାରି ପୋଜିସନ୍, ସି.ପି.ଆର,ରକ୍ତସ୍ରାବ,ଅସ୍ଥିଭଗ୍ନ,ଚୋକିଂ,ପାଣିରେ ବୁଡ଼ିଯିବ,ସାପ ଓ ପାଗଳ କୁକୁର କାମୁଡିବା ଓ ପିଡିତଙ୍କୁ ସ୍ଥାନାନ୍ତରଣ, ବ୍ରଜ୍ରପାତ ଭଳି ବିପର୍ଯ୍ୟୟ ବେଳେ ସ୍ୱେଚ୍ଛାସେବୀ କିଭଳି ନିଜକୁ ପ୍ରସ୍ତୁତ ରଖିବେ ସେ ଦିଗରେ ନିଜର କୌଶଳ ପ୍ରଦାନ କରିଥିଲେ ଶ୍ରୀ ମୋହନ।ଏଥିରେ ମହାବିଦ୍ୟାଳୟର ପ୍ରାୟ ୧୦୦ ରୁ ଉର୍ଦ୍ଧ ସ୍ୱେଚ୍ଛାସେବୀ ଯୋଗ ଦେଇଥିବା ବେଳେ ଅଧ୍ୟାପିକା ଶ୍ରୀମତୀ ଯାମିନି ମିର୍ଦ୍ଧା ସହ କର୍ମଚାରୀ ଗଣ ଯୋଗଦେଇଥିଲେ।ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ସୁରେନ୍ଦ୍ର ନାଥ ପଣ୍ଡାଙ୍କ କାର୍ଯ୍ୟକାଳ ଏହି ମାସ ରେ ଶେଷ ହେଉଥିବାରୁ ତାଙ୍କୁ ୟାଇ ଅର୍ ସି ପରିବାର ତରଫରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଅଧ୍ୟାପିକା ମିନାକ୍ଷୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

111
10787 views