logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମଦୁଆଙ୍କ ପାଇଁ ଖୁସି ଖବର, ବଡ଼ ଭେଟି ଦେଲେ ରାଜ୍ୟ ସରକାର, ଏକାଥରେ ଖୋଲିବ ବନ୍ଦ ଥିବା ୭୦ଟି ମଦ ଦୋକାନ

ଭୁବନେଶ୍ୱର: ମଦୁଆଙ୍କ ପାଇଁ ଖୁସି ଖବର। ରାଜ୍ୟ ସରକାର ମଦୁଆଙ୍କ ପାଇଁ କଲେ ବଡ଼ ଘୋଷଣା। ରାଜ୍ୟରେ ଖୋଲିବ ୭୦ଟି ମଦ ଦୋକାନ। ପୂର୍ବରୁ ବନ୍ଦ ଥିବା ୭୦ଟି ମଦ ଦୋକାନ ଖୋଲିବା ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି।
ରାଜ୍ୟରେ ବନ୍ଦ ଥିବା ଏହିସବୁ ମଦ ଦୋକାନ ଖୋଲିବାକୁ ମିଳିଛି ଅନୁମତି। ୪ଟି ନୂଆ ଠିପିଖୋଲା ଓ ୩ଟି ମଦ କାରଖାନା ଖୋଲିବାକୁ ପ୍ରସ୍ତାବ ଦିଆଯାଇଛି।
ବିଶେଷ କରି ବାଲେଶ୍ୱରରେ ସର୍ବାଧିକ ୧୭ଟି ଓ ଗଞ୍ଜାମରେ ୧୦ଟି ବନ୍ଦ ଥିବା ମଦ ଦୋକାନ ଖୋଲିବ। ସେହିପରି ନୟାଗଡରେ ୯ ଟି, ମୟୁରଭଞ୍ଜରେ ୮ ଟି, କଟକରେ ୭ଟି, ରାଉଲକେଲାରେ ୫ ଟି, କେଉଁଝରରେ ୩ଟି, ବ୍ରହ୍ମପୁରରେ ୪ଟି, ବଲାଙ୍ଗୀରରେ ୨ଟି, କନ୍ଧମାଳରେ ୩ଟି ଏବଂ ମାଲକାନଗିରି, ସମ୍ବଲପୁରରେ ଗୋଟାଏ ଲେଖାଏଁ ବନ୍ଦ ଥିବା ମଦ ଦୋକାନ ଖୋଲିବେ ସରକାର
ସେହିପରି ପୁରୀରେ ୩ଟି ଓ ଭୁବନେଶ୍ୱରରେ ୧ଟି ନୂଆ ଠିପି ଖୋଲା ମଦ ଦୋକାନ ଖୋଲିବେ ପାଇଁ ବିଭାଗ ପାଖରେ ପ୍ରସ୍ତାବ ରହିଛି। ଢେଙ୍କାନାଳରେ ୨ଟି ଏବଂ କଟକରେ ଗୋଟିଏ ମଦ କାରଖାନା ଖୋଲିବା ପାଇଁ ସରକାରଙ୍କ ପାଖରେ ପ୍ରସ୍ତାବ ରହିଛି। ଏନେଇ ବିଧାୟକ ଅଖିଳ ଚନ୍ଦ୍ର ନାୟକ ଙ୍କ ପ୍ରଶ୍ନ ରେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉତ୍ତର ରଖିଛନ୍ତି।

66
5959 views

Comment