logo

ତାରାତାରିଣୀ ମହାବିଦ୍ୟାଳୟର ତୃତୀୟ ଦିନରେ ଜାତୀୟ ସେବା ଯୋଜନା ସ୍ଵତନ୍ତ୍ର ବୃକ୍ଷ ରୋପଣ ଶିବିରରେ ବନ କର୍ମଚାରୀଙ୍କ ଦ୍ଵାରା କର୍ମଶାଳା ଅନୁଷ୍ଠିତ।


ଗଞ୍ଜାମ ଜିଲ୍ଲା-ପୁରୁଷୋତ୍ତମପୁର: ତା ୧୯/୦୯/୨୫ ରିଖ ରେ ତାରାତାରିଣୀ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର ସଂଯୋଜିକ ସୁଶ୍ରୀ ସ୍ୱାଗତିକା ଦାଶ ଙ୍କ ତତ୍ତ୍ଵାବଧାନରେ ଏବଂ ସ୍ଥାନୀୟ ବନ ବିଭାଗର ସହଯୋଗରେ ଏକ ଚରାରୋପଣ ପ୍ରଣାଳୀ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଏଥିରେ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଏଥିରେ ସ୍ଥାନୀୟ ପୁରୁଷୋତ୍ତମପୁର ସବ ଡିଭିଜନ ବନ ବିଭାଗ ଅତିରିକ୍ତ ବନ ବିଭାଗ ଅଧିକାରୀ ଶ୍ରୀମତୀ ଲିଜା ନାୟକ ଯୋଗଦେଇ ଚରରୋପଣ ବୈଜ୍ଞାନିକ ପ୍ରଣାଳୀ,କିପରି ଚରାକୁ ସଂରକ୍ଷଣ କରାଯିବା,ତାହାର ଉପଯୁକ୍ତ ସ୍ଥାନ ,ମାଟିର ଉର୍ବରତା,ବିଭିନ୍ନ କୌଶଳ ଉପରେ ଆଲୋଚନା କରିଥିଲେ।ଏଥିରେ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଶ୍ରୀମତୀ ସନ୍ଧ୍ୟାରାଣୀ ପାତ୍ର,ଅଧ୍ୟାପିକା ଯାମିନି ମିର୍ଦ୍ଧା ମଞ୍ଚାସିନ ଥିବା ବେଳେ ଏଥିରେ ଦିଗାମ୍ବର ପଣ୍ଡା,ଚନନ୍ଦ ବେହେରା ସହଯୋଗ କରିଥିଲେ।ପରିଶେଷରେ ଜାତୀୟ ସେବା ଯୋଜନା ସଂଯୋଯିକା ସୁଶ୍ରୀ ସ୍ୱାଗତିକା ଧାନବାଦ ଅର୍ପଣ କରିଥିଲେ।

13
285 views