ଆନନ୍ଦପୁର ମହାବିଦ୍ୟାଳୟରେ ହିନ୍ଦୀ ଦିବସ ପାଳିତ
ଆନନ୍ଦପୁର ମହାବିଦ୍ୟାଳୟ ରସାୟନ ବିଜ୍ଞାନ ବିଭାଗର ସେମିନାର ହଲରେ ୨୦ ତାରିଖ ଶନିବାର ଦିନ ହିନ୍ଦୀ ଦିବସ ପାଳିତ ହୋଇଯାଇଛି । ହିନ୍ଦୀ ବିଭାଗର
ଅଧ୍ୟାପିକା ସବିନାଆର ବେଗମ୍ଙ୍କ ସଂଯୋଜାନରେ ଆୟୋଜିତ ହିନ୍ଦୀ ଦିବସରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ନାରାୟଣ ମିଶ୍ର ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ମୁଖ୍ୟବକ୍ତା ଭାବେ ଡ଼. କମଳିନୀ ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଡ଼. ନିମାଇଁ ଚରଣ ରାଉତ, ଡ଼. ଶକ୍ତିପ୍ରସାଦ ମହାପାତ୍ର, ପ୍ରଫୁଲ୍ଲ କୁମାର ପଣ୍ଡା, ଅନିତା ଦାଶ, ଭାରତୀ ସାହୁ, ଡ଼. ଉତ୍ତମ କୁମାର ପାଣିଗ୍ରାହୀ, ଆଦ୍ୟଦେବ ମହାନ୍ତି, ପୁଷ୍ପଲତା ରାମ ପ୍ରମୁଖ ଯୋଗ ଦେଇ ହିନ୍ଦୀ ଦିବସ ସମ୍ପର୍କ ରେ ଆଲୋକପାତ କରିଥିଲେ । ଛାତ୍ରୀ ମନିଷା ସିଂହ, ଶୁଭଲକ୍ଷ୍ମୀ ନାୟକ, ଦେବସ୍ମିତା ଜେନା ପ୍ରମୁଖ ହିନ୍ଦୀ ଭାଷା କେବଳ ଆମ ଭାରତର ରାଷ୍ଟ୍ରୀୟ ଭାଷା ନୁହେଁ, ଏହା ଆମର ସଂସ୍କୃତି, ପରିଚୟ ଓ ସ୍ୱର ବୋଲି ମତବ୍ୟକ୍ତ କରିଥିଲେ । ଶେଷରେ ଅଧ୍ୟାପିକା ସବିନାଆର ବେଗମ୍ ଧନ୍ୟବାଦ ପ୍ରଦାନ କରିଥିଲେ ।