logo

L I c ଅଫିସିରେ ଭୟାବହ ଅଗ୍ନିକାଣ୍ଡ।

ବ୍ରହ୍ମପୁର: ବ୍ରହ୍ମପୁର ଖୋଡାସିଂ ସ୍ଥିତ ଏଲଆଇସି ଅଫିସରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଲଆଇସିର ଏହି ଡିଭିଜନ କାର‌୍ୟ୍ୟାଳୟର ୩ୟ ମହଲରେ ଥିବା ଆଇଟି ରୁମର ଦ୍ୱିତୀୟ ଚାମ୍ବରରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ଯୋଗୁଁ ଏଠାରେ ଥିବା ୩୦ରୁ ୪୦ଟି କମ୍ପ୍ୟୁଟର ଜଳି ଯାଇଥିବା ମାର୍କେଟିଂ ମ୍ୟାନେଜର ଏ.କେ ପାଟଯୋଶୀ ସୂଚନା ଦେଇଛନ୍ତି । ଏହାସହିତ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜଳି ପାଉଁଶ ହୋଇଯାଇଛି । ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରୁଛନ୍ତି ।

0
0 views