ଦାମନଯୋଡ଼ିରେ ମେଲାଣି ନେଲେ ଦେବଶିଳ୍ପୀ ଶ୍ରୀବିଶ୍ଵକର୍ମା
ଦାମନଯୋଡ଼ି,୧୮/୦୯:ଶେଷ ହୋଇଛି ନାଲକୋ ଟାଉନସିପ,ଦାମନଯୋଡ଼ିର ବିଶ୍ଵକର୍ମା ପୂଜା।୧୭ତାରିଖରୁ ବେଶ ଧୂମ ଧାମରେ ପାଳିତ ହୋଇଥିବା ଏହି ପୂଜାର ରବିବାର ଥିଲା ଭଷାଣୀ ଉତ୍ସବ।୭ଟି ପୂଜାମଣ୍ଡପରେ ପୂଜିତ ବିଶ୍ଵକର୍ମାଙ୍କୁ ଭବ୍ୟ ଶୋଭାଯାତ୍ରାରେ ଦିଆଯାଇଥିଲା ମେଲାଣି।ସେକ୍ଟର ୧ ପଡ଼ିଆରେ ନାଲକୋର ଏସପିପି, ଇଲେକ୍ଟ୍ରିକାଲ,ମେକାନିକାଲ ଓ ଅପରେସନ ବିଭାଗ ପକ୍ଷରୁ ପୃଥକ ପୃଥକ ପୂଜା ମଣ୍ଡପ ସ୍ଥାପିତ ହୋଇଥିଲା।ସେହିପରି ସେକ୍ଟର ୨ରେ ସିଭିଲ ମେଣ୍ଟେନାନସ ଓ ଇଲେକ୍ଟ୍ରିକାଲ ମେଣ୍ଟେନାନସ ପକ୍ଷରୁ ପୃଥକ ମଣ୍ଡପରେ ଶ୍ରୀ ବିଶ୍ଵକର୍ମାଙ୍କ ପୂଜା ହୋଇଥିଲା।ଭାରତୀୟ ମଜଦୂର ସଂଘ ପକ୍ଷରୁ ସଂଘ କାର୍ଯ୍ୟାଳୟ ଠାରେ ଦେବଶିଳ୍ପୀଙ୍କ ପୂଜା ହୋଇ ଥିଲା।ଭାରତୀୟ ମଜଦୂର ସଂଘ ପକ୍ଷରୁ ସଂଘ ପକ୍ଷରୁ ହୋଇଥିବା ପୂଜାର ବିସର୍ଜନ ପୂର୍ବରୁ ହୋଇଥିବା ବେଳେ ରବିବାର ସନ୍ଧ୍ୟାରେ ଅନ୍ୟ ନାଲକୋର ବିଭିନ୍ନ ବିଭାଗର ଏକସଙ୍ଗେ ବିସର୍ଜନ କରାଯାଇଥିଲା।ବିଭିନ୍ନ ପ୍ରକାରର ବାଦ୍ୟ,ନୃତ୍ୟ ଓ ଆତସବାଜି ମଧ୍ୟରେ ସମସ୍ତ ମଣ୍ଡପର ଠାକୁର ମାନଙ୍କୁ ଶୋଭାଯାତ୍ରାରେ ନିଆଯାଇ ଟାଉନସିପ ପରିକ୍ରମା ପରେ ଏକ ସ୍ବତନ୍ତ୍ର ପୋଖରୀରେ ବିସର୍ଜନ କରାଯାଇଥିଲା।