logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଚୈଦ୍ବାର ହାଜତ ମୃତ୍ୟୁ ଘଟଣା ନିଲମ୍ବିତ ହେଲେ ପୋଲିସ।

ଚୌଦ୍ୱାର ଥାନାରେ ଅଭିଯୁକ୍ତ ଯୁବକଙ୍କ ହାଜତ ମୃତ୍ୟୁ ଘଟଣାକୁ ନେଇ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ଏସିପି ତଥା ଥାନାଧିକାରୀ ଦାୟିତ୍ୱରେ ଥିବା ବିଶ୍ୱରଞ୍ଜନ ସାହୁଙ୍କୁ ନିଲମ୍ବନ କରାଯାଇଛି । ଅନ୍ୟ ୨ ଜଣ ମଧ୍ୟ ନିଲମ୍ବିତ ହୋଇଛନ୍ତି । ଚୌଦ୍ବାର ଥାନା ସବ୍‌ ଇନ୍ସପେକ୍ଟର ନିରଞ୍ଜନ ଗୋଡା ଏବଂ କନେଷ୍ଟବଳ କମଳ ଲୋଚନ ମାଝୀଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି ।
ଅନ୍ୟପକ୍ଷରେ ଅଭିଯୁକ୍ତଙ୍କ ମୃତ୍ୟୁକୁ ନେଇ କେତେକ ପ୍ରଶ୍ନ ସାଧାରଣରେ ଉଠିଛି। ସନ୍ଦିଗ୍ଧକୁ ଅଣାଯିବା ପରେ ପୁଲିସ ରେକର୍ଡ଼ରେ ଲିପିବଦ୍ଧ କରାଯାଇଥିଲା କି ନାହିଁ। ସନ୍ଦିଗ୍ଧକୁ କେଉଁଠି ରଖିଥିଲା ଓ ସେଠାରେ ସିସିଟିଭି ଥିଲା କି ନାହିଁ। ଯଦି ଥିଲା ତାହା କାର୍ଯ୍ୟ କରୁଥିଲା କି ନାହିଁ। ଯଦି ସିସିଟିଭି କାର୍ଯ୍ୟ କରୁଥିଲା ତେବେ କମ୍ପ୍ୟୁଟର ହାର୍ଡ ଡିସ୍କରେ ସୁରକ୍ଷିତ ଭାବେ ରହିଛି କି ନାହିଁ। ଯଦି ଏସବୁ କରା ନଯାଇ ଥାନା ଭିତର କୌଣସି ଘରେ ରଖାଯାଇଥିବ, ତେବେ ଏହା ଆଇନର ଖିଲାପ କରୁଥିବା ଅଭିଯୋଗ ହୋଇଛି। ସବୁପରେ ପୁଲିସ ହେପାଜତରେ ରହିଥିବା ସନ୍ଦିଗ୍ଧ ଜଣଙ୍କ ହାତକୁ ପୁଲିସର ହୁଇସିଲ ବେଲ୍ଟଟି କିପରି ଗଲା ସେନେଇ ମଧ୍ୟ ଚର୍ଚ୍ଚା ହେଉଛି। ଅନ୍ୟପକ୍ଷେ ସନ୍ଦିଗ୍ଧଜଣଙ୍କ ପାଇଖାନା ଯିବା ପୂର୍ବରୁ ତାର ତଲାସି ନିଆ ଯାଇଥିଲା କି ନାହିଁ। ଯଦି ନିଆ ଯାଇଥିଲା ତେବେ କିପରି ଓ କିଏ ନେଇଥିଲା। ସେହିପରି ପାଇଖାନା ଭିତରକୁ ଅଭିଯୁକ୍ତ କିମ୍ବା ସନ୍ଦିଗ୍ଧ ଜଣଙ୍କ ଯିବାପରେ ଭିତରପଟୁ କବାଟ ବନ୍ଦ କରାନଯାଇ କେବଳ ଆଉଜା ଯାଇଥାଏ ଓ ବାହାରେ ଜଣେ ପୁଲିସର ପ୍ରହରା ଦେବାର ବ୍ୟବସ୍ଥା ରହିବା କଥା। ହେଲେ ଏହିସବୁ ନିୟମ ଗୁଡ଼ିକୁ ପୁଲିସ ପାଳନ କରିଥିଲା କି ନାହିଁ ତାକୁ ନେଇ ଅନେକ ଅସମାହିତ ପ୍ରଶ୍ନ ଠିଆ ହୋଇଛି।

51
2764 views

Comment