
ଶ୍ରୀଜଗନ୍ନାଥ ମନ୍ଦିର କମିଟି ତରଫରୁ ସମ୍ବର୍ଦ୍ଧନା
ଦାମନଯୋଡ଼ି,୨୩/୦୯:ଶ୍ବେତ ସୁବର୍ଣ୍ଣ କ୍ଷେତ୍ର ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ତରଫରୁ ଦୀର୍ଘ ବର୍ଷ ଧରି କମିଟିର ସଦସ୍ଯ ଥିବା ନାଲକୋ ଏସପିପି ବିଭାଗର ମୁଖ୍ୟ ମହାପ୍ରବନ୍ଧକ ଅଜିତ କୁମାର ସେଠୀ,ଅପରେସନ ବିଭାଗ ସୁପରିଣ୍ଟେଡେଣ୍ଟ(ଗ୍ରେଡ୍ ୧) ପ୍ରକାଶ କୁମାର ଦାଶ ଓ ଏସପିପି ବିଭାଗର ବରିଷ୍ଠ ଟେକନିସିଆନ ରମେଶ ଚନ୍ଦ୍ର ସେଠୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।ଅବସର ନେଇଥିବା ଓ ଚଳିତ ମାସ ଅବସର ନେବାକୁ ଥିବା ଏହି ୩ଜଣ ଆଧ୍ୟାତ୍ମିକବାଦୀ ସରଳ ମଣିଷ ଦାମନଯୋଡ଼ି ଶ୍ରୀଜଗନ୍ନାଥ ମନ୍ଦିର ସହିତ ଜଡ଼ିତ ରହି ବିଭିନ୍ନ ନୀତିକାନ୍ତିରେ ସେବା ଯୋଗାଇଥିଲେ।ମନ୍ଦିର କମିଟି ତରଫରୁ ସମସ୍ତଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ଭବ୍ଯ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।ଉପସ୍ଥିତ ସମସ୍ତ ସଦସ୍ଯ ମାନେ ମନ୍ଦିର ପ୍ରତି ସେମାନଙ୍କ ଅବଦାନର ସ୍ମୃତି ଚାରଣ ପୂର୍ବକ ଅବସରକାଳୀନ ଜୀବନ ସରସ,ସୁନ୍ଦର,ନୀରୋଗ,ନିରାମୟ ରହିବା ନିମନ୍ତେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ।ସମ୍ବର୍ଦ୍ଧନା ଜଣାଇବା ସମୟରେ ଅଜିତ କୁମାର ସେଠୀଙ୍କ ଧର୍ମପତ୍ନୀ ଲକ୍ଷ୍ମୀପ୍ରିୟା ସେଠୀ ଓ ରମେଶ ଚନ୍ଦ୍ର ସେଠୀଙ୍କ ଧର୍ମପତ୍ନୀ ଶର୍ମିଳା ସେଠୀ ଉପସ୍ଥିତ ଥିଲେ।କମିଟି ସଭାପତି ତଥା ନାଲକୋ ମୁଖ୍ୟ ମହାପ୍ରବନ୍ଧକ ସଞ୍ଜୟ କୁମାର ପଟ୍ଟନାୟକ,ସମ୍ପାଦକ କୈଳାସ ସେନାପତି ଓ ଯୁଗ୍ମ ସଂପାଦକ ତ୍ରିଲୋଚନ ଚୌଧୁରୀଙ୍କ ସହିତ ସଦସ୍ୟ ଉପସ୍ଥିତ ଥିଲେ।ସଦସ୍ଯ ଶିଶିର ପରିଡ଼ା,ରଞ୍ଜନ କୁମାର ବେହେରା,ଅନାମ ଚରଣ ନାୟକ,ହରେନ୍ଦ୍ର ନାଥ ଗିରି,ନକୁଳ ଚରଣ ପତି,ଜଳେନ୍ଦ୍ର ତ୍ରିପାଠୀ,ସନ୍ତୋଷ କୁମାର ପଣ୍ଡା,ସୁଶାନ୍ତ କୁମାର ଦାଶ,କୈଳାସ ଚନ୍ଦ୍ର ମହାରଣା,ଖଦାଳ ନାୟକ,ଅମର ଦାସ ଓ ବିଜୟ କୁମାର ଆଚାର୍ଯ୍ଯ ପ୍ରମୁଖ ଉପସ୍ଥିତ ଥିଲେ।