logo

କନ୍ତପଡ଼ା ହାଇସ୍କୁଲ ରେ ବ୍ଲକ ସ୍ଥରିୟ ଭଲିବଲ ଖେଳାଳୀ ଚୟନ୍ ଶିବିର ।

ଅନୁଗୋଳ (କରୁଣାକର ନାୟକ)୨୬/୯
ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ୧୪ ବର୍ଷ ରୁ କମ ଓ ୧୭ ବର୍ଷ ରୁ କମ ବର୍ଗ ରେ ଭଦ୍ରକ ଜିଲ୍ଲା ରେ ହେବାକୁ ଥିବା ଭଲିବଲ ପ୍ରତିଯୋଗିତା ପାଇଁ ୨୭/୯/୨୫ ରିଖରେ ଜିଲା ସ୍ତରୀୟ ଅନୁଗୋଳ ଠାରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କନ୍ତପଡ଼ା ଗୋପୀନାଥ ଜୀଉ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ଖେଳାଳି ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରତିଯୋଗିତାକୁ ବିଦ୍ୟାଳୟ ର ଭାରା ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରିୟ ରଞ୍ଜନ ବିଶ୍ଵାଳ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏଥିରେ ବିଭିନ୍ନ ବିଦ୍ୟାଳୟ ରୁ ପ୍ରାୟ ୪୨ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ଉକ୍ତ ପ୍ରତିଯୋଗିତାକୁ ଶାରୀରିକ ଶିକ୍ଷା ଶିକ୍ଷକ ବୀରେନ କୁମାର୍ ପ୍ରଧାନ , ସତ୍ୟପ୍ରିୟ ପ୍ରଧାନ, ଗୋଲକ ବିହାରୀ ସାହୁ, ବସନ୍ତ କୁମାର ସାହୁ,ବର୍ଷାରାଣୀ ସିଂହ ଓ ରେଣୁକା ମାଝୀ ପ୍ରମୁଖ ପରିଚାଳନା କରିଥିଲେ । ବିଦ୍ୟାଳୟ ର କର୍ମଚାରୀ ସୁରେଶ ଚନ୍ଦ୍ର ସବୁ, ବନ ବିହାରି ପଣ୍ଡା, ପ୍ରଶ୍ନ କୁମାର ରଣା, ଭାରତ ଚନ୍ଦ୍ର ପ୍ରଧାନ, ବଳଭଦ୍ର ବିଶ୍ଵାଳ, ଓ ଭାରତ ଚନ୍ଦ୍ର ସାହୁ ସହଯୋଗ କରିଥିଲେ । ଉଭୟ ବର୍ଗ ରୁ ୧୬ ଜଣ ଖେଳାଳି ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ପାଇଁ ଚୟନ ହୋଇଥିଲେ ।

165
3214 views