logo

ସିଆଇଏସଏଫ ନାଲକୋ ତରଫରୁ ରକ୍ତଦାନ ଶିବିର ଆୟୋଜିତ, ଦାମନଯୋଡି,କୋରାପୁଟ, ଓଡିଶା,ତା୨୮/୯/୨୫(ରବିବାର)

ସି ଆଇ. ଏସ. ଏଫ ନାଲକୋ ତରଫରୁ ସେବା ପକ୍ଷ ପାଳନ ଅବସରରେ ଏକ ରକ୍ତଦାନ ଶିବିର ଆୟୋଜିତ

ଦାମନଯୋଡି: ତା ୨୮.୯.୨୫ ସି ଆଇ. ଏସ. ଏଫ. ନାଲକୋ ତରଫରୁ ସୁସ୍ଥ ନାରୀ ସସକ୍ତ ପରିବାର କାର୍ଯ୍ୟକ୍ରମ ଅବସରରେ ଏକ "ରକ୍ତଦାନ ଶିବିର" ଦରବାର ହଲ ଠାରେ ଆୟୋଜିତ ହୋଇଯାଇଛି ।ମୁଖ୍ୟ ଅତିଥି ଭାବରେ ବରିଷ୍ଠ କମାଣ୍ଡlଣ୍ଟ ସତ୍ୟଦେବ ଆର୍ୟା ଓ ତାଙ୍କ ସହଧର୍ମିଣୀ ପୁନମ୍ ଆର୍ୟା ପ୍ରଦୀପ ପ୍ରଜ୍ବଳନ କରି ଶିବିର ଉଦ୍ଘାଟନ କରିଥିଲେ। ସୁସ୍ଥ ନାରୀ ସଶକ୍ତ ପରିବାର କାର୍ଯ୍ୟକ୍ରମ କୁ ପୂନମ ଅlର୍ୟା ନିଜେ ପ୍ରଥମେ ରକ୍ତଦାନ କରି ଶୁଭାରମ୍ଭ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ଆର୍ଯ୍ୟା ରକ୍ତଦାନ ଦ୍ୱାରା ଆମର ଫାଇଦା ହେଇ ଥାଏ ଓ କୋରାପୁଟ ମେଡ଼ିକାଲ କଲେଜରେ ରକ୍ତର ଅଭାବ ବିଷୟ ରେ ବୁଝାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡେପୁଟି କମାଣ୍ଡlଣ୍ଟ ନରେନ୍ଦ୍ର ସିଂ, ଅମୁଧନ୍ ଏମ (ଅସିଷ୍ଟାଣ୍ଟ କମାଣ୍ଡlଣ୍ଟ),ଆସିଷ୍ଟାଣ୍ଟ କମାଣ୍ଡlଣ୍ଟ ଦୀପକ ସର୍ର୍ୱାଗ,ଇନ୍ସପେକ୍ଟର ଆର କେ ମହାରଣା, ଆର୍ କେ ପ୍ରଧାନ,ଏସ କେ ସେନ, ଏମ୍ ରେହମାନ୍, ଏସ ନାଗେସ, ରାନୀ ଜlକବ ଓ ଏଫ୍ ବି ଡି ଓ ର ଜିଲ୍ଲା ସଂଯୋଜକ ପ୍ରଦୀପ କୁମାର ତ୍ରିପାଠୀ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ସହୀଦ ଲକ୍ଷ୍ମଣ ନାୟକ ବ୍ଲଡ ସେଣ୍ଟର୍ ଅଫିସର ଡଃ ଏମ୍ ଏସ. ବଳିଆରସିଂହ ଓ ଓଡ଼ିଶା ରକ୍ତଦାତା ମହାସଂଘର ପ୍ରଦୀପ କୁମାର ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ବ୍ଲଡ ସେଣ୍ଟରର ରକ୍ତ ସଂଗ୍ରହକାରୀ ରଂଜିତ ସାହୁ, ରବୀନ୍ଦ୍ର ମିଶ୍ର, ଅଜିତ ଗୌଡ଼ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ । ଉକ୍ତ ଶିବିରରେ ବହୁସଂଖ୍ୟାରେ ଯବାନ ସ୍ଵେଚ୍ଛାକୃତ ଭାବେ ପ୍ରଥମ ଥର ପାଇଁ ରକ୍ତଦାନ ରକ୍ତଦାନ କରିଥିଲେ। ଉକ୍ତ ଶିବିର କୁ ଆର୍ କେ ମହାରଣା ଇନ୍ସପେକ୍ଟର, ମଞ୍ଜିତ୍ ସିଂ ଓ ପ୍ରଦୀପ ତ୍ରିପାଠୀ ପରିଚାଳନା କରିଥିଲେ । ଉକ୍ତ ଶିବିରରୁ ଶହୀଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟସ୍ଥିତ ଓଡ଼ିଶା ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୫୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଡେଙ୍ଗୁ ରୋଗୀମାନଙ୍କ ପାଇଁ ପ୍ଲେଟଲେଟର ଆବଶ୍ୟକତା ସମୟ ରେ ସି ଆଇ ଏସ (ସ୍ଵେଚ୍ଛାସେବୀ ମାନଙ୍କ )ଏହି ମହନୀୟ କାର୍ଯ୍ଯକୁ ଓଡ଼ିଶା ରକ୍ତଦାତା ମହାସଂଘ ର ସଭାପତି ଡଃ ନରେଶ ଚନ୍ଦ୍ର ସାହୁ ଖୁବ୍ ପ୍ରଶଂସା କରିଥିଲେ। ଓଡିଶା ରକ୍ତଦାତା ମହାସଂଘ ତରଫରୁ ଆବଶ୍ୟକୀୟ ସହାୟତା ପ୍ରଦାନ କରାଯାଇଥିଲା।

26
1746 views