
ଶାରଦୀୟ ଷୋଳପୂଜାର ପଞ୍ଚଦଶ ଓ ନବରାତ୍ରିର ସପ୍ତମ ଦିବସରେ କାଳରାତ୍ରୀ ବେଶରେ ମା ବନଦୁର୍ଗା
ଖୋର୍ଦ୍ଧା:୨୮/୦୯/୨୦୨୫ : ଖୋର୍ଦ୍ଧା ଜିଲ୍ଲା ରାମେଶ୍ବର ସ୍ଥିତ ମା ବନଦୁର୍ଗାଙ୍କ ପୀଠରେ ବିଶ୍ଵ କଲ୍ୟାଣ ନିମନ୍ତେ, ଶାରଦୀୟ ଷୋଳପୂଜାର ପଞ୍ଚଦଶ ଓ ନବରାତ୍ରିର ସପ୍ତମ ଦିବସରେ କାଳରାତ୍ରୀ ବେଶରେ ମା ଦର୍ଶନ ଦେଇଛନ୍ତି। ସକାଳୁ ମା'ଙ୍କର ମଙ୍ଗଳ ଆଳତି, କଳଶ ପୂଜା, ସୂର୍ଯ୍ୟ ପୂଜା ପଞ୍ଚ ଦେବତା ପୂଜା, ପରେ ମା'ଙ୍କର ଶୋଡ଼ଶ ଉପଚାରରେ ମଧ୍ୟାହ୍ନ ଧୂପ, ଦୁର୍ଗା ସପ୍ତଶତୀ ଚଣ୍ଡୀ ପାଠ, ସନ୍ଧ୍ୟା ବାଳଭୋଗ, ଆଳତି, ଆଧରପଣା ଓ ଶ୍ରୀ ମହାପ୍ରସାଦ ମା'ଙ୍କୁ ସମର୍ପଣ ପୂର୍ବକ ରୀତିନୀତି ଅନୁଯାୟୀ ପୂଜା ଅର୍ଚ୍ଚନା କରାଯାଇଛି ଏବଂ ତ୍ରୀ ଦିବସୀୟ ସପ୍ତଶତୀ ଚଣ୍ଡୀ ମହାଯଜ୍ଞର ଯଜ୍ଞମଣ୍ଡପ ପ୍ରତିଷ୍ଠା ଓ ଆହୂତି ପ୍ରଦାନ କରାଯାଇଅଛି । ଡଃ କୃପାସିନ୍ଧୁ ପଣ୍ଡା ପୂଜାର୍ଚ୍ଚନା କରିଥିଲେ ଓ ପଣ୍ଡିତ ତପନ କୁମାର ମହାପାତ୍ର , ବିଷ୍ଣୂପ୍ରୀୟା ପଟ୍ଟଯୋଷୀ, ହରିଦ୍ଵାର ଓ ଓଁକାରଶ୍ବରର ସାଧୁ ଓଁକାରାନନ୍ଦଜୀ, ଯଜମାନ ଗୌରାଙ୍ଗ ଚରଣ ଦାସ, ଅପର୍ଣ୍ଣା ଦାସ, ପ୍ରଦୀପ ରଞ୍ଜନ ଆଚାର୍ଯ୍ୟ, ଦେବପ୍ରସାଦ ମିଶ୍ରଙ୍କ ଦ୍ବାରା ମନ୍ଦାକିନୀ ନଦୀରୁ ଜଳଯାତ୍ରା କରି ପ୍ରତିଷ୍ଠା ଯଜ୍ଞରେ ଅଂଶଗ୍ରହଣ କରିଥିଲେ। ପଣ୍ଡିତ ସୀତାକାନ୍ତ ଦାଶ ଓ ବେଦ ବିଦ୍ୟାର୍ଥୀ ମାନେ ସହଯୋଗ କରିଥିଲେ ଏବଂ ସାମ୍ବାଦିକ ଦୀପକ ପ୍ରଧାନ ଓ ବିଭୁତି ଭୂଷଣ ଦାଶ ସମେତ ଗ୍ରାମର ବହୁ ଶ୍ରଦ୍ଧାଳୁ ଉପସ୍ଥିତ ରହି ମା'ଙ୍କର ଦିବ୍ୟ ବେଶକୁ ଦର୍ଶନ କରିଥିଲେ।