*ପାର୍ବଣ ଋତୁରେ ଚଳ ଚଞ୍ଚଳ ଦାମନଯୋଡିର ବିଭିନ୍ନ ପୂଜା ମଣ୍ଡପ*
ଦାମନଯୋଡି:କୋରାପୁଟ ଜିଲ୍ଲା ଶିଳ୍ପାଞ୍ଚଳ ଦାମନଯୋଡି ପାର୍ବଣ ଋତୁରେ ବେଶ୍ ଚଳ ଚଞ୍ଚଳ ଦେଖିବାକୁ ମିଳୁଛି । ଦାମନଯୋଡି ର ଆରାଧ୍ୟା ଦେବୀ ମାଁ କଣ୍ଟାବାଉଁଶୁଣୀ ପୀଠରେ ନବ ଦିନାତ୍ମକ ସ୍ବତନ୍ତ୍ର ପୂଜାନୀତି ଜାରି ରହିଥିବା ବେଳେ ବିଭିନ୍ନ ଅସ୍ଥାୟୀ ମଣ୍ଡପରେ ପୂଜା ପାଉଛନ୍ତି ଦୂର୍ଗତି ନାସିନୀ ମୃଣ୍ମୟୀ ମାଁ ଦୂର୍ଗା । ଭେଜାପୁଟ ବଜାର କମିଟି ପକ୍ଷରୁ ଆୟୋଜିତ ପୂଜାରେ ପ୍ରଭୁ ଚରଣ ସାହୁ ସସ୍ତ୍ରିକ ରେଣୁବାଳା ସାହୁ କର୍ତ୍ତା ଥିବା ବେଳେ ଯାଜପୁର ଜିଲ୍ଲା କୃଷ୍ଣ ନଗର ରୁ ପଣ୍ଡିତ ବିରଞ୍ଚି ନାରାୟଣ ପଣ୍ଡା ଓ ସହଯୋଗୀ ପୂଜାକାର୍ଯ୍ୟ ନିର୍ବାହ କରୁଛନ୍ତି । ସେକ୍ଟର-୧ ଏବଂ ୩ ସହିତ,ମାଥାଲପୁଟ ଠାରେ ଶାରଦୀୟ ଦୁର୍ଗା ପୂଜା ଚାଲୁ ରହିଛି । ପୂଜା ମଣ୍ଡପ ମାନଙ୍କ ରେ ମାଁ ଙ୍କ ମୃଣ୍ମୟ ପ୍ରତିମା ପୂଜା ପାଉଛନ୍ତି । ଷଷ୍ଠୀ ଦିନ ବିଲ୍ବ ବରଣ ପୂର୍ବକ ମଣ୍ଡପ ପୂଜାର ଶୁଭାରମ୍ଭ ହୋଇଥିଲା । ମହାସପ୍ତମୀ ରେ ନଦୀ ଘାଟରୁ ଜଳ ଆବାହନ,କଳଷ ଯାତ୍ରା ସହ ସୂର୍ଯ୍ୟ ପୂଜା ମାଁ ଙ୍କ ଚକ୍ଷୁ ଦାନ,ପ୍ରାଣ ପ୍ରତିଷ୍ଠା , ସପ୍ତମୀ ପୂଜା ହୋମ ଯଜ୍ଞ କରାଯାଇଛି । ସୁସଜ୍ଜିତ ତୋରଣ, ସହ ଆଲୋକ ମାଳାରେ ପୂଜା ମଣ୍ଡପ କୁ ସଜା ଯାଇଛି । ସେକ୍ଟର ଏକ ପୂଜା ମଣ୍ଡପ ରେ ଜଗତସିଂହପୁର ରୁ ଆସିଥିବା ପଣ୍ଡିତ ସନ୍ତୋଷ କୁମାର ମିଶ୍ର ପୂଜା କାର୍ଯ୍ୟ ତୁଲାଇଥିଲା ବେଳେ ସପତ୍ନୀକ ରଞ୍ଜନ କୁମାର ବେହେରା କର୍ତ୍ତା ହୋଇ ପୂଜା କାର୍ଯ୍ୟ ତୁଲାଉଛନ୍ତି ।ସେହିଭଳି ଭାରି ଓ ହାଲୁକା ମୋଟର କର୍ମଚାରୀ ସଂଘ, ମାଥଲପୁଟ ରେ ରମେଶ ମାଳୀ ଶସ୍ତ୍ରିକ, ନାଲକୋ ଶିଳ୍ପାଞ୍ଚଳ ସେକ୍ଟର ତିନି ପୂଜା ମଣ୍ଡପ ରେ ସରୋଜିନୀ ତ୍ରିପାଠୀ ଏବଂ ସୁଶାନ୍ତ କୁମାର ଦାଶ କର୍ତ୍ତା ଏବଂ କେନ୍ଦ୍ରାପଡା ରୁ ପ୍ରଦୀପ ରଞ୍ଜନ ମିଶ୍ର ,ଅମର ଦାଶ ଏବଂ ନିରୋଜ କୁମାର ପାଢ଼ୀ ଙ୍କ ତତ୍ବାବଧାନରେ ପୂଜା କାର୍ଯ୍ୟ ସମ୍ପାଦନ କରୁଛନ୍ତି । ବୁଧବାର ମହା ନବମୀ ଓ ଗୁରୁବାର ଦିନ ଦଶହରା ପୂଜା ପାଳନ ପରେ ଶୁକ୍ରବାର ଦିନ ମାଁ ଙ୍କ ଭସାଣୀ ଉତ୍ସବ ଓ ରାବଣ ପୋଡ଼ି ଉତ୍ସବ ପାଳନ ହେବ ବୋଲି ସୂଚନା ମିଳିଛି ।