logo

କରଡ଼ାବାହାଳୀ (ମଧୁ)ମା ବାୟାଣୀ ଙ୍କ ବର୍ଷିକ ମହାଷ୍ଟମୀ ସନ୍ଧି ପୂଜା ଉତ୍ସବ ଅନୁଷ୍ଠିତ ।

ଅନୁଗୋଳ (କରୁଣାକର ନାୟକ )୩୦/୯ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କୃତିବାସପୁର ପଞ୍ଚାୟତ ସ୍ଥିତ କରଡ଼ାବାହାଳୀ ଗ୍ରାମର ଏ ଅଞ୍ଚଳ ର ଆରାଧ୍ୟ ଦେବୀ ମା ବାୟାଣୀ ଙ୍କ ବାର୍ଷିକ ମହାଷ୍ଟମୀ ସନ୍ଧି ପୂଜା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପୂଜା ର ପୂର୍ବ ୭ ଦିନ ଠାରୁ ମା ବାୟାଣୀ ଙ୍କ ଦେହୁରୀ କେଶବ ଚନ୍ଦ୍ର ପରିଡା ଓ ଜୟ କୃଷ୍ଣ ପରିଡା ଦିଆଣି ମାଆ ଙ୍କ ଜଳାଭିଷେକ କରି ଆଜି ଷୋଳସ ପ୍ରକାରେ ଅମୃତ ପୂଜା ମା ବାୟାଣୀ ଙ୍କୁ ସମର୍ପଣ କରି ବିଶ୍ଵର କଲ୍ୟାଣ ନିମିତ୍ତ ପ୍ରାର୍ଥନା କରିଥାନ୍ତି । ଏହି ଉତ୍ସବ ରେ ଆଠମଲ୍ଲିକ ଉପଖଣ୍ଡ ଓ ଜିଲ୍ଲା ବାହାରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନେ ଆସି ମା ବାୟାଣୀ ଙ୍କୁ ଧୂପ ନଡ଼ିଆ ଭୋଗ ଲଗାଇ ଆଶିଷ ଭିକ୍ଷା କରିବାକୁ ଦେଖିବାକୁ ମିଳୁଛି l ଶ୍ରଦ୍ଧାଳୁ ଭକ୍ତମାନଙ୍କ ପାଇଁ ମଧ୍ୟାହ୍ନ ସମୟରେ ଅନ୍ନ ପ୍ରସାଦ ପ୍ରସାଦ ର ବ୍ୟବସ୍ଥା କରାଯାଇଥିବା ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା ସକାଶେ ଠାକୁରଗଡ଼ ଥାନା ଅଧିକାରୀ ଙ୍କ ସମେତ ପୋଲିସ ପ୍ରଶାସନ ପୂଜା ସ୍ଥଳରେ ପହଞ୍ଚି ମା ବାୟାଣୀ ଙ୍କ ଠାରୁ ଆଶିଷ ଭିକ୍ଷା କରିବା ସହ ଜନ ସମାଗମ ଉପରେ ନଜର ପଡ଼ିଥାଏ । ଉକ୍ତ କାର୍ଯ୍ୟକ୍ରମ ଗ୍ରାମର ପରିଚାଳନା କମିଟି ବେଣୁଧର ସାହୁ , ଯାଦବ ଗଡ଼ନାୟକ, ଯଶବନ୍ତ ଗଡ଼ନାୟକ, ରମେଶ ଚନ୍ଦ୍ର ସାହୁ, ଦୁଲଭ ଗଡନାୟକ , ସନ୍ତୋଷ କୁମାର ସାହୁ, ଗଙ୍ଗାଧର ସାହୁ ସମେତ ମଧୁ କରଡ଼ାବାହାଳୀ ସମସ୍ତ୍ ଗ୍ରାମବାସୀ ବୃନ୍ଦ କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ସହଯୋଗ କରି ଥିବା ବେଳେ ଅନ୍ନ ପ୍ରସାଦ କମିଟି, ମ ବାୟାଣୀ ଯୁବକ ସଂଘ, ଗାଡି ଚାଳକ ସଂଘ ସରସ୍ଵତୀ ଯୁବକ ସଂଘ ସମ୍ପୂର୍ଣ୍ଣ ଭାବେ ସହଯୋଗ କରି ଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ୪ ରୁ ୫ ହାଜର ମା ବାୟାଣୀ ଙ୍କ ଭକ୍ତ ଯୋଗଦାନ କରିଥିଲେ ।

228
3662 views