logo

ମା'ଦୁର୍ଗାଙ୍କ ପୂଜା ପାଇଁ ଚଳଚଞ୍ଚଳ ଦାମନଯୋଡ଼ି

ଦାମନଯୋଡ଼ି,୩୦/୦୯: ଶାରଦୀୟ ଦୁର୍ଗାପୂଜା ପାଇଁ ଉତ୍ସବ ମୁଖରିତ ହୋଇଛି ଦାମନଯୋଡ଼ି।ଚଳିତବର୍ଷ ଦାମନଯୋଡ଼ିର ୫ଟି ସ୍ଥାନରେ ସାର୍ବଜନୀନ ପୂଜା ଅନୁଷ୍ଠିତ ହୋଇଛି।ଆକର୍ଷଣୀୟ ତୋରଣ,ସାଜସଜ୍ଜା,ସୁନ୍ଦର ଆଲୋକମାଳା,ମୃଣ୍ମୟ ମୂର୍ତ୍ତୀ ଓ ପୂଜା ଦେଖିବାକୁ ଶ୍ରଦ୍ଧାଳୁ ଓ ଭକ୍ତମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଭିନ୍ନ ପୂଜା ମଣ୍ଡପ ବୁଲୁଥିବା ଦେଖା ଯାଇଥିଲା।ଶାରଦୀୟ ପୂଜା ଅବସରରେ ଦାମନଯୋଡ଼ିର ଆରାଧ୍ୟା ଦେବୀ ମା'କଣ୍ଟାବାଉଁଶୁଣୀଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି।ସେକ୍ଟର ୧ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଥିବା ମା'ବିମଳା ଓ ମା'ମଙ୍ଗଳାଙ୍କ ପାଖରେ ସୋମବାର ମହାଷ୍ଟମୀ ପୂଜା ଅନୁଷ୍ଠିତ ହୋଇଥିଲା। ମା'ବିମଳାଙ୍କ ଠାରେ ପୂଜକ ଅଜୟ କୁମାର ପଣ୍ଡା ପୂଜାନୀତି କରିଥିଲେ।ପିଭିକେ ପଟ୍ଟନାୟକ ଓ ପତ୍ନୀ କାଞ୍ଚନ ପଟ୍ଟନାୟକ କର୍ତ୍ତା ଦାୟିତ୍ଵ ତୁଲାଇଥିଲେ।ମା'ମଙ୍ଗଳାଙ୍କ ପାଖରେ ପୂଜକ ବିଷ୍ଣୁ ପ୍ରସାଦ ପଣ୍ଡା(ପୁରୀ) ପୂଜାକାର୍ଯ୍ୟ କରିଥିବା ବେଳେ ବିଜୟ କୁମାର ମହାପାତ୍ର ଓ ପତ୍ନୀ ହୈମବତି କର୍ତ୍ତା ଦାୟିତ୍ଵ ନିର୍ବାହ କରିଥିଲେ।ଚଳିତବର୍ଷ ମାଥାଲପୁଟ ମାର୍କେଟ ମା କଣ୍ଟାବାଉଁଶୁଣୀ ବଣିକ ସଂଘ ପକ୍ଷରୁ ଦୁର୍ଗା ମଣ୍ଡପରେ ପୂଜା ହୋଇଥିବା ବେଳେ ପୂଜକ ପ୍ରଶାନ୍ତ କୁମାର ଶତପଥୀ(ଗଞ୍ଜାମ) ଓ ବଳରାମ ପାଣି,କର୍ତ୍ତା ସାନନ୍ଦ ବରାଳ ଓ ପତ୍ନୀ କୌଶଲ୍ୟା ଦାୟିତ୍ଵ ତୁଲାଇଥିଲେ। ଦାମନଯୋଡ଼ି ଭାରି ଓ ହାଲୁକା ମୋଟର ଯାନ କର୍ମଚାରୀ ସଂଘ(ଡ୍ରାଇଭର ୟୁନିୟନ)ପକ୍ଷରୁ ମାଥାଲପୁଟ ମେଡିକାଲ ନିକଟ ପଡ଼ିଆରେ ମା'ଙ୍କ ପୂଜା ହେଉଛି।ପୂଜକ ରାମକୃଷ୍ଣ ମିଶ୍ର ଓ ବାବୁଲି ସତପଥୀ,କର୍ତ୍ତା ରମେଶ ଚନ୍ଦ୍ର ମାଳି ଓ ପତ୍ନୀ ଦାୟିତ୍ଵ ନିର୍ବାହ କରିଥିଲେ।
ନାଲକୋ ଟାଉନସିପ ସେକ୍ଟର ୧ ଓ ୨ ସାର୍ବଜନୀନ ମା'ଦୁର୍ଗା ଓ କାଳୀ ପୂଜା କମିଟି ପକ୍ଷରୁ ସେକ୍ଟର ୧ ମାର୍କେଟ ସ୍ଥିତ ପୂଜା ମଣ୍ଡପରେ ପୂଜା ଅନୁଷ୍ଠିତ ହୋଇଥିଲା।ଜଗତସିଂହପୁର ଶାରଦା ମଣ୍ଡଳରୁ ଆସିଥିବା ପୂଜକ ପ୍ରତାପ ଚନ୍ଦ୍ର ପାଢ଼ୀ,ସୁଧାଂଶୁ ଶେଖର ତ୍ରିପାଠୀ,ଦେବୀ ସନ୍ତୋଷ ମିଶ୍ର ଓ ତପନ କୁମାର ମିଶ୍ର ପୂଜାନୀତି ସମ୍ପନ୍ନ କରିଥିଲେ। ରଞ୍ଜନ କୁମାର ବେହେରା ଓ ପତ୍ନୀ ମମତା କର୍ତ୍ତା ଦାୟିତ୍ଵ ତୁଲାଇଥିଲେ।ସେକ୍ଟର ୩ କମିଟି ପକ୍ଷରୁ ଷ୍ଟାଡିୟମ ନିକଟ ପୂଜା ମଣ୍ଡପରେ ମା'ଙ୍କ ପୂଜା ହେଉଥିବାବେଳେ କେନ୍ଦ୍ରାପଡ଼ାରୁ ଆସିଥିବା ବରିଷ୍ଠ ପୂଜକ ପ୍ରଦୀପ ରଞ୍ଜନ ମିଶ୍ର,ଅମର କୁମାର ଦାଶ ଏବଂ ନୀରୋଜ କୁମାର ପାଢ଼ୀ ପୂଜାକାର୍ଯ୍ୟ ସମ୍ପାଦନ କରୁଥିବାବେଳେ କର୍ତ୍ତା ରୂପେ ସୁଶାନ୍ତ କୁମାର ଦାଶ ଏବଂ ଧର୍ମପତ୍ନୀ ସରୋଜିନୀ ତ୍ରିପାଠୀ ଦାୟିତ୍ୱ ନିର୍ବାହ କରୁଛନ୍ତି। ଭେଜାପୁଟ ଶ୍ରୀସିଦ୍ଧେଶ୍ୱର ବଣିକ ସଂଘ ପକ୍ଷରୁ ଶ୍ରୀସିଦ୍ଧେଶ୍ୱର ମହାଦେବ ମନ୍ଦିର ସମ୍ମୁଖରେ ପୂଜା ଅନୁଷ୍ଠିତ ହୋଇଛି। ଯାଜପୁରରୁ ଆସିଥିବା ମୁଖ୍ୟ ପୂଜକ ବିରଞ୍ଚି ନାରାୟଣ ପଣ୍ଡା ଓ ସହଯୋଗୀ ପ୍ରଶ୍ନଜିତ ଶୁକ୍ଳା,ଗୋବର୍ଦ୍ଧନ ଦାଶ ଓ ମନୋଜ ଦାଶ ପୂଜାକାର୍ଯ୍ୟ କରିଥିବା ବେଳେ ପ୍ରଭୁ ଚରଣ ସାହୁ ଓ ପତ୍ନୀ ରେଣୁବାଳା କର୍ତ୍ତା ଦାୟିତ୍ଵ ନିର୍ବାହ କରିଥିଲେ।ମଙ୍ଗଳବାର ସମସ୍ତ ମୃଣ୍ମୟ ମୂର୍ତ୍ତିଙ୍କ ପାଖରେ ମହାଷ୍ଟମୀ ପୂଜା ଅନୁଷ୍ଠିତ ହୋଇଥିଲା।

24
1257 views