logo

ଶାରଦୀୟ ନବରାତ୍ରିର ନବମ ଦିବସରେ ତ୍ରୈଲୋକ୍ୟ ମୋହିନୀ ବେଶରେ ମା ବନଦୁର୍ଗା

ଖୋର୍ଦ୍ଧା:୦୧/୧୦/୨୦୨୫ : ଖୋର୍ଦ୍ଧା ଜିଲ୍ଲା ରାମେଶ୍ବର ସ୍ଥିତ ମା ବନଦୁର୍ଗାଙ୍କ ପୀଠରେ ବିଶ୍ଵ କଲ୍ୟାଣ ନିମନ୍ତେ, ଶାରଦୀୟ ନବରାତ୍ରିର ନବମ ଦିବସରେ ତ୍ରୈଲୋକ୍ୟ ମୋହିନୀ ବେଶରେ ମା ଦର୍ଶନ ଦେଇଛନ୍ତି। ସକାଳୁ ମା'ଙ୍କର ମଙ୍ଗଳ ଆଳତି, କଳଶ ପୂଜା, ସୂର୍ଯ୍ୟ ପୂଜା ପଞ୍ଚ ଦେବତା ପୂଜା, ପରେ ମା'ଙ୍କର ଶୋଡ଼ଶ ଉପଚାରରେ ମଧ୍ୟାହ୍ନ ଧୂପ ପୂର୍ବକ ରୀତିନୀତି ଅନୁଯାୟୀ ପୂଜା ଅର୍ଚ୍ଚନା କରାଯାଇଛି ଏବଂ କୁମାରୀମାନଙ୍କୁ ପୂଜାର୍ଚ୍ଚନା କରାଯାଇ ଆଳତୀ ପୁଷ୍ପାଞ୍ଜଳୀ କରାଯାଇଥିଲା।ଏହି କନ୍ୟାପୁଜନ କାର୍ଯ୍ୟକ୍ରମ ମହାଡମ୍ବରରେ କରାଯାଇଥିଲା l ଡଃ କୃପାସିନ୍ଧୁ ପଣ୍ଡା ପୂଜାର୍ଚ୍ଚନା କରିଥିଲେ ଓ ପଣ୍ଡିତ ତପନ କୁମାର ମହାପାତ୍ର , ବିଷ୍ଣୂପ୍ରୀୟା ପଟ୍ଟଯୋଷୀ, ବିଭୂଦତ୍ତ ପଟ୍ଟନାୟକ, ଆରତୀ ପଟ୍ଟନାୟକ, ଭାଗିରଥି ସାହୁ, ପଣ୍ଡିତ ସୀତାକାନ୍ତ ଦାଶ ଓ ବେଦ ବିଦ୍ୟାର୍ଥୀ ମାନେ ସହଯୋଗ କରିଥିଲେ ଏବଂ ଗ୍ରାମର ବହୁ ଶ୍ରଦ୍ଧାଳୁ ଉପସ୍ଥିତ ରହି ମା'ଙ୍କର ଦିବ୍ୟ ବେଶକୁ ଦର୍ଶନ କରିଥିଲେ।

69
2353 views