logo

ମନମୋହିଲା ପୁରୀର ସାଂସ୍କୃତିକ ଦଳ

ଦାମନଯୋଡ଼ି,୦୨/୧୦:ଶାରଦୀୟ ଦୁର୍ଗାପୂଜା ପାଇଁ ଉତ୍ସବ ମୁଖରିତ ହୋଇଛି ଦାମନଯୋଡ଼ି।ଚଳିତବର୍ଷ ଦାମନଯୋଡ଼ିର ସେକ୍ଟର ୩ ପୂଜା ମଣ୍ଡପରେ ଦଶହରା ସନ୍ଧ୍ୟାରେ ପୁରୀର ସାଂସ୍କୃତିକ ଦଳ 'କିଛି ସ୍ୱର କିଛି ସ୍ମୃତି' ମା'ଙ୍କର ଭଜନ ପରିବେଷଣ କରି ଦର୍ଶକଙ୍କୁ ବିମୋହିତ କରିଥିଲେ।ଆକର୍ଷଣୀୟ ତୋରଣ,ସାଜସଜ୍ଜା,ସୁନ୍ଦର ଆଲୋକମାଳା, ମନଲୋଭା ମୃଣ୍ମୟ ମୂର୍ତ୍ତୀ ଓ ପୂଜା ଦେଖିବାକୁ ଶ୍ରଦ୍ଧାଳୁ ଓ ଭକ୍ତମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ପୂଜା ମଣ୍ଡପ ବୁଲୁଥିବା ଦେଖା ଯାଇଥିଲା।କେନ୍ଦ୍ରାପଡ଼ାରୁ ଆସିଥିବା ବରିଷ୍ଠ ପୂଜକ ପ୍ରଦୀପ ରଞ୍ଜନ ମିଶ୍ର,ଅମର କୁମାର ଦାଶ ଏବଂ ନୀରଜ କୁମାର ପାଢ଼ୀ ପୂଜାକାର୍ଯ୍ୟ ସମ୍ପାଦନ କରିଥିବାବେଳେ କର୍ତ୍ତା ରୂପେ ସୁଶାନ୍ତ କୁମାର ଦାଶ ଏବଂ ଧର୍ମପତ୍ନୀ ସରୋଜିନୀ ତ୍ରିପାଠୀ ଦାୟିତ୍ୱ ନିର୍ବାହ କରିଥିଲେ।ପୂଜା କମିଟିର ସଭାପତି ତଥା ନାଲକୋ ମୁଖ୍ୟ ମହାପ୍ରବନ୍ଧକ(ବିତ୍ତ)ସଞ୍ଜୟ ଗୁପ୍ତା, ସମ୍ପାଦକ ନିର୍ମଳ କୁମାର ରାଉତ,କୋଷାଧ୍ୟକ୍ଷ ମନୋରଞ୍ଜନ ସାହୁଙ୍କ ସହିତ ସଦସ୍ୟ ବସନ୍ତ କୁମାର ପଣ୍ଡା,ହରେନ୍ଦ୍ର ନାଥ ଗିରି,ପ୍ରଫୁଲ୍ଲ କୁମାର ମୁନି,ଆଶିଷ କୁମାର ପଟ୍ଟନାୟକ,ଚିତ୍ତ ରଞ୍ଜନ ରାୟ,ମନୋଜ କୁମାର ବେହେରା,ଚିତ୍ତ ରଞ୍ଜନ ଦାଶ ଓ ପ୍ରମୋଦ କୁମାର କୁଣ୍ଡ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ।ଦଶହରା ଅବସରରେ ମଧ୍ୟାହ୍ନ ଓ ସନ୍ଧ୍ୟାରେ ସମୂହ ଅନ୍ନପ୍ରସାଦ ବ୍ୟବସ୍ଥା ହୋଇଥିଲା।ଶାରଦୀୟ ପୂଜା ଅବସରରେ ବିଭିନ୍ନ ହସ୍ତତନ୍ତ ଓ ହସ୍ତଶିଳ୍ପ ଷ୍ଟଲ ମାନଙ୍କରେ ଗହଳି ଲାଗିଥିବା ଦେଖାଯାଇଥିଲା।

102
4884 views