ଗଡଖଙ୍କିରା କ୍ଷତ୍ରିୟସମାଜ ପକ୍ଷରୁ ପାରମ୍ପରିକ ଅସ୍ତ୍ରପୂଜା
ଗଡଖଙ୍କିରା କ୍ଷତ୍ରିୟସମାଜ ପକ୍ଷରୁ ପାରମ୍ପରିକ ଅସ୍ତ୍ରପୂଜା
ଢେଙ୍କାନାଳ ଜିଲ୍ଲାଗନ୍ଦିଆ ବ୍ଲକଗଡଖଙ୍କିରା ଗ୍ରାମରେ ପବିତ୍ର ଦଶହରା ଉପଲକ୍ଷେ ୧୬୦୫ ମସିହାଠାରୁ ଅଦ୍ୟାବଧି ଗ୍ରାମର କ୍ଷତ୍ରୀୟ ସମାଜ ତରଫରୁଗ୍ରାମ ମଧ୍ୟସ୍ଥ ଭୈରବୀ ପୀଠରେ ଏକତ୍ର ହୋଇ ନିଜର ଅସ୍ତ୍ରକୁ ସଜାଇ ପୂଜାପାଠ କରାଇଅଛନ୍ତି। ଗୁରୁସେବକ ଓ ମନ୍ତ୍ର ଉଚ୍ଚାରଣ ସେବକଙ୍କ ପରିଚାଳନାରେ ଦାଣ୍ଡି ପୂଜାକରାଯାଇଥିଲା। ପୂଜାରେ ଭୈରବପୀଠଦେବୀ, ଅଷ୍ଟଦେବତା ମଣ୍ଡଳ, ଅଷ୍ଟଭୈରବ ବେତାଳ ମଣ୍ଡଳ, ଚଉରାଅଶିସିଦ୍ଧ ଚାରିଦିଗ ଓ ଚାରି ଯୁଗର ପୂଜା ବୈଦିକ ନୀତିରେ ଅନୁଷ୍ଠିତ ହୋଇଥିଲା। ଶେଷରେ ବାରବାଦ୍ୟର ତାଳେ ତାଳେ ସମସ୍ତେ ନିଜ ନିଜର ଅସ୍ତ୍ରଶସ୍ତ୍ରକୁ ଧରି ଦଶହରା ପଡ଼ିଆକୁ ପଟୁଆରରେ ଯାଇ ନିଜର କୌଶଳ ପ୍ରଦର୍ଶନ କରିଥିଲେ ଏହି କାର୍ଯ୍ୟକ୍ରମରେ ଧୀରସାହି, ବ୍ରହ୍ମ ସାହି, ଭୂୟାଁ ସାହି, ପାତ୍ର ସାହି,ସିଂହସାହି, ବିଶ୍ଵାଳ ସାହିରୁ ସମସ୍ତେ ସହଯୋଗ ପ୍ରଦାନ କରି ଅଖଣ୍ଡ ଗଡଖଙ୍କିରା ଗଠନ ଦିଗରେ ମତାମତ ପ୍ରଦାନ କରିଥିଲେ।ଗ୍ରାମବାସୀଙ୍କ ମଙ୍ଗଳ କାମନା କରାଯାଇଥିଲା।