
ହରିଚନ୍ଦନପୁର ବ୍ଲକ ଠାରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ର ଶତାବ୍ଦୀ ପୂର୍ତ୍ତି ଉଦଘାଟନୀ ସମାରୋହ।
'ହରିଚନ୍ଦନପୁର ବ୍ଲକ ଠାରେ ରାଷ୍ଟୀୟ ସ୍ଵୟଂସେବକ ସଂଘ ର ଶତାବ୍ଦୀ ପୂର୍ତ୍ତି ଉଦ୍ଘାଟନୀ ସମାରୋହ।'
ସ୍ଥାନୀୟ ସରସ୍ଵତୀ ଶିଶୁମନ୍ଦିର ଠାରେ ସଂଘ କାର୍ଯବାହ ଶ୍ରୀଯୁକ୍ତ ବିରେନ୍ଦ୍ର କୁମାର ମହାନ୍ତ ସଭାପତିତ୍ବ ରେ ଆୟୋଜିତ ହୋଇଯାଇଅଛି। ମୁଖ୍ଯ ଅତିଥି ଭାବେ କୁଶଳେଶ୍ବର ମହାବିଦ୍ୟାଳୟର ଅଧ୍ୟାପକ ଶ୍ରୀଯୁକ୍ତ ସୁଧାକର ଜେନା ଓ ମୁଖ୍ଯ ବକ୍ତା ଶ୍ରୀଯୁକ୍ତ ପ୍ରଭାତ କୁମାର ସାହୁ ଯୋଗଦେଇ ରାଷ୍ଟୀୟ ସ୍ଵୟଂସେବକ ସଂଘ ର ଉପଲବ୍ଧି ବଣ୍ଣନା କରିଥିଲେ।
'ବ୍ୟକ୍ତି ନିର୍ମାଣ ମାଧ୍ୟମରେ ହିଁ ରାଷ୍ଟ୍ର ନିର୍ମାଣ'ର ଦୂରଦୃଷ୍ଟି ସହିତ ୧୯୨୫ ମସିହା ବିଜୟାଦଶମୀର ଶୁଭ ଅବସରରେ ପରମ ପୂଜ୍ୟ ଡକ୍ଟର ହେଡଗେୱାର ଜୀଙ୍କ ଦ୍ୱାରା ନାଗପୁରରେ ଆରମ୍ଭ ହୋଇଥିବା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, କେବଳ ଏକ ସଙ୍ଗଠନ ନୁହେଁ, ବରଂ ଏକ ଶାଶ୍ୱତ ରାଷ୍ଟ୍ରୀୟ ଚେତନାର ପୁନଃ-ଜାଗରଣ ଥିଲା। ସଂଘର ସ୍ୱୟଂସେବକମାନେ ଦେଶର ସ୍ୱାଧୀନତା ସଂଗ୍ରାମ ସମେତ ଅନେକ ଜାତୀୟ ସଙ୍କଟ ସମୟରେ ରାଷ୍ଟ୍ରଯଜ୍ଞରେ ଆହୁତି ଦେଇ ତ୍ୟାଗର ପରମ୍ପରାକୁ ବଜାୟ ରଖିଛନ୍ତି। ଏହି ଶହେ ବର୍ଷର କାର୍ଯ୍ୟଧାରା ପ୍ରମାଣ କରେ ଯେ, ସଂଘର ଏକମାତ୍ର ମନ୍ତ୍ର ହେଉଛି 'ଏକ ଭାରତ, ଶ୍ରେଷ୍ଠ ଭାରତ'।
ଶାଖା ମାଧ୍ୟମରେ ସଂଘର ସ୍ୱୟଂସେବକମାନେ ଯେଉଁ ନିଷ୍ଠା, ସମର୍ପଣ ଓ ନିଃସ୍ୱାର୍ଥପରତା ଶିଖିଛନ୍ତି, ତାହାକୁ ସମାଜର ପ୍ରତ୍ୟେକ କ୍ଷେତ୍ରରେ ପ୍ରୟୋଗ କରିଛନ୍ତି। ଗତ ଶହେ ବର୍ଷ ଧରି ସଂଘ ଅନୁଶାସନ, ସେବା ଏବଂ ରାଷ୍ଟ୍ରଭକ୍ତିର ଏକ ଅଦ୍ୱିତୀୟ ଉଦାହରଣ ସୃଷ୍ଟି କରିଛି। ସଂଘର କାର୍ଯ୍ୟ ସାମାଜିକ ସମରସତା ଏବଂ ନିଃସ୍ୱାର୍ଥ ତ୍ୟାଗର ଭାବନାକୁ ସଶକ୍ତ କରିଛି।
ଆଜି, ଯେତେବେଳେ ଭାରତ ବିଶ୍ୱଗୁରୁ ହେବାର ସଂକଳ୍ପ ନେଇ ଆଗକୁ ବଢୁଛି, ସଂଘର 'ପଞ୍ଚ ପରିବର୍ତ୍ତନ'ର ଆଦର୍ଶ ( ସାମାଜିକ ସମରସତା, କୁଟୁମ୍ବ ପ୍ରବୋଧନ, ପର୍ଯ୍ୟାବରଣ ସଂରକ୍ଷଣ, ନାଗରିକ କର୍ତ୍ତବ୍ୟ ଏବଂ ସ୍ୱଦେଶୀ) ଆମ ସମସ୍ତଙ୍କ ପାଇଁ ମାର୍ଗଦର୍ଶକ ସାଜିଛି। ଆଜି ସଂଘର ଆଦର୍ଶରେ ଗଢ଼ା ଯୁବପିଢ଼ି ନିଜ ଚରିତ୍ର, ସଂସ୍କାର ଏବଂ ସମର୍ପଣ ଦ୍ୱାରା ଦେଶକୁ ଆଗକୁ ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ସଂଘର ଶୃଙ୍ଖଳା ଏବଂ ସାମୂହିକତାର ଭାବନା ଆମ ଜାତୀୟ ଜୀବନର ମୂଳଦୁଆକୁ ଆହୁରି ମଜବୁତ କରୁଛି।
ଆଜି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରତିଷ୍ଠା ଦିବସ ହରିଚନ୍ଦନପୁର ସରସ୍ଵତୀ ଶିଶୁମନ୍ଦିର ଠାରେ ଅନୁଷ୍ଠିତ ଉଦ୍ଘାଟନ ସମାରୋହ ରେ ଶତାଧିକ ସ୍ବୟଂସେବକ ଯୋଗଦେଇ ପଥ ସଂଚାଳନ ରେ ଅଂଶଗ୍ରହଣ କରି କାଯ୍ୟକ୍ରମ କୁ ସଫଳ କରିଥିଲେ।
ମନୋଜ କୁମାର ମହାନ୍ତଙ୍କ ରିପୋର୍ଟ, କେନ୍ଦୁଝର।