ପୁରୁଣା ବଜାର ଦୁର୍ଗାପୂଜା ମେଢ଼ ବୁଲିଲେ ନିରଞ୍ଜନ।
ପୁରୁଣା ବଜାର ଦୁର୍ଗାପୂଜା ମେଢ଼ ବୁଲିଲେ ନିରଞ୍ଜନ । କେନ୍ଦୁଝର: ସାଂସ୍କୃତିକ ନଗରୀ ପୁରୁଣା ବଜାରର ସାର୍ଵଜନୀନ ଶ୍ରୀ ଦୁର୍ଗାଉତ୍ସବ କଲଚରାଲ କମିଟି ଆନୁକୂଲ୍ୟରେ ହେଉଥିବା ଦୁର୍ଗତିନାଶିନୀ ମା ଦୁର୍ଗାଙ୍କର ପୂଜା ୭୫ ବର୍ଷରେ ପଦାର୍ପଣ କରିଛି । ତେଣୁ ଏହି ବର୍ଷ ପ୍ଲାଟନମ ଜୁବୁଲି ପାଳନ କରାଯାଉଛି । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେଉଛି । ଆଜି ଦଶହରା ଉପଲକ୍ଷେ ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଆଜି ଚତୁର୍ଥ ସନ୍ଧ୍ୟାରେ ପୂର୍ବତନ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ ଯୋଗ ଦେଇ ମା ଦୁର୍ଗାଙ୍କର ଆଶୀର୍ବାଦ ନେଇଥିଲେ ଏବଂ ଅନୁଷ୍ଠାନ ପକ୍ଷରୁ ଦୁର୍ଗା ମା ଙ୍କର ରୁପା ଚାନ୍ଦି ମେଢ଼ ହେଉଥିବା ଜାଣି ଆନନ୍ଦିତ ହେବା ସହ ଉତ୍ସାହ ଦେଇଥିଲେ । ଏହି ଉତ୍ସବରେ ଯୋଗଦେଇ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଏହି ପୁରୁଣା ବଜାରର ଦୁର୍ଗାପୂଜା ଅତି ପୁରୁଣା । ରାଜା ରାଜୁଡା ସମୟ ରୁ ଏହି ଦୁର୍ଗାପୂଜା ପାଳନ ହୋଇ ଆସୁଛି । ଏହି ଦଶହରା ପର୍ବ ଏକ ଭାଇଚାରାର ପର୍ବ । ମୁଖ୍ୟତଃ ଆଦିବାସୀମାନେ ତାଙ୍କ ପାରମ୍ପରିକ ଶୈଳୀରେ ଏହି ପର୍ବ ପାଳନ କରିଥାନ୍ତି । ଏହି କାର୍ଯ୍ୟକ୍ରମରେ କମିଟିର ସଭାପତି ସଂଗ୍ରାମ ଦାସ, ବିଶିଷ୍ଟ କଣ୍ଠଶିଳ୍ପୀ ଜୟ ପ୍ରକାଶ ମିଶ୍ର, ଉପସଭାପତି ପ୍ରିୟପଦ ମିଶ୍ର, ସମ୍ପାଦକ ଜିତେନ୍ଦ୍ର ସାହୁ, ସହ ସମ୍ପାଦକ ଦଶରଥ ସାହୁ, ଉପଦେଷ୍ଟା ସୁରେନ୍ଦ୍ର ଦାସ, ସୁଦର୍ଶନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ରିପୋର୍ଟ: ପୁରୁଷୋତ୍ତମ ପାତ୍ର, କେନ୍ଦୁଝର ଖବର।