logo

ମେଲାଣି ନେଲେ ଶକ୍ତିମୟୀ ମାଆ ଦୁର୍ଗତ ନାଶିନୀ,ସେକ୍ଟର ୧,୨,ଦାମନଯୋଡି,କୋରାପୁଟ, ଓଡିଶା,ତା୩/୧୦/୨୫(ଶୁକ୍ରବାର)

ମେଲାଣି ନେଲେ ମାଆ ଦୁର୍ଗତନାଶିନୀ
ଦାମନଯୋଡି:-୪/୧୦ ସାଂସ୍କୃତିକ ସହର ଦାମନଯୋଡି ଶାରଦୀୟ ଦୁର୍ଗା ପୂଜାରେ ଚଳଚଞ୍ଚଳ ହୋଇଉଠିଥିଲା ।ସେକ୍ଟର ଏକ ଓ ଦୁଇ ସାର୍ବଜନୀନ ଦୁର୍ଗାପୂଜା କମିଟି ତରଫରୁ ଆୟୋଜିତ ପୂଜା ମଣ୍ଡପରେ ଭବ୍ଯ ତୋରଣ ସୁସଜ୍ଜିତ ସାଜସଜ୍ଜାରେ ଦର୍ଶକ ବିଭୋରଥିଲେ ।ନବଦିନାତ୍ମକ ପୂଜା ମହାସମାରୋହରେ ଅନୁଷ୍ଠିତ ହୋଇଥିଲା।ଶହସ୍ରାଧିକ ଭକ୍ତମାନଙ୍କର ସମାଗମରେ ମାଆ ଶକ୍ତିମୟୀଙ୍କ ପୂଜନୋତ୍ସବ କାର୍ଯ୍ୟକ୍ରମ ଆଗେଇ ଚାଲିଥିଲା ।ଦଶହରାପରେ ଆଜି ସଧବା ରମଣୀମାନେ ମାଆଙ୍କୁ ସିନ୍ଦୁର ପିନ୍ଧାଇ ଧୂପ ଦୀପ ଦେଇ ସାମୁହିକ ବନ୍ଦାପନା କରିଥିଲେ ।ନବମୀ ଦିନ ନବକନ୍ଯାମାନଙ୍କୁ ପୂଜନ କାର୍ଯ୍ୟକ୍ରମ ଅତି ଚିତ୍ତାକର୍ଷକ ଭାବଭକ୍ତିପୂର୍ଣ୍ଣ ହୋଇଥିଲା ।ବିରାଟ ପଟ୍ଟୁଆରରେ ନଗର ପରିକ୍ରମା କରାଯାଇ ମାଆଙ୍କୁ ମେଲାଣି ଦେଇ ଭସାଣି ଅନୁଷ୍ଠିତହୋଇଥିଲା।କମିଟିର ସଭାପତି ଧୀରେନ୍ଦ୍ର କୁମାର ବେହେରା ସହଧର୍ମିଣୀ କାମିନୀ ସାହୁ,ସଂପାଦକ ଅନାମ ଚରଣ ନାୟକ ସହଧର୍ମିଣୀ ନିବେଦିତା ନାୟକ, କୋଷାଧ୍ୟକ୍ଷ ରଞ୍ଜନ କୁମାର ବେହେରା,ସଦସ୍ଯ ବୃନ୍ଦ ସଦାଶିବ ବେହେରା,ସରୋଜ କୁମାର ଦଳେଇ, ସୁଜିତ କୁମାର ଜେନା,ଲମ୍ବୋଦର ସ୍ବାଇଁ,କିରଣ କୁମାର ମହାନ୍ତି,ଅନୁଜ ଶୁକ୍ଳା,ଦୀନେଶ ଶୁକ୍ଳା,ଡଃ ଅଶୋକ କୁମାର ମହାନ୍ତି,ଡଃ ରମେଶ ଚନ୍ଦ୍ର ଦାଶ, ସନ୍ତୋଷ ଦାଶ, କୃଷ୍ଣ ସେଠି,ମିହିର ଜେନା,ମିଟୁ ସାହୁ,ସଂଜୟ ସାହୁ,ଆନନ୍ଦ ମୋହନ, ସିଣ୍ଡିଲ କୁମାର, ରାଜୀବ କେରେଇ, ବିଜୟ କୁମାର ଆଚାର୍ଯ୍ଯ,ଦୀନେଶ ପଟ୍ଟନାୟକ, ଶିଶିର ପରିଡା ପ୍ରମୁଖ ଉପସ୍ଥିତ ରହି ସାହାଯ୍ଯ ଓ ସହଯୋଗ କରି ପରିଚାଳନା କରିଥିଲେ ।ପଣ୍ଡିତ ସନ୍ତୋଷ କୁମାର ମିଶ୍ରଙ୍କ ତତ୍ତ୍ବାବଧାନ ଧାନରେ ପଣ୍ଡିତ ମଣ୍ଡଳି ପୂଜାକାର୍ଯ୍ଯ ସମ୍ପାଦନ କରିଥିଲେ ।କୋଷାଧ୍ୟକ୍ଷ ରଞ୍ଜନ କୁମାର ବେହେରା,ଧର୍ମପତ୍ନୀ ମମତା ବେହେରା କର୍ତ୍ତାରୂପେ କାର୍ଯ୍ୟ ସଂପାଦନ କରିଥିଲେ ।

301
6215 views