logo

କର୍ମଜୀବୀ ସାମ୍ବାଦିକ ଙ୍କ ଅକାଳ ବିୟୋଗ ।



ଅନୁଗୋଳ (କରୁଣାକର ନାୟକ) ୪/୧୦
ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଠାକୁରଗଡ଼ ଗ୍ରାମର ସାମ୍ବାଦିକ ରମେଶ ଚନ୍ଦ୍ର ନାୟକ ଙ୍କ ୫୧ ବର୍ଷ ରେ ପରଲୋକ ହୋଇଯାଇଛି। ସୂଚନା ନେବାରେ ଜଣା ଯାଏ କି ସେ କିଡନୀ, ଲିଭର ଓ ସୁଗାର ରୋଗରେ ପୀଡିତ ହୋଇ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଆଜି ସକାଳ ୬ ଘଣ୍ଟିକା ରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କର ୩ ଝିଅ ସମେତ ବଡ ଜ୍ୱାଇଁ ଓ ସ୍ତ୍ରୀ ଅଛନ୍ତି । ଦିନ ୨ ଘଣ୍ଟିକା ସମୟରେ ଶବ ପହଞ୍ଚିବା ପରେ ନିଜ ବନ୍ଧୁବାନ୍ଧବ ଗ୍ରାମବାସୀ ଓ ସାମ୍ବାଦିକ ବନ୍ଧୁ ମାନେ ତାଙ୍କ ବାସ ଭବନ କୁ ପହଞ୍ଚି ଶେଷ ଦର୍ଶନ କରିଛନ୍ତି । ସେ ପ୍ରଥମେ ଦୈନିକ ପ୍ରମେୟରେ ଖବରଦାତା ଭାବେ ବହୁଦିନ କାର୍ଯ୍ୟ ତୁଲାଇ ଥିଲେ । ପ୍ରମେୟକୁ ଛାଡ଼ି ବର୍ତମାନ ଦୈନିକ ନନ୍ଦିନୀ ଖବର କାଗଜ ରେ କାର୍ଯ୍ୟରତ ଥିଲେ । ଗ୍ରାମ ଶ୍ମଶାନ ପଡ଼ିଆରେ ତାଙ୍କର ଶେଷ କୃତ୍ୟ ସଂପନ୍ନ କରାଯାଇଥିଲା । ତାଙ୍କର ମୃତ୍ୟୁ ର ଖବର ପାଇ ଓକିଲ ସଙ୍ଘ ସଭାପତି ସୁଶାନ୍ତ ମହାପାତ୍ର, ସମାଜସେବୀ ଅର୍ଜୁନ ସାହୁ , ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ସାଏ, ଓ ବୁଦ୍ଧି ଯିବି ଗଣ ଶୋକବ୍ୟକ୍ତ କରିଛନ୍ତି ।

502
10368 views