logo

ଠାକୁରଙ୍କ ଜମିବାଡି ଭୂସମ୍ପତ୍ତି ବିବାଦ ଧିରେ ଧିରେ ପ୍ରକୃତ ରହସ୍ଯ ଖୋଲୁଛି!

ଶ୍ରୀ ବାଲୁଙ୍କେଶ୍ୱର ମହେଶ ବୀଜେ ଟ୍ରଷ୍ଟ ବୋର୍ଡ, ବଡ ଶାସନ, କେନ୍ଦୁଝର ଗଡ଼। ଠାକୁରଙ୍କ ଭୂସମ୍ପତ୍ତି ଜମିବାଡି ଭୂସମ୍ପତ୍ତି ବିବାଦ ଧିରେ ଧିରେ ପ୍ରକୃତ ରହସ୍ଯ ଖୋଲୁଛି!

👉 ଠାକୁରଙ୍କ ଭୂସମ୍ପତ୍ତି ସରକାରୀ ଜମି ବୋଲି ଦାବୀ କରିବା ପଛରେ ମୁଖ୍ୟମନ୍ତ୍ରୀଙ୍କ ସଂପ୍ରୁକ୍ତି ରହିଛି!

👉 ସରକାରଙ୍କ ତରଫରୁ ଠାକୁରଙ୍କ ନାମରେ ୪୮ ଏକର ୬୧ ଡିସିମିଲ ଜମି ଦେବାର ଥିଲା। କିନ୍ତୁ ମାତ୍ର ୧୮ ଏକର ଭୂସମ୍ପତ୍ତି ଜମି ପୂର୍ବରୁ ପ୍ରଦାନ କରାଯାଇଥିଲା।

👉 ପୁନର୍ବାର ୧୮ ଏକର ଜମି ଠାକୁରଙ୍କ ନାମରୁ ବାଦ କରି ସରକାରୀ ଜମି ବୋଲି ମାଲିକାନା ସତ୍ତ୍ବ ଜାହିର କରାଯାଉଛି।

👉 ଠାକୁରଙ୍କ ଟ୍ରଷ୍ଟ ବୋର୍ଡ ତରଫରୁ ୪୮ ଏକର ୬୧ ଡିସିମିଲ ଜମି ଫେରସ୍ତ ପାଇବା ପାଇଁ ମାନ୍ୟବର ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହେବା କାରଣରୁ ସରକାର ଏବଂ ପ୍ରଶାସନର ଅକଲ ଗୁଡୁମ୍!

👉 ମୁଖ୍ୟମନ୍ତ୍ରୀ କହିଲେଣି ଠାକୁରଙ୍କ ଜମିବାଡି ବିବାଦରୁ ମୋତେ ନିବୃତ୍ତ କରାଯାଉ! ତେବେ ପ୍ରଶ୍ନ ଉଠୁଅଛି ଯେ, ରାଜ୍ଯ ସରକାର ଠାକୁରଙ୍କ ଭୂସମ୍ପତ୍ତି ଫେରସ୍ତ କରିବେ କେବେ?

👉 ତରବରିଆ ନେଇଥିବା ନିଷ୍ପତ୍ତି କାରଣରୁ ସରକାର ବର୍ତ୍ତମାନ ସନ୍ଦେହ ଘେରରେ ରହିଛି! ସରକାରଙ୍କ ବିଭିନ୍ନ ବରିଷ୍ଠ ପଦାଧିକାରୀ ନ୍ଯାୟପାଳିକାର ଚକ୍ରବ୍ୟୁହରେ ଫସିଗଲେ!

👉 ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏପରି ବିବାଦୀୟ ପ୍ରସଂଗରେ ପୂର୍ବରୁ ହସ୍ତକ୍ଷେପ କରିବାକୁ ଭୁଲିଗଲେ କାହିଁକି?

👉 ବର୍ତ୍ତମାନ ନିଜର ପଦମର୍ଯ୍ୟାଦାକୁ ସୁରକ୍ଷିତ ଓ ବିବାଦ ମୁକ୍ତ କରିବା ପାଇଁ ଏତେ ପ୍ରାଧାନ୍ଯ ଦେବାକୁ ଚେଷ୍ଟା କରିବା ପଛରେ କଣ କାରଣ ରହସ୍ୟମୟ ହୋଇ ରହିଛି?

👉 ଯଦି ଠାକୁରଙ୍କ ଜମିବାଡି ସରକାରଙ୍କ ବୋଲି ଦାବୀ କରୁଛନ୍ତି। ତେବେ ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ପ୍ରାମାଣିକ ତଥ୍ଯ ପ୍ରଦାନ କରିବା ପାଇଁ କୁଣ୍ଠିତ କଣ ପାଇଁ? ଏହା ପରିବର୍ତ୍ତେ ବାରମ୍ବାର ନ୍ଯାୟପାଳିକାରେ ତାରିଖ ଘୁଞ୍ଚାଇ ସମୟ ଗଡାଇବା ପଛରେ କଣ କାରଣ ରହିଛି?

👉 ବୋର୍ଡ ଅଫ୍ ରେଭେନ୍ୟୁ ୨୦୨୪ ମସିହାରେ ଅତର୍କିତ ଭାବରେ ଠାକୁରଙ୍କ ଟ୍ରଷ୍ଟ ବୋର୍ଡ ବିରୁଦ୍ଧରେ ନିଜ ଇଜିଲାସରେ ମିସକେସ୍ ଦାୟର କରି ଏକଚାଟିଆ ନିଷ୍ପତ୍ତି ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ କିଏ?

👉 ବୋର୍ଡ ଅଫ୍ ରେଭେନ୍ୟୁ କାହାର ନିର୍ଦ୍ଦେଶ ଅନୁକ୍ରମରେ ଅଥବା ଅଭିଯୋଗ ଅନୁଯାୟୀ ଠାକୁରଙ୍କ ଟ୍ରଷ୍ଟ ବୋର୍ଡ ବିରୁଦ୍ଧରେ ରିୟ୍ୟୁ କରିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ?

👉 ଠାକୁରଙ୍କ ଜମିବାଡି ସମ୍ପର୍କରେ ୧୨/୧୩ ବର୍ଷ ତଳରୁ ଯେଉଁ କେସ୍ ପେଣ୍ଡିଙ୍ଗ୍ ରହିଛି। ସେ ସମ୍ପର୍କରେ ବିଚାର କରିବା ପାଇଁ ଆଦୌ ଗୁରୁତ୍ବପୂର୍ଣ୍ଣ ନ ମନେକରି ନୂତନ ଭାବରେ ୨୦୨୪ ମିସକେସ୍ ଦାୟର କରି ଠାକୁରଙ୍କ ଜମିବାଡି ସରକାରଙ୍କ ବୋଲି ଦାବୀ କରିବା ପଛରେ କାହାର ନିର୍ଦ୍ଦେଶ ରହିଛି?

👉 ସରକାରଙ୍କ ଖାମଖିଆଲ ନୀତି ଏବଂ ମନମୁଖୀ ଶାସନ କ୍ଷମତା ଦୁରୁପଯୋଗ କରିବା ଦ୍ବାରା କାହାର ଲାଭ ହେଲା ? ପୂର୍ବରୁ ସରକାରଙ୍କ ତରଫରୁ ୧୮ ଏକର ଜମି ଫେରସ୍ତ କରିଥିଲେ। ବର୍ତ୍ତମାନର ସରକାର ତାହା ସରକାରଙ୍କ ଜମି କହି ନେଇଗଲେ। କିନ୍ତୁ ବର୍ତ୍ତମାନ ସରକାର ୪୮ ଏକର ୬୧ ଡିସିମିଲ ଜମି ଫେରସ୍ତ କରିବେ କିପରି ? ଏହି ପ୍ରସଂଗ ବର୍ତ୍ତମାନ ସରକାର ଏବଂ ବରିଷ୍ଠ ପଦାଧିକାରୀ ମାନଙ୍କୁ ଚିନ୍ତାରେ ପକାଇ ଦେଇଥିବା ବିଷୟରେ ଜାଣିବା ପାଇଁ ମିଳୁଅଛି!

👉 ଠାକୁରଙ୍କ ଅର୍ଥାତ୍ ନାବାଳକ ଜମିବାଡି ସରକାରଙ୍କ ବୋଲି କହି ନେଇଯିବାରେ ମଜା ଲାଗୁଥିଲା। କିନ୍ତୁ ବର୍ତ୍ତମାନ ପୁନର୍ବାର ଠାକୁରଙ୍କ ନାମରେ ଅର୍ଥାତ୍ ନାବାଳକ ନାମରେ ଫେରସ୍ତ କରିବା ପାଇଁ ଆଦୌ କିଛି ବୁଦ୍ଧିବାଟ ଦିଶୁ ନାହିଁ!

👉 ଅନେକ ସରକାରୀ ବରିଷ୍ଠ ପଦାଧିକାରୀ ମାନଙ୍କୁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ତରଫରୁ କୋର୍ଟ ଅବମାନନା କରିଥିବା କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା ସମ୍ପର୍କରେ ଜାଣିବା ପାଇଁ ମିଳୁଅଛି!

👉 ଠାକୁରଙ୍କ ଜମିବାଡି ସରକାରଙ୍କ ବୋଲି ଦାବୀ କରି ଜବରଦଖଲ ଉଚ୍ଛେଦ କରିବା ସମୟରେ ୨୦୧୭ ମସିହାର ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ତରଫରୁ ପ୍ରଦାନ କରାଯାଇଥିବା ନିର୍ଦ୍ଦେଶ ପ୍ରତି ସରକାର ଏବଂ ପ୍ରଶାସନ ତରଫରୁ ଅବହେଳା କରିବା ଏବଂ ମାନ୍ୟବର ଉଚ୍ଚ ନ୍ୟାୟାଳୟ ତରଫରୁ ୨୦୧୭ ମସିହାରେ ଉଚ୍ଛେଦ ନକରିବାକୁ ସ୍ଥଗିତାଦେଶ ବିରୁଦ୍ଧରେ ଯିବାକୁ କିଏ ନିର୍ଦ୍ଦେଶ ଦେଇଥିଲେ ?

👉 ବର୍ତ୍ତମାନ ଉଚ୍ଚ ନ୍ୟାୟାଳୟରେ ଠାକୁରଙ୍କ ଜମିବାଡି ଫେରସ୍ତ କରିବା ପାଇଁ ମକଦ୍ଦମାର ବିଚାର ଆରମ୍ଭ ହୋଇନାହିଁ। କେବଳ କୋର୍ଟ ତରଫରୁ ସରକାର ଏବଂ ପ୍ରଶାସନକୁ ସ୍ଥଗିତାଦେଶ ଦିଆଯାଇଛି। ଏପରି ସମୟରେ ମୁଖ୍ୟମନ୍ତ୍ରୀ ଏବଂ ଜିଲ୍ଲାପାଳଙ୍କ ତରଫରୁ ଠାକୁରଙ୍କ ଜମିବାଡି ବିବାଦରେ ଭିତିରିଆ ସଲାସୁତୁରା କରିବା ପାଇଁ ଏତେ ତତ୍ପର କଣ ପାଇଁ ?

👉 ବର୍ତ୍ତମାନର ସରକାର ପ୍ରଶାସନିକ ବରିଷ୍ଠ ପଦାଧିକାରୀ ମାନେ ନିଜର କରିଥିବା ଭୁଲ କାମ ତଥା ନିଷ୍ପତ୍ତି ଗୁଡିକୁ ସୁଧାରିବାକୁ ପ୍ରସ୍ତୁତ ରହିଛନ୍ତି, ନା ନାହିଁ? ନିଜ ନିଜର ଭୁଲ କାମ ପାଇଁ ଅନୁତପ୍ତ ଅନୁଭବ କରୁଛନ୍ତି, ନା ନାହିଁ?

👉 ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ବିଭିନ୍ନ ସରକାରୀ ବରିଷ୍ଠ ପଦାଧିକାରୀ ମାନଙ୍କ ଦ୍ବାରା ନାବାଳକ ଠାକୁରଙ୍କ ଭୂସମ୍ପତ୍ତି ଫେରସ୍ତ କରିବା ପାଇଁ ପ୍ରସ୍ତୁତ ରହିଛନ୍ତି, ନା ନାହିଁ ?

👉 ଶେଷରେ ଗୋଟିଏ କଥା ସମସ୍ତେ ମନେରଖନ୍ତୁ, ସତ କେବେ ଲୁଚି ରହେନାହିଁ!

👉 ମୁଖ୍ୟମନ୍ତ୍ରୀ ନିଜର ଭୁଲ୍ ନିଜେ ସ୍ବୀକାର କରିବା ସହିତ ଠାକୁରଙ୍କୁ କ୍ଷମା ପ୍ରାର୍ଥନା କରିବା ଉଚିତ୍। ଯେଉଁ ବରିଷ୍ଠ ପଦାଧିକାରୀ ମାନେ ଠାକୁରଙ୍କ ବିରୁଦ୍ଧରେ ଷଡଯନ୍ତ୍ର କରିବାରେ ସଂପ୍ରୁକ୍ତ ରହିଛନ୍ତି। ସେମାନେ ନିଜ ନିଜର ଭୁଲ କାମ ପାଇଁ ଠାକୁରଙ୍କୁ କ୍ଷମା ପ୍ରାର୍ଥନା କରିବା ଉଚିତ୍। ନଚେତ୍ ଆମେ ବାଧ୍ୟତାମୂଳକ ଭାବରେ ଠାକୁରଙ୍କ ଭୂସମ୍ପତ୍ତି ଲୁଟିବା ପଛରେ ଯେକୌଣସି ବ୍ଯକ୍ତି ସଂପ୍ରୁକ୍ତ ରହିଛନ୍ତି, ସେମାନଙ୍କର ଅସଲ କାହାଣୀ ସର୍ବସାଧାରଣରେ ପ୍ରକାଶିତ କରିବା ପାଇଁ ପଛଘୁଞ୍ଚା ଦେବୁ ନାହିଁ।

👉 କୋର୍ଟରେ ଆଦୌ ସମୟ ଗଡାଇବା ପାଇଁ ଉଦ୍ୟମ କରନ୍ତୁ ନାହିଁ। ନଚେତ୍ ନିଜ ନିଜର ପଦମର୍ଯ୍ୟାଦାକୁ ସୁରକ୍ଷିତ ରଖିବା ବହୁତ କଷ୍ଟକର ପରିସ୍ଥିତି ସୃଷ୍ଟି ହେବ। ନାବାଳକ ଠାକୁରଙ୍କ ସମସ୍ତ ଜମିବାଡି ଭୂସମ୍ପତ୍ତି ସରକାରଙ୍କ ତରଫରୁ ନିଃସର୍ତ୍ତ ଫେରସ୍ତ କରନ୍ତୁ। ନଚେତ୍ ପ୍ରତିଦିନ ଗୋଟିଏ ଗୋଟିଏ ନିଉଜ ସର୍ବସାଧାରଣରେ ପ୍ରକାଶିତ କରାଯିବ।

ଉପସ୍ଥାପନା: ପୁରୁଷୋତ୍ତମ ପାତ୍ର, କେନ୍ଦୁଝର।

109
3464 views