logo

ଧୂପ ଦାନ ଓ ପୁଷ୍ପମାଲ୍ୟ ସହିତ ଶହୀଦ ବାଜିରାଉତଙ୍କ ୧୦୦ତମ ଜନ୍ମ ଜୟନ୍ତୀ ପାଳନ କଲା ଆପ୍ ଢେଙ୍କାନାଳ ଶାଖା

ଧୂପ ଦାନ ଓ ପୁଷ୍ପମାଲ୍ୟ ସହିତ ଶହୀଦ ବାଜିରାଉତଙ୍କ ୧୦୦ତମ ଜନ୍ମ ଜୟନ୍ତୀ ପାଳନ କଲା ଆପ୍ ଢେଙ୍କାନାଳ ଶାଖା

ଢେଙ୍କାନାଳ : ଭାରତର ସର୍ବ କନିଷ୍ଠ ଶହୀଦ ବାଜିରାଉତଙ୍କ ୧୦୦ତମ ଜନ୍ମ ଜୟନ୍ତୀ ପାଳନ କଲା ଆପ୍ ଢେଙ୍କାନାଳ ଶାଖା l ରବିବାର ସକାଳ ୯ଟା ବେଳେ ଦଳୀୟ କର୍ମୀମାନେ ସ୍ଥାନୀୟ ବାଜିଚୌକ ଛକ ଠାରେ ଥିବା ଶହୀଦଙ୍କ ପ୍ରତିମୂର୍ତ୍ତିରେ ଧୂପଦାନ ସହିତ ପୁଷ୍ପମାଲ୍ୟ ଅର୍ପଣ କରି "ଶହୀଦ ବାଜିରାଉତ ଅମର ରହେ " ନାରା ଦେଇଥିଲେ l ପରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା l ଏହି ସ୍ମୃତିଚାରଣ ସଭାରେ ରାଜ୍ୟ ସଂଗଠନ ସମ୍ପାଦକ ଭରତ କୁମାର ଦାସ ଯୋଗଦେଇ ଶହୀଦ ବାଜିରାଉତଙ୍କ ପରି ସମସ୍ତେ ନିର୍ଭିକ ଓ ସମାଜ ପ୍ରତି ଉତ୍ତରଦାୟୀ ରହିବା ଉଚିତ l ଅନ୍ୟ ମାନଙ୍କ ମଧ୍ୟରେ ସଂସଦୀୟ ସଭାପତି ପଙ୍କଜ ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର ବେହେରା, ଜିଲ୍ଲା ସମ୍ପାଦକ ଶେଷଦେବ ବେହେରା, ନଗର ସଭାପତି ଦେବାଶିଷ ନନ୍ଦ, ସଦର ବ୍ଲକ ସଦସ୍ୟ ଅନିଲ ସାମଲ, ଜୟନ୍ତ ଦାସ, ପ୍ରସନ୍ନ ବରାଳ, ଇଂ ପିତାମ୍ବର ଦାସ, ପୌରାଞ୍ଚଳ ସଦସ୍ୟ ପିତାମ୍ବର ସାମନ୍ତରାୟ, ମନ୍ମଥ ରାଓ, ସୋମନାଥ ଦାସ, ଜ୍ଞାନେନ୍ଦ୍ର ସାହୁ, ଚିନ୍ମୟ ସେନାପତି, ପୂର୍ବ ସୈନିକ ନଗେନ କର ଓ ଅର୍ଧେନ୍ଦୁ ବରାଳ ପ୍ରମୁଖ ଯୋଗଦେଇ ନିଜ ନିଜ ବକ୍ତବ୍ୟ ରଖିଥିଲେ l ନଗର ଉପଦେଷ୍ଟା ଅବସର ପ୍ରାପ୍ତ ଶିକ୍ଷକ ଚିତ୍ତରଞ୍ଜନ ପାଣି ନିଜ ବକ୍ତବ୍ୟ ସହିତ ଧନ୍ୟବାଦ ଦେଇଥିଲେ l

0
794 views