
*ନାଲକୋରେ ରାବଣ ପୋଡି ଉତ୍ସବରେ ଅହେତୁକ ଭିଡ଼*
ଦାମନଯୋଡି:ନବରତ୍ନ କମ୍ପାନୀ ନାଲକୋ ଦାମନଯୋଡି ର ସେକ୍ଟର-୨ ସ୍ଥିତ ଡଃ ଆମ୍ବେଦକର ଷ୍ଟାଡିୟମ ଠାରେ ଚଳିତ ବର୍ଷ ରାବଣ ପୋଡି ଉତ୍ସବ ପ୍ରବଳ ବର୍ଷା କୁ ଦୃଷ୍ଟିରେ ରଖି ଶୁକ୍ରବର ପରିବର୍ତ୍ତେ ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ଅହେତୁକ ଭିଡ଼ ଦେଖିବାକୁ ମିଳିଥିଲା । ରାବଣ ପୋଡି ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳ ସମେତ କୋରାପୁଟ, ସୁନାବେଡ଼ା, ସେମିଳିଗୁଡା, ପଟାଙ୍ଗି, ନନ୍ଦପୁର ଆଦି ଅଞ୍ଚଳ ରୁ ପ୍ରାୟ ଏକ ଲକ୍ଷ ଲୋକ ସମାଗମ ହୋଇଥିବା ଅନୁମାନ କରାଯାଉଛି । ସ୍ଥାନୀୟ ପୁଲିସ ପ୍ରଶାସନ ଏବଂ ସୁରକ୍ଷା କର୍ମୀ ଟ୍ରାଫିକ ନିୟନ୍ତ୍ରଣ କରିଥିଲେ । ସତସଙ୍ଗ ଠାରୁ ଷ୍ଟାଡିୟମ ଯାଏଁ ଗାଡିର ଲମ୍ବା ଲାଇନ୍ ଲାଗି ରହିଥିଲା । ନାଲକୋ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଇଂ ନିରଞ୍ଜନ ସାମଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ବିଭିନ୍ନ ବିଭାଗର ମୂଖ୍ୟ ମହାପ୍ରବନ୍ଧକ ଙ୍କ ସମେତ ଦାମନଯୋଡି ଥାନା ଅଧିକାରୀଣୀ ପ୍ରମିଳା ବିଡିକା, ସିଆଇଏସଏଫ କମାଣ୍ଡେଟ ଏବଂ ନାଲକୋ ର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତି ଥିଲେ । ଅତିଥି ମାନେ ଅଗ୍ନି ସଂଯୋଗ କରି କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ । ଆଜି ପାଗ ଶୁଖିଲା ଥିବା ରୁ ବହୁ ସଂଖ୍ୟା ରେ ଜନ ସମାଗମ ହୋଇଥିଲା। ବିଭିନ୍ନ ଆତସବାଜୀ ରେ ଅଞ୍ଚଳ ଆଲୋକ ମୟ ହୋଇ ଉଠିଥିଲା । ଜନସାଧାରଣ ଭରପୁର ରାବଣ ପୋଡି ର ମଜା ନେଇଥିବା ଦେଖିବାକୁ ମିଳିଥିଲା । ବିଗତ ବର୍ଷ ମାନଙ୍କ ଅପେକ୍ଷା ଏହି ବର୍ଷ ଜନସମାଗମ ଅଧିକା ଥିବାର ଆକଳନ କରାଯାଇଛି ।