logo

ସାମ୍ବାଦିକ ବିୟୋଗ ପରିବାରକୁ ଭେଟିଲେ ୱେବ ମିଡ଼ିଆ ସାମ୍ବାଦିକ ମହାସଂଘ ।

ଅନୁଗୋଳ (କରୁଣାକର ନାୟକ) ୫/୧୦ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ପଞ୍ଚାୟତ ଠାକୁରଗଡ଼ ଗ୍ରାମର ସାମ୍ବାଦିକ ରମେଶ ଚନ୍ଦ୍ର ନାୟକ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଗତ କାଲି ତା ୪/୧୦/୨୫ ରିଖ ସକାଳ ୬ ଘଣ୍ଟିକା ସମୟରେ ତାଙ୍କର ପରଲୋକ ହୋଇଯାଇଛି । ଖବର ପାଇ ବାବା ଧବଳେଶ୍ଵର ୱେବ ମିଡ଼ିଆ ସାମ୍ବାଦିକ ମହାସଂଘ ଆଠମଲ୍ଲିକ ପକ୍ଷରୁ ପରଲୋକ ହୋଇଯାଇଥିବା ସାମ୍ବାଦିକ ଙ୍କ ପରିବାର ଙ୍କୁ ଭେଟି ସମବେଦନା ଜଣାଇବା ସହିତ ସ୍ବର୍ଗତ ଶ୍ରୀ ନାୟକ ଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରଭୁଙ୍କ ଠାରେ ହୃଦୟ ଭାରା ପ୍ରାର୍ଥନା କରାଯାଇଛି । କର୍ମଜୀବୀ ସାମ୍ବାଦିକଙ୍କ ପାଇଁ ସରକାର ଙ୍କ ସହାୟତା ବ୍ୟବସ୍ଥା ଯାହା ରହିଛି ସଂଘ ପକ୍ଷରୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ସଙ୍ଘ ପ୍ରତିଶୃତି ଦେଇଛି । ଏଥିରେ ସଭାପତି କରୁଣାକର ନାୟକ, ସମ୍ପାଦକ ଦୀପକ କୁମାର ସାହୁ, ସହ ସମ୍ପାଦକ ଧନଞ୍ଜୟ ନାୟକ, ସଭ୍ୟ ଶ୍ରୀ ବୁଲୁ ଦଳେଇ, ସଞ୍ଜୟ ଟାଙ୍ଗୀ, ଅରୁଣ କୁମାର ନାୟକ, ଅଶ୍ୱନି ଖୁଣ୍ଟିଆ , ପ୍ରମୁଖ ଉପସ୍ଥିତ ରହିଁ ଶୋକାକୁଳ ପରିବାରକୁ ସମବେଦନା ଜଣାଇଛନ୍ତି । ସେହିପରି ସାମ୍ବାଦିକ ସୁବ୍ରତ ବେହେରାଙ୍କ ମାତୃ ବିୟୋଗ ରେ ବଇଣ୍ଡା ସ୍ଥିତ କଦଳିମୁଣ୍ଡା ବାସଭବନ ରେ ଉପସ୍ଥିତ ମହାସଂଘ ର ସଦସ୍ୟ ଗଣ ଉପସ୍ଥିତ ରହି ଶ୍ରୀ ବେହେରାଙ୍କ ପରିବାରଙ୍କୁ ସମବେଦନା ଜଣାଇଛନ୍ତି ।

35
1417 views