logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବରିଷ୍ଠ ନାଗରିକ ଦିବସ ପାଳନ

ଜିଲ୍ଲା ପ୍ରଶାସନ, କୋରାପୁଟ ଦ୍ୱାରା ଆଜି ଟାଉନ ହଲ୍‌ ଠାରେ ତା. ୧୦.୧୦.୨୦୨୫ ରିଖ ରେ ବରିଷ୍ଠ ନାଗରିକ ଦିବସ ଉତ୍ସବମୟ ପରିବେଶରେ ପାଳନ କରାଯାଇଛି । କାର୍ଯ୍ୟକ୍ରମରେ ମାନ୍ୟବର କୋରାପୁଟ ବିଧାୟକ ଶ୍ରୀ. ରଘୁରାମ ମାଛ , କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ. ସସ୍ମିତା ମେଲେକା, ଉପ-ଜିଲ୍ଲାପାଳ ଶ୍ରୀ. ପ୍ରେମଲାଲ୍ ହିଆଲ୍ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ହୋଇ ବରିଷ୍ଠ ନାଗରିକଙ୍କ ଅନୁଭବ ଓ ସମାଜ ପ୍ରତି ତାଙ୍କ ଅମୂଲ୍ୟ ଅବଦାନକୁ ସ୍ମରଣ କରି, ସମ୍ମାନ ଜଣାଇଥିଲେ ।
କାର୍ଯ୍ୟକ୍ରମରେ ପ୍ରାୟ ୩୦୦ ଜଣ ବରିଷ୍ଠ ନାଗରିକ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଯୋଗ ଶିବିର ଏବଂ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର ର ଆୟୋଜନ କରାଯାଇଥିଲା, ଯେଉଁଠି ମାନ୍ୟବର କୋରାପୁଟ ଜିଲ୍ଲାପାଳ ଶ୍ରୀ. ମନୋଜ ସତ୍ୟୱାନ ମହାଜନ, (ଭା.ପ୍ର.ସେ) ଯୋଗଦେଇ ବରିଷ୍ଠ ନାଗରିକମାନଙ୍କ ସହ ଆଲୋଚନା କରି ସେମାନଙ୍କ ସ୍ୱାସ୍ଥ୍ୟ ବିଷୟରେ ଜିଜ୍ଞାସା କରିଥିଲେ । ସେଥି ସହିତ ବିଶିଷ୍ଟ ବରିଷ୍ଠ ନାଗରିକଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ସମ୍ମାନ ପତ୍ର ଓ ସ୍ମୃତିଚିହ୍ନ ଦେଇ ସମ୍ମାନିତ କରାଯାଇଥିଲା । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମର ପରିବେଷଣ କରାଯାଇ ବରିଷ୍ଠ ନାଗରିକମାନଙ୍କ ପ୍ରତି ସମ୍ମାନ ଓ ସେବାର ବାର୍ତା ଦିଆଯାଇଥିଲା । କାର୍ଯ୍ୟକ୍ରମଟି କୋରାପୁଟ ଜିଲ୍ଲା ସମାଜିକ ସୁରକ୍ଷା ଅଧିକାରୀ ଶ୍ରୀ. ତରୁଣ ତପନ ପ୍ରହରାଜଙ୍କ ନିରୀକ୍ଷଣ ଓ ସଂଯୋଜନାରେ ଆୟୋଜିତ ହୋଇଥିଲା ।

70
2620 views

Comment