logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ନନ୍ଦପୁରରେ ମିଳିତ ଅଭିଯୋଗ ଶୁଣାଣୀ ଶିବିର


କୋରାପୁଟ,୬।୧୦() ନନ୍ଦପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ସ୍ଥିତ ସହୀଦ ଲକ୍ଷ୍ମଣ ନାୟକ ସଭାଗୃହରେ ମିଳିତ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ, କୋରାପୁଟ ଏସପି ରୋହିତ ବର୍ମା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର, କୋରାପୁଟ ଉପଜିଲ୍ଲାପାଳ ପ୍ରେମଲାଲ ହିଆଲ, ଉପଖଣ୍ଡ ଆରକ୍ଷୀ ନିରୀକ୍ଷକ ଦେବେନ୍ଦ୍ର ମଲ୍ଲିକ, ତହସିଲଦାର ଦେବବ୍ରତ ମହାରଣା ପ୍ରମୁଖ ଯୋଗଦେଇ ୩୯ ଟି ଅଭିଯୋଗ ଶୁଣିଥିଲେ।୧୯ ଟି ବ୍ୟକ୍ତିଗତ ଏବଂ ୨୦ ଟି ଗୋଷ୍ଠିଗତ ଅଭିଯୋଗ ଶୁଣିଥିଲେ।ଏହି ଅବସର ନନ୍ଦପୁର ବ୍ଲକର ସାମାଜିକ କର୍ମୀ ଆକାଶ ଖିଲ ସୀମାନ୍ତ ପାନ୍ଥଲୁଙ୍ଗ ଗ୍ରାମ ପଞ୍ଚାୟତର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ସହ ଉନ୍ନୟନ ମୂଳକ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଲିଖିତ ଭାବେ ଜଣାଇଥିଲେ। ଏଡିପିଏଚଓ(ପରିବାର କଲ୍ୟାଣ) ଡାକ୍ତର ନୀଳ ମାଧବ ଶତପଥି, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତି, କୋରାପୁଟ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ସ୍ନେହପ୍ରଭା ମାଝୀ,ଜିଲ୍ଲା ମଙ୍ଗଳ ଅଧିକାରୀ ସୁନୀଲ କୁମାର ତାଣ୍ଡି, ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ଉପ ନିର୍ଦ୍ଦେଶକ ସୂର୍ଯ୍ୟକାନ୍ତ ବେହେରା, ନନ୍ଦପୁର ସ୍ବାସ୍ଥ୍ୟ ଅଧିକାରୀ ଧୃବରାଜ ମୁର୍ମୁ, ସହକାରୀ ନିର୍ବାହୀ ଯନ୍ତ୍ରୀ ଯଶକେତନ ବେହେରା, ବ୍ଲକ ଅଧକ୍ଷା ସାବିତ୍ରୀ କର୍ତ୍ତୁଳ ପ୍ରମୁଖ ଉପସ୍ଥିତ ଥିଲେ।

75
1926 views

Comment