logo

ରାସ୍ତା ନିର୍ମାଣ ପାଇଁ କଲେଜ ଛାତ୍ରଛାତ୍ରୀ ରାସ୍ତା ଅବରୋଧ|


କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ମୋତେଲଗୁଡା କ୍ରସର ଛକ ନିକଟରେ ମୋଟର ମୁଖୀଗୁଡା ପିଡବ୍ଲୁଡି ରାସ୍ତା କୁ ଅବରୋଧ କରିଛନ୍ତି ଅରେବେଡା ପତିତପାବନ କଲେଜର ଛାତ୍ରଛାତ୍ରୀ।ସୂଚନା ଅନୁଯାୟୀ କ୍ରସର ଛକ ଠାରୁ ଯାଇଥିବା ଆର୍ଡି ରାସ୍ତା ଦୀର୍ଘ ଦିନ ହେଲା ଶୋଚନୀୟ ହୋଉପଡିଥିବା ବେଳେ ଦୈନିକ ଯିବା ଆସିବା କରୁଥିବା ଛାତ୍ରଛାତ୍ରୀ ହନ୍ତସନ୍ତ ହେଉଛନ୍ତି।ଅନ୍ୟପକ୍ଷରେ ରାସ୍ତା ମଝିରେ ବ୍ରିଜ ଭାଙ୍ଗିଯାଇଛି ଯାହାଫଳରେ ଏହି ରାସ୍ତା ଦେଇ ଲକ୍ଷ୍ମୀ ବସ ମଧ୍ୟ ଯାଉନାହିଁ।ଛାତ୍ରଛାତ୍ରୀ ମାନେ ଦୀର୍ଘ ୫କିମି ବୁଲି ଯିବା ଆସିବା କରୁଛନ୍ତି।ତେବେ ଅନେକ ଦାବି ଓ ଅଭିଯୋଗ ଦେଲା ପରେ ମଧ୍ୟ କୌଣସି ସୁଫଳ ମିଳି ନ ଥିବା ବେଳେ ଆଜି ଅସନ୍ତୋଷ ଛାତ୍ରଛାତ୍ରୀ ମାନେ ରାଜରାସ୍ତାକୁ ଅବରୋଧ କରିଛନ୍ତି।ଘଟଣା ସ୍ଥଳରେ ଜୟପାଟଣା ବିଡ଼ିଓ ଓ କଲମପୁର ପୋଲିସ ପ୍ରଶାସନ ଆସି ଆଲୋଚନା କରିଥିବା ବେଳେ ସମାଧାନ ହୋଇଥିଲା |

32
6582 views