logo

ଷୋଳପଦା ଅଞ୍ଚଳରେ ନୂତନ ଧାନକଟା ମେସିନର ଉଦ୍ଘାଟନ ।

ଅନୁଗୋଳ (କରୁଣାକର ନାୟକ)୨୧/୧୦ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଷୋଳପଦା ଅଞ୍ଚଳ ଅନ୍ତର୍ଗତ ଠାକୁରଗଡ଼ ପଞ୍ଚାୟତ ର ପୁରୁଣାପାଣି ଗ୍ରାମର ମାନସ ପ୍ରଧାନ ଏକ ନୂତନ ଧାନକଟା ମେସିନ ଆଣି ଶୁଭ ଉଦ୍ଘାଟନ କରିଥିବା ଦେଖିବାକୁ ମିଳିଛି । ଉକ୍ତ ଅଞ୍ଚଳ ରେ ନୂତନ ଭାବେ ଧାନ କଟା ମେସିନ ଆସିବାରୁ ଅଞ୍ଚଳର ଚାଷୀ ମାନଙ୍କ ମନରେ ଆନନ୍ଦର ଲହରୀ ଖେଳି ଯାଇଛି । ଶ୍ରୀ ପ୍ରଧାନ ଜଣେ ସଫଳ ବଡ଼ ଚାଷୀ ଭାବେ ପରିଚିତ ନିଜର ଧାନ ଅମଳ କରିବା ସହିତ ଷୋଳପଦା ଅଞ୍ଚଳ ର ଚାଷୀ ମାନଙ୍କ ଧାନ ଅମଳରେ ଚାଷୀ ଯେତେବେଳେ ଚାହିଁଲେ ସହାୟକ ହୋଇପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଉକ୍ତ ଅଞ୍ଚଳ ହେଉଛି ଚାଷୀ ଉନ୍ନତ ଅଞ୍ଚଳ । ସୁଖା ଧାନ କିଆରୀରେ ଘଣ୍ଟା ପ୍ରତି ୨୭ ରୁ ୨୮ ଗୁଣ୍ଠ ଧାନ କାଟି ଅମଳ କରିପାରୁଥିବା ବେଳେ କାଦୁଅ ଜମିରେ ୨୦ ରୁ ୨୧ ଗୁଣ୍ଠ ଧାନ କାଟି ଅମଳ କରିପାରୁଥିବା ଶ୍ରୀ ପ୍ରଧାନ କହିଛନ୍ତି। ଘଣ୍ଟା ପ୍ରତି ୩୦୦୦ ହାଜର ଟଙ୍କା ନେଉଥିବା ବେଳେ ଯାହାର ଯେତେବେଳେ ଆବଶ୍ୟକ ଯୋଗାଯୋଗ ନଂ ୯୩୪୮୦୯୯୨୩୬ ରେ ଯୋଗାଯୋଗ କରିବା ପାଇଁ ଧାନ କଟା ମେସିନ ମାଲିକ ଶ୍ରୀ ମାନସ କୁମାର ପ୍ରଧାନ ସୂଚନା ଦେଇଛନ୍ତି ।

166
2638 views