logo

ନାଗରିକ ଙ୍କ ପାଇଁ ସାଧୁତା ର ଶପଥ ନେଲେ ଜଜ ଓ କର୍ମଚାରୀ l

ଅନୁଗୋଳ (କରୁଣାକର ନାୟକ) :-୨୮/୧0:- ଆଠମଲ୍ଲିକ ଅଦାଲତ ରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ରଞ୍ଜନ କୁମାର ସୁତାର ଙ୍କ ଅଧ୍ୟକ୍ଷତା ରେ ସୋମବାର ସବଜଜ ଲିଙ୍କି ପ୍ରିୟା ସାହୁ, ଏସଡିଜେଏମ ସିଙ୍କୁନ ରାୟ ଓ ୩ ଅଦାଲତ ର ସମସ୍ତ କର୍ମଚାରୀ ଏକତ୍ରିତ ହୋଇ ନାଗରିକ ଙ୍କ ପାଇଁ ସାଧୁତା ର ଶପଥପାଠ କରିଥିବା ଜଣାଯାଇଛି l ଆମ ଦେଶର ଆର୍ଥିକ, ରାଜନୈତିକ ଓ ସାମାଜିକ ପ୍ରଗତି ପଥରେ ଦୁର୍ନୀତି ହିଁ ସବୁଠାରୁ ବଡ଼ ପ୍ରତିବନ୍ଧକ l ଦୁର୍ନୀତି ର ମୁଳୋତ୍ପାଟନ ନିମନ୍ତେ ସମସ୍ତ ଅଂଶୀଦାର ଯଥା ସରକାର, ନାଗରିକ ସମୁଦାୟ ତଥା ଘରୋଇ କ୍ଷେତ୍ର ଏକତ୍ର ହୋଇ କାର୍ଯ୍ୟ କରିବା ଆବଶ୍ୟକ l ପ୍ରତେକ ନାଗରିକ ସବୁସମୟରେ ସତର୍କତା ସହିତ ସର୍ବାଧିକ ସାଧୁତା ଓ ସତ୍ୟନିଷ୍ଠା ରେ ପ୍ରତିବଦ୍ଧ ରହି ଦୁର୍ନୀତି ବିରୁଦ୍ଧରେ ସଂଗ୍ରାମ କୁ ସମର୍ଥନ କରିବା ଉଚିତ l ଏସବୁ ପାଇଁ ସମସ୍ତେ ପ୍ରଥମେ ଜୀବନର ପ୍ରତେକ କ୍ଷେତ୍ରରେ ସଚୋଟତା ଏବଂ ଆଇନର ଶାସନ କୁ ଅନୁପାଳନ କରିବି, ଉତ୍କୋଚ ନେବିନାହିଁ କିମ୍ବା ଦେବିନାହିଁ,ସମସ୍ତ ଦାୟିତ୍ୱ କୁ ସାଧୁତା ଏବଂ ସ୍ୱଚ୍ଛତା ର ସହ ସମ୍ପାଦନ କରିବି, ଜନସାଧାରଣ ଙ୍କ ହିତପାଇଁ କାମ କରିବି,ନିଜ ବ୍ୟକ୍ତିଗତ ଆଚରଣ ରେ ଦୃଷ୍ଟାନ୍ତ ମୂଳକ ସାଧୁତା ବଜାୟ ରଖି ଉଦାହରଣ ହେବି ଓ ଦୁର୍ନୀତି ସମ୍ପର୍କିତ କୌଣସି ଘଟଣା ଉପଯୁକ୍ତ କର୍ତ୍ତ୍ତୃପକ୍ଷ ଙ୍କୁ ଅବଗତ କରାଇବି ବୋଲି କହି ଶପଥ ଗ୍ରହଣ କରିଥିଲେ l

202
5166 views