logo

ପୁଣି ହାତୀ ଆକ୍ରମଣରେ ୫ବର୍ଷର ଶିଶୁଙ୍କ ମୃତ୍ୟୁ ବଡ ଭାଇ ଆହତl

ଲାଞ୍ଜିଗଡ଼,୩/୧୧(AIMA): ଲାଞ୍ଜିଗଡ଼ ବ୍ଳକ ଦକ୍ଷିଣ ବନଖଣ୍ଡ ଲାଞ୍ଜିଗଡ ବନାଞ୍ଚଳ ତ୍ରିଲୋଚନପୁର ପଞ୍ଚାୟତର ହରଡI ପଦର ଗ୍ରାମରେ ହାତୀ ଆକ୍ରମଣରେ ହାତୀ ଆକ୍ରମଣରେ ବଡଭାଇ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ବେଳେ ସାନଭାଇର ମୃତ୍ୟୁ ଘଟିଛି I ମୃତ ନାବାଳକ ଜଣକ ହରଡI ପଦର ଗାଁର କାଣୁ ମାଝୀର ସାନପୁଅ ରବି ମାଝୀ(୫) ହୋଇଥିବା ବେଳେ ଗୁରୁତର ଜଣକ ବଡପୁଅ ସାମ୍ୱରୁ ମାଝୀ (୮) ବୋଲି ସୂଚନା ମିଳିଛି I ସୂଚନାନୁସାରେ ତ୍ରିଲୋଚନପୁର ପଞ୍ଚାୟତ ଅନ୍ତର୍ଗତ କୁନାକIଡୁ ଗାଁର କାଣୁ ମାଝୀ କିଛି ବର୍ଷ ପୂର୍ବରୁ ନିକଟସ୍ଥ ହରଡIଗୁଡ଼ାରେ ସ୍ତ୍ରୀ ଓ ତିନିପୁଅ ପରିବାର ସହିତ ରହି ପୋଡୁଚାଷ କରି ପରିବାର ପ୍ରତିପୋଷଣ କରୁଥିଲେ I ସୋମବାର ସକାଳ ପ୍ରାୟ ୭ ଘଣ୍ଟା ସମୟରେ କାଣୁ ମାଝୀ ଓ ତାଙ୍କ ସ୍ତ୍ରୀ ଚାଷଜମିକୁ ଯାଉଥିବାବେଳେ ଦୁଇପୁଅ ମଧ୍ୟ କିଛି ସମୟ ପରେ ଯାଉଥିଲେ ଏହି ସମୟରେ ନିକଟସ୍ଥ ଜଙ୍ଗଲରୁ ଏକ ଦନ୍ତା ହାତୀ ଆସି ଦୁଇଭାଇଙ୍କୁ ଆକ୍ରମଣ କରିଥିଲା I ଘଟଣା ସ୍ଥଳରେ ସାନଭାଇର ମୃତ୍ୟୁ ହୋଇଥିବା ବେଳେ ବଡଭାଇ ଗୁରୁତର ହୋଇପଡ଼ିଥିଲେ I ଘଟଣାସ୍ଥଳରେ ପରିବାର ଓ ଗାଁ ଲୋକେ ପହଞ୍ଚିଥିଲେ ଓ ହାତୀକୁ ଘଉଡ଼ାଇ ଦେଇଥିଲେ ଓ ବନ ବିଭାଗକୁ ଖବର ଦେଇଥିଲେ I ଘଟଣାସ୍ଥଳରେ ନିଜ ତିନି ନାବାଳକ ପୁଅଙ୍କ ମଧ୍ୟରୁ ଜଣକୁ ହରାଇ ବୁକୁ ଫଟାଇ ଜନ୍ମଦାତ୍ରୀ ମାଆ କାନ୍ଦୁଥିବା ବେଳେ ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା I ଖବରପାଇ ବିଶ୍ୱନାଥପୁର ଏସିଏଫ ନରୋତ୍ତମ ମାଝୀ, ଲାଞ୍ଜିଗଡ ବ୍ଲକ ବିଡ଼ିଓ ଦାଇତ୍ୱ ଥିବା ଆଇଏଏସ ଅନିମେଶ ପ୍ରଧାନ, ଲାଞ୍ଜିଗଡ ବନପାଳ ଧରଣୀଧର ପଣ୍ଡା ସମେତ ବନ ବିଭାଗ ଟିମ ଘଟଣା ସ୍ଥଳରେ ପହଁଚିଥିବା ବେଳେ ବିଜେପୁର ଥାନାଧିକାରୀ ନୀଳାମ୍ବର ଜାନୀଙ୍କ ନେତୃତ୍ୱରେ ଏସଆଇ ଶ୍ୟାମ କୁଲସୀକାଙ୍କ ସମେତ ପୋଲିସ ଦଳ ମଧ୍ୟ ପହଞ୍ଚି ତଦନ୍ତ କରିଥିଲେ I ଏ ନେଇ ବନପାଳ ଧରଣୀଧର ପଣ୍ଡାଙ୍କୁ ପଚାରିବାରୁ ଘଟଣାର ଖବର ପାଇ ଘଟଣା ସ୍ଥଳକୁ ଯାଇ ଘଟଣାର ଅନୁଧ୍ୟାନ କରାଗଲା I ମୃତକଙ୍କ ପରିବାର ଠାରୁ କାଗଜପତ୍ର ସବୁ ସଂଗ୍ରହ କରା ଯାଇଛି ଏବଂ ତାଙ୍କର କ୍ଷତିପୂରଣ ବାବଦକୁ ସରକାର ତରଫରୁ ଯାହା ଥିବ ତାଙ୍କ ପରିବାର ଲୋକଙ୍କ ବ୍ୟାଙ୍କ ଖାତାରେ ଜମାହେବ ବୋଲି ସୂଚନା ପ୍ରଦାନ କରିଥିଲେ I ଏ ନେଇ ବିଜେପୁର ଥାନାଧିକାରୀଙ୍କୁ ପଚାରିବାରୁ ଆମେ ଯାଇଥିଲୁ ଏବଂ ତଦନ୍ତ କରି ଫେରିଲୁ ଏ ନେଇ ବିଜେପୁର ଥାନା କେଶ ନଂ ୯/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ପ୍ରକାଶ କରିଛନ୍ତି I

6
467 views