logo

ଭାରସାମ୍ୟ ହରାଇ ଗଛ ରେ ପିଟିଲା କାର ଚାଳକ ଯୁବକ ଆହତ

ରେଢ଼ାଖୋଲ(ଦୀପକ ସିଂ)୧୪/୧୧/୨୦୨୫
ରେଢ଼ାଖୋଲ ର କଦଳିଗଡ଼ ପଂଚାୟତ ବୁରଡ଼ା ଛକ ଠାରେ ଘଟିଛି ଦୁର୍ଘଟଣା ଆଜି ରାତି ୧.୩୦ସମୟରେ କଦଳିଗଡ଼ ରୁ ପଣ୍ଡାକିମାଲ କାର ରେ ଯାଉଥିବା ସମୟରେ ବୁରଡ଼ା ଛକ ଠାରେ ଚାଳକ ଭାରସାମ୍ୟ ହରାଇ ଗଛରେ ବାଡ଼େଇଛନ୍ତି କାର ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତି ରେଢ଼ାଖୋଲ କଦଳିଗଡ଼ ପଞ୍ଚାୟତ ପଣ୍ଡାକିମାଲର ଟୁନା ସିଂ ୩୫ ବର୍ଷ, ଦୁର୍ଘଟଣା ଠାରେ ପହଂଚି ଝରମୁଣ୍ଡା ଗ୍ରାମ ର ପିଙ୍କୁ ସିଂ, ସୁନୀଲ ଦାସ ପିଙ୍କୁ ସିଂ ଙ୍କ କାର ରେ ରେଢ଼ାଖୋଲ ଡାକ୍ତରଖାନା କୁ ଆଣିଥିଲେ ଓ ଟୁନା ସିଂ ଙ୍କ ମୁଣ୍ଡ ରେ ଅଧିକ ଆଘାତ ହୋଇ ଥିବାରୁ ରେଢ଼ାଖୋଲ ଡାକ୍ତରଖାନା ର କର୍ତ୍ତୃପକ୍ଷ ବୁର୍ଲା ଡାକ୍ତରଖାନା କୁ ସ୍ଥାନାନ୍ତର କରିଥିଲେ

9
1138 views